ବିଜେଡିକୁ କ୍ରସଭୋଟିଂ ଭୟ: ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପାଇଁ ହେବ ଓପନ୍ ଭୋଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦୫ ପୌର ସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଆଜି ଏକ ଗଳାବାଟ ବାହାର କରିଛନ୍ତି। ଚଳିତ ଥର ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ପାଇଁ ସିକ୍ରେଟ୍ ଭୋଟିଂ ହେବ ନାହିଁ । ଅର୍ଥାତ୍ କିଏ କାହାକୁ ଭୋଟ୍ ଦେଉଛନ୍ତି, ତାହା ରାଜନୀତିକ ଦଳ ଦ୍ୱାରା ପ୍ରାଧିକୃତ […]

Election

Election

Ordigital Desk
  • Published: Monday, 04 April 2022
  • Updated: 04 April 2022, 09:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦୫ ପୌର ସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଆଜି ଏକ ଗଳାବାଟ ବାହାର କରିଛନ୍ତି। ଚଳିତ ଥର ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ପାଇଁ ସିକ୍ରେଟ୍ ଭୋଟିଂ ହେବ ନାହିଁ । ଅର୍ଥାତ୍ କିଏ କାହାକୁ ଭୋଟ୍ ଦେଉଛନ୍ତି, ତାହା ରାଜନୀତିକ ଦଳ ଦ୍ୱାରା ପ୍ରାଧିକୃତ ଏଜେଣ୍ଟ ଦେଖିପାରିବେ। ନିକଟରେ ଶେଷ ହୋଇଥିବା ପଂଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ପଦବୀ ନିର୍ବାଚନରେ ସିକ୍ରେଟ୍ ଭୋଟିଂ ବ୍ୟବସ୍ଥା ଥିବାବେଳେ ପୌରାଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ସରକାର ଅଚାନକ ନିୟମକୁ ପରିବର୍ତ୍ତନ କରିବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।

ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ସରକାରଙ୍କ ନୂଆ ନିୟମ ଅନୁସାରେ ପୌର ସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୀତିକ ଦଳ ନିଜର ଜଣେ ପ୍ରାଧିକୃତ ଏଜେଣ୍ଟଙ୍କୁ ନିଯୁକ୍ତି ଦେବେ । ସମ୍ପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନରେ ଭୋଟ୍ ଦେବା ବେଳେ ନିଜ ଦଳ ଦ୍ୱାରା ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇ ତାହା ଭୋଟ୍ ବାକ୍ସରେ ପକାଇବେ । ଅର୍ଥାତ୍ ଦଳର କେଉଁ ସଭ୍ୟ କାହାକୁ ଭୋଟ୍ ଦେଲେ ତାହା ପ୍ରାଧିକୃତ ଏଜେଣ୍ଟ ହିଁ ଜାଣିପାରିବେ । ପୌର ସଂସ୍ଥାର ଉପାଧ୍ୟକ୍ଷ ପଦବୀ ପାଇଁ ଏପ୍ରିଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ , ସେହିଦିନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଂଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର, ସେହିଦିନ ସାଢ଼େ ୧ଟାରୁ ସାଢ଼େ ୩ଟା ମଧ୍ୟରେ ଭୋଟ୍ ଗ୍ରହଣ, ଓ ଏହାପରେ ସେହିଦିନ ଭୋଟଗଣତି ଓ ଫଳାଫଳ ଘୋଷଣା ହେବ।

ସେହିପରି କଟକ ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଏପ୍ରିଲ ୭, ବ୍ରହ୍ମପୁର ମହାନଗରର ଡେପୁଟି ମେୟର ପାଇଁ ଏପ୍ରିଲ ୮ ଓ ଭୁବନେଶ୍ୱର ମହାନଗରର ଡେପୁଟି ମେୟର ପାଇଁ ଏପ୍ରିଲ ୯ରେ ଭୋଟ୍ ଗ୍ରହଣ ହେବ । ରାଜ୍ୟ ମ୍ୟୁନିସପାଲଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖର ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ୧୨ଟା ନାମାଙ୍କନ ପତ୍ର ଯାଂଚ, ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର‌୍ୟାହାର ଓ ସେହିଦିନ ସାଢ଼େ ୧ଟାରୁ ମତଦାନ ପରେ ଭୋଟଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ଶାସକ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ଦମନ ନିମନ୍ତେ ରାଜ୍ୟ ସରକାର ଏଭଳି ଗଳାବାଟ ବାହାର କରିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos