ସଂଘ ପରିବାରରୁ ବିଜେଡି କରୁଛି ଯୁବନେତା ଆମଦାନୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳରେ ପୁରୁଣା ତଥା ବରିଷ୍ଠ କର୍ମୀଙ୍କୁ ଆଉ ଭାଉ ମିଳୁନାହିଁ। ତା’ ବଦଳରେ ଅନ୍ୟ ଦଳ ତଥା ଏପରିକି ବିରୋଧୀ ସଙ୍ଗଠନରୁ ନେତା ଆମଦାନୀ କରାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନିକଟରେ ଦଳ ପକ୍ଷରୁ ଜାରି କରାଯାଇଥିବା ବିଜୁ ଯୁବ ଜନତା ଦଳର କାର୍ଯ୍ୟକର୍ତ୍ତା ତାଲିକାରେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସବୁବେଳେ ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତ୍ୱ କଥା କହିଆସୁଛନ୍ତି। ତେବେ ତାଙ୍କ ଏହି […]

bjd

Ranjit Kumar Jena
  • Published: Monday, 12 October 2020
  • , Updated: 12 October 2020, 05:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳରେ ପୁରୁଣା ତଥା ବରିଷ୍ଠ କର୍ମୀଙ୍କୁ ଆଉ ଭାଉ ମିଳୁନାହିଁ। ତା' ବଦଳରେ ଅନ୍ୟ ଦଳ ତଥା ଏପରିକି ବିରୋଧୀ ସଙ୍ଗଠନରୁ ନେତା ଆମଦାନୀ କରାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନିକଟରେ ଦଳ ପକ୍ଷରୁ ଜାରି କରାଯାଇଥିବା ବିଜୁ ଯୁବ ଜନତା ଦଳର କାର୍ଯ୍ୟକର୍ତ୍ତା ତାଲିକାରେ।

ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସବୁବେଳେ ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତ୍ୱ କଥା କହିଆସୁଛନ୍ତି। ତେବେ ତାଙ୍କ ଏହି କଥା ସହିତ କାମର କେତେ ତାଳମେଳ ଅଛି ତାହା ତ ଭିନ୍ନ କଥା ମାତ୍ର ତାଙ୍କ ଦଳ ହାର୍ଡ଼କୋର ହିନ୍ଦୁତ୍ୱ ସଙ୍ଗଠନ ବଜରଙ୍ଗ ଦଳରୁ ଜଣେ ଯୁବନେତାଙ୍କୁ ଆମଦାନୀ କରିଛି।

ଗତମାସରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଜରି କରିଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ତାଲିକାରେ ଭବ ଶାଶ୍ୱତ ହୋତା ନାମକ ଜଣେ ଯୁବକଙ୍କୁ ନୂତନ ନିଯୁକ୍ତି ମିଳିଛି। କିନ୍ତୁ ଭାବ ଶାଶ୍ୱତଙ୍କ ଫେସବୁକ ପୋଷ୍ଟକୁ ଦେଖିଲେ ସେ ଜଣେ ହାର୍ଡ଼କୋର ହିନ୍ଦୁବାଦୀ ନେତା ବୋଲି ଜଣାପଡୁଛନ୍ତି। ନିଜ ପ୍ରୋଫାଇଲ ଫଟୋରେ ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ଫଟୋ ରହିଛି। ତଳକୁ ଲେଖାଯାଇଛି ବଜରଙ୍ଗ ଦଳ।

Related story