ନବୀନ-ଧର୍ମେନ୍ଦ୍ର ଆଲୋଚନା ଏକ ରୁଟିନ୍ ପ୍ରକ୍ରିୟା : ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆସନ୍ତାକାଲି ଅପରାହ୍ନ ୪ଟାରେ ଓଡ଼ିଶା ଭବନରେ ପ୍ରସ୍ତାବିତ ଆଲୋଚନା ଏକ ରୁଟିନ୍ ପ୍ରକ୍ରିୟା ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, ଏହି ବୈଠକ ଅତ୍ୟନ୍ତ ଉଲ୍ଲେଖନୀୟ, କାରଣ ଓଡ଼ିଶା ହେଉଛି ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ହବ୍। ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିବାରୁ ତାଙ୍କ […]

BJD-LEADER-SAYS-NAVEEN-DHARMENDRA-MEETING-IN-DELHI-IS-ROUTINE-STUFF

Manoranjan Sial
  • Published: Thursday, 13 June 2019
  • , Updated: 13 June 2019, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆସନ୍ତାକାଲି ଅପରାହ୍ନ ୪ଟାରେ ଓଡ଼ିଶା ଭବନରେ ପ୍ରସ୍ତାବିତ ଆଲୋଚନା ଏକ ରୁଟିନ୍ ପ୍ରକ୍ରିୟା ବୋଲି ବିଜେଡି କହିଛି।

ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, ଏହି ବୈଠକ ଅତ୍ୟନ୍ତ ଉଲ୍ଲେଖନୀୟ, କାରଣ ଓଡ଼ିଶା ହେଉଛି ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ହବ୍। ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିବାରୁ ତାଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରି ଇସ୍ପାତ ଉତ୍ପାଦନ ଓ ମାର୍କେଟିଂକୁ କିଭଳି ବୃଦ୍ଧି କରାଯାଇପାରିବ ଏବଂ ଓଡ଼ିଶାକୁ ଫାଇଦା ମିଳିବ ସେ ନେଇ ଆଲୋଚନା କରିବେ। ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଏକ ରୁଟିନ୍ ପ୍ରକ୍ରିୟା ବୋଲି ସେ କହିଛନ୍ତି।

ତେବେ ନିର୍ବାଚନ ଫଳାଫଳ ଆସିବା ପରଠୁ ବିଜେଡି ଓ ବିଜେପି ମଧ୍ୟରେ ହଠାତ ଘନିଷ୍ଠତା ବଢ଼ିବାର କାରଣ କ'ଣ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଓ ବିକାଶ ହେଉଛି ବିଜେଡିର ମୁଖ୍ୟ ଏଜେଣ୍ଡା। ଓଡ଼ିଶାର ବିକାଶ ଏଜେଣ୍ଡାକୁ ଯିଏ ଆଗେଇ ନେବ, ଆମେ ତା’ର ସହଯୋଗ ନେବୁ ବୋଲି ସ୍ପଷ୍ଟ ଭାବେ କହିସାରିଛୁ। ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ହଜାର ଥର ଅନ୍ୟର ସହଯୋଗ ଲୋଡ଼ିବାକୁ ପ୍ରୟାସ କରିବୁ। ଏହା କାହାକୁ ଭଲ ଲାଗିପାରେ ଅବା ନଲାଗିପାରେ କିନ୍ତୁ ଓଡ଼ିଶାବାସୀ ଆମକୁ କ୍ରମାଗତ ପଞ୍ଚମଥର ପାଇଁ କ୍ଷମତା ଦେଇଛନ୍ତି, ତେଣୁ କେନ୍ଦ୍ର ସରକାରଙ୍କ ପାଖରେ ଆମେ ରାଜ୍ୟର ଦାବି ଉପସ୍ଥାପନ କରିବୁ। ଯଦି ଆବଶ୍ୟକ ପଡ଼ିବ ଆମେ ହଜାର ଥର ଓଡ଼ିଶାର ଦାବି ଉଠାଇବୁ ବୋଲି ଶ୍ରୀ ଦେବ କହିଛନ୍ତି।

Related story