କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ ବିଜେଡି ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ନେଇ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି। ବେଗୁନିଆ ଥାନାରେ ସେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ, ଅରୂପ ଗଡ଼ମାଣିତ୍ରୀ ଗାଁକୁ ଯାଇଥିବା ବେଳେ କୋଭିଡ୍ ନିୟମ ମାନିନଥିଲେ। ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା ନିୟମ ମାନିନଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରମଣି। ଗ୍ୟାସ୍ […]

arup

Ranjit Kumar Jena
  • Published: Tuesday, 13 October 2020
  • , Updated: 13 October 2020, 08:28 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ନେଇ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି।

ବେଗୁନିଆ ଥାନାରେ ସେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ, ଅରୂପ ଗଡ଼ମାଣିତ୍ରୀ ଗାଁକୁ ଯାଇଥିବା ବେଳେ କୋଭିଡ୍ ନିୟମ ମାନିନଥିଲେ। ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା ନିୟମ ମାନିନଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରମଣି।

ଗ୍ୟାସ୍ ସିଲିଣ୍ଡର ଫାଟି ଆହତ ଏକ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ ବି କୋଭିଡ୍ ନିୟମ ଉଲଂଘନ କରିଥିଲେ ବୋଲି ଇନ୍ଦ୍ରମଣି ଅଭିଯୋଗ କରିଛନ୍ତି। ତେବେ ଏନେଇ ଅରୂପ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, କରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଛି। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଛି।

Related story