‘ବିଜେଡିର ପକ୍କାଘର ତଥ୍ୟ ଭୁଲ୍‌ ପ୍ରମାଣିତ ହୋଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ପକ୍କାଘରକୁ ନେଇ ବିଜେଡି ବଡ଼ବଡ଼ ତଥ୍ୟ ଦେଇଥିଲା। କେତେକେଳେ ୧୦ ଲକ୍ଷ ପକ୍କାଘର ନିର୍ମାଣ ହୋଇଛି ବୋଲି କହୁଥିବା ବେଳେ ଆଉ କେବେବେଳେ ୧୫ ଲକ୍ଷ ପକ୍କାଘର ନିର୍ମାଣ ହୋଇଥିବା କୁହାଯାଇଥିଲା। ହେଲେ ‘ଫୋନି’ ବାତ୍ୟା ରାଜ୍ୟ ସରକାରଙ୍କର ସେହି ମହାମିଛ ଉପରୁ ପର୍ଦ୍ଦା ହଟାଇଛି। ଅବିଭକ୍ତ ପୁରୀ ଜିଲ୍ଲାରେ ‘ଫନି’ ପରର ଚିତ୍ରକୁ ଦେଖିଲେ ରାଜ୍ୟରେ ପକ୍କାଘରକୁ ନେଇ ବିଜେଡି କେତେ ମିଛ କହିଥିଲା, ତାହା ସ୍ପଷ୍ଟ ହୋଇଯାଇଛି। […]

bjd-has-been-lying-on-number-of-pucca-houses-they-claim-to-have-built

Manoranjan Sial
  • Published: Monday, 13 May 2019
  • Updated: 13 May 2019, 10:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ପକ୍କାଘରକୁ ନେଇ ବିଜେଡି ବଡ଼ବଡ଼ ତଥ୍ୟ ଦେଇଥିଲା। କେତେକେଳେ ୧୦ ଲକ୍ଷ ପକ୍କାଘର ନିର୍ମାଣ ହୋଇଛି ବୋଲି କହୁଥିବା ବେଳେ ଆଉ କେବେବେଳେ ୧୫ ଲକ୍ଷ ପକ୍କାଘର ନିର୍ମାଣ ହୋଇଥିବା କୁହାଯାଇଥିଲା। ହେଲେ ‘ଫୋନି’ ବାତ୍ୟା ରାଜ୍ୟ ସରକାରଙ୍କର ସେହି ମହାମିଛ ଉପରୁ ପର୍ଦ୍ଦା ହଟାଇଛି। ଅବିଭକ୍ତ ପୁରୀ ଜିଲ୍ଲାରେ ‘ଫନି’ ପରର ଚିତ୍ରକୁ ଦେଖିଲେ ରାଜ୍ୟରେ ପକ୍କାଘରକୁ ନେଇ ବିଜେଡି କେତେ ମିଛ କହିଥିଲା, ତାହା ସ୍ପଷ୍ଟ ହୋଇଯାଇଛି। ଏହା କହିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ।

ସେ କହିଛନ୍ତି, “ବାତ୍ୟା ସମୟରେ ଆମେ ବୁଲିଥିବା ପୁରୀ ଜିଲ୍ଲାରେ କୌଣସି ସ୍ଥାନରେ ବିଜୁ ପକ୍କାଘର ନିର୍ମାଣ ହୋଇଥିବା ଦେଖିବାକୁ ପାଇନୁ। ଏପରିକି ବିଜୁ ପକ୍କା ଘରର ଫଳକ ମଧ୍ୟ ଦେଖିବାକୁ ପାଇଲୁନି। ଏଥିରୁ ଜଣାପଡ଼ୁଛି ଶାସକ ବିଜେଡି ଇସ୍ତାହାରରେ ଓ ବିଜ୍ଞାପନରେ ଯାହା ପ୍ରଚାର ପ୍ରସାର କରୁଥିଲା, ତାହା ପୁରାପୁରି ମିଛ।”

ସେ ଆହୁରି କରିଛନ୍ତି,“ରାଜ୍ୟ ସରକାର ଜୁନ‌୍‍ ୧ ସୁଦ୍ଧା ପକ୍କାଘର କାହାକୁ କାହାକୁ ଦେବେ ତାହାର କାର୍ଯ୍ୟ ଆଦେଶ ତାଲିକା ସାଧାରଣରେ ପ୍ରକାଶ କରନ୍ତୁ। ଯାହା ପାଖରେ ପଟ୍ଟା ନାହିଁ, ତାଙ୍କୁ ଘର କେଉଁ ଭଳି ଦେବେ ନବୀନବାବୁ ଗଣମାଧ୍ୟମ ଆଗରେ ସ୍ୱଷ୍ଟ କରନ୍ତୁ।”

ବିଦ୍ୟୁତ ସଂଯୋଗକୁ ନେଇ ଶ୍ରୀ ସିଂହଦେଓ କହିଛନ୍ତି,“ବିଜୁଳି ବ୍ୟବସ୍ଥା ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ରୁପେ ସଜାଡ଼ି ଦିଆଯାଇଥିବା ରାଜ୍ୟ ସରକାର କହୁଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଆଜି ସୁଦ୍ଧା ରାଜଧାନୀରେ ୭୦% ଅଞ୍ଚଳରେ ବିଜୁଳି ପହଞ୍ଚିନି। କେବଳ ସରକାରୀ ଅଫିସରମାନେ ରହୁଥିବା ଘର ଆଗରେ ଥିବା ଗଛକୁ ହଟାଇ ବିଦ୍ୟୁତ ସଂଯୋଗ ଦିଆଯାଇଛି। ସରକାରୀ ଅଫିସର ଓ ମନ୍ତ୍ରୀମାନେ ରହୁଥିବା ଅଞ୍ଚଳରେ ବିଜୁଳି ପହଞ୍ଚିଛି। ଏପରିକି ଏନ୍‌ଡିଆର୍‌ଏଫ‌୍‍ ଟିମ‌୍‍କୁ ପ୍ରଥମେ ସରକାରୀ ଅଫିସରମାନେ ରହୁଥିବା ବାସଭବନ ଆଗରୁ ପଡ଼ିଥିବା ଗଛ ହଟାଇବା ଓ ବିଜୁଳି ବ୍ୟବସ୍ଥା ସଜଡ଼ାଯିବା ପାଇଁ ଆଦେଶ ଦିଆଯାଇଥିଲା। ଶକ୍ତି ସଚିବ ତାଙ୍କର ବକ୍ତବ୍ୟକୁ ବାରମ୍ୱାର ବଦଳାଉଛନ୍ତି। ରାଜ୍ୟ ସରକାର ତୁରନ୍ତ ବୟାନବାଜି ଛାଡ଼ି ରାଜଧାନୀ ସହ ଅନ୍ୟାନ୍ୟ ଅଞ୍ଚଳରେ ବିଜୁଳି ସଂଯୋଗ ବ୍ୟବସ୍ଥା ସଜାଡ଼ିବା ପାଇଁ ପଦକ୍ଷେପ ନିଅନ୍ତୁ।”

ସେ ଆହୁରି କହିଛନ୍ତି “ବାତ୍ୟାରେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସଂପୂର୍ଣ୍ଣ ଭାବେ ବିଦ୍ୟୁତ ସଂଯୋଗ ହେବାକୁ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଲାଗିବ। ପୁରୀ ବଡ଼ଦାଣ୍ଡ ଏବେ ଅନ୍ଧାରମୟ ହୋଇ ରହିଛି। ଯଦି ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପ୍ରସ୍ତୁତ ଥିଲେ, ତେବେ ଯେଉଁ ଜିଲ୍ଲାମାନଙ୍କୁ ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତ କରିନି, ସେହି ଅଞ୍ଚଳର ବିଦ୍ୟୁତ କର୍ମଚାରୀ ଓ କଣ୍ଟ୍ରାକ୍ଟରମାନଙ୍କୁ କାହିଁକି ଉପକୂଳ ଅଞ୍ଚଳକୁ ସ୍ଥାନାନ୍ତରିତ କରାଗଲା ନାହିଁ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story