ସୁଜାତା-ଶର୍ମିଷ୍ଠାଙ୍କୁ ଲୋକସଭାରେ ଓହ୍ଲାଇବ ବିଜେଡି ! ପଢ଼ନ୍ତୁ ଆଉ କେଉଁ ଜାଗାରେ କିଏ ହେବେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ୩୩% ମହିଳା କାର୍ଡ ଖେଳିଥିବା ବିଜେଡି ଏବେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ମହିଳାଙ୍କୁ ପ୍ରାର୍ଥୀ କରିବା ଉପରେ ଗୁରୁତ୍ୱ ଦେଇଛି। ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାୟ ୮ଜଣ ମହିଳାଙ୍କୁ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ ସେଥିରେ ୨ଜଣ ମହିଳା ପ୍ରଶାସିକା ସାମିଲ ଥିବା ଜଣାପଡ଼ିଛି। ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ବରିଷ୍ଠ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ୍ ଓ ଓଡ଼ିଶା ପ୍ରଶାସନିକ ସେବା […]

Manaranajananaaaja

Manaranajananaaaja

Manoranjan Sial
  • Published: Monday, 11 March 2019
  • Updated: 11 March 2019, 11:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ୩୩% ମହିଳା କାର୍ଡ ଖେଳିଥିବା ବିଜେଡି ଏବେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ମହିଳାଙ୍କୁ ପ୍ରାର୍ଥୀ କରିବା ଉପରେ ଗୁରୁତ୍ୱ ଦେଇଛି। ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାୟ ୮ଜଣ ମହିଳାଙ୍କୁ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ ସେଥିରେ ୨ଜଣ ମହିଳା ପ୍ରଶାସିକା ସାମିଲ ଥିବା ଜଣାପଡ଼ିଛି। ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ବରିଷ୍ଠ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ୍ ଓ ଓଡ଼ିଶା ପ୍ରଶାସନିକ ସେବା ଅଫିସର ଶର୍ମିଷ୍ଠା ସେଠୀ ସାମିଲ ଅଛନ୍ତି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ଲୋକସଭାରେ ୮ଜଣ ମହିଳା ଓ ବିଧାନସଭାରେ ପ୍ରାୟ ୨୫ରୁ ୩୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୮ଟି(୨ଜଣ ଅନୁସୂଚିତ ଜାତି,୨ଜଣ ଅନୁସୂଚିିତ ଜନଜାତି ଓ ୪ଜଣ ସାଧାରଣ ବର୍ଗ)ରେ ମହିଳାଙ୍କୁ ପ୍ରାର୍ଥୀ କରିବ ଓ ସେମାନେ ଅଧିକାଂଶ ନୂଆ ମୁହଁ।

ସମ୍ମାନଜନକ କେନ୍ଦ୍ରାପଡ଼ା ଆସନରେ ଦଳ ନିଜର ଟ୍ରମ୍ପ କାର୍ଡ ଭାବେ ବିଜେଡିର ସର୍ବେସର୍ବା ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସୁଜାତା କେନ୍ଦ୍ରାପଡ଼ାର ଝିଅ ଓ ମିଶନ ଶକ୍ତି ନିର୍ଦ୍ଦେଶିକା ଥିବାରୁ ମହିଳା ଭୋଟବ୍ୟାଙ୍କ୍ ମାଧ୍ୟମରେ ଦଳ ସେହି ଆସନକୁ ସହଜରେ ଜିତିପାରିବ ବୋଲି ଆଶା ରଖିଛି। କେନ୍ଦ୍ରାପଡ଼ା ଆସନରେ ବିଜେପି ନିଜର ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପ୍ରାୟତଃ ନିଶ୍ଚିତ ଥିବାବେଳେ ତାଙ୍କୁ ଟକ୍କର ଦେବାକୁ ସୁଜାତାଙ୍କୁ ବିଜେଡି ପ୍ରାର୍ଥୀ କରିବ। କେବଳ ସୁଜାତାଙ୍କ ରାଜନୀତିକ ଏଣ୍ଟ୍ରି ପାଇଁ ମାର୍ଗ ପ୍ରଶସ୍ତ ନିମନ୍ତେ ଗତକାଲି କେନ୍ଦ୍ରାପଡ଼ାରେ ମହିଳା ସମାବେଶ ଆୟୋଜନ କରାଯାଇଥିଲା। ଯଦିଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ ଏହି ସମାବେଶରେ ଓହ୍ଲାଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ପ୍ରୟାସ କରିଥିଲା, ତଥାପି ବିଜେଡି ସୁଜାତାଙ୍କୁ ‘ମାଟିର ଝିଅ’ ଭାବେ ଉପସ୍ଥାପନ କରିବାକୁ ଯାଉଥିବା ଜଣାପଡ଼ିଛି।

ସୁଜାତା ସର୍ବଭାରତୀୟ ସେବାର ଅଫିସର ହୋଇଥିଲେ ମଧ୍ୟ ସରକାରୀ ଚାକିରିରୁ ଇସ୍ତଫା ଦେବାରେ ତାଙ୍କ ପାଇଁ କୌଣସି ଆଇନଗତ ସମସ୍ୟା ନାହିଁ। କିମ୍ବା ତାଙ୍କର ଇସ୍ତଫା ମଞ୍ଜୁର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତିର ଆବଶ୍ୟକତା ମଧ୍ୟ ନାହିଁ। କାରଣ ସୁଜାତା ଗତ ୫ବର୍ଷ ମଧ୍ୟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇନାହାନ୍ତି କି ତାଙ୍କ ନାଁରେ କୌଣସି ଚାର୍ଜଫ୍ରେମ୍ ମଧ୍ୟ ନାହିଁ। ତେଣୁ ସେ ଯେଉଁଦିନ ଚାକିରିରୁ ଇସ୍ତଫା ଦେବାକୁ ଚାହିଁବେ ତାହା ସେହିଦିନ ରାଜ୍ୟ ସରକାରଙ୍କ ମଞ୍ଜୁର ଲାଭ କରିବ। ଏପ୍ରିଲ ୨ରୁ କେନ୍ଦ୍ରାପଡ଼ା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସୁଜାତା ଯେକୌଣସି ମୁହୂର୍ତ୍ତରେ ଚାକିରିରୁ ଇସ୍ତଫା ପାଇଁ ଆବେଦନ କରିପାରନ୍ତି।

ସେହିପରି ଯାଜପୁର ସଂରକ୍ଷିତ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁ ଭାବେ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିବ। ଶ୍ରୀମତୀ ସେଠୀ ଅର୍ଥ ବିଭାଗରେ ଅତିରିକ୍ତ ବାଣିଜ୍ୟକର ଅଫିସର ଭାବେ କାର୍ଯ୍ୟ କରୁଥିଲେ ତଥା ସିଏ କ୍ରୀଡ଼ା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରବି ସେଠୀଙ୍କ ପତ୍ନୀ। ଶ୍ରୀ ସେଠୀ ଏବେ ବିଜେଡିର ସୋଶାଲ ମିଡିଆ ଦାୟିତ୍ୱରେ ଅଛନ୍ତି। ଶ୍ରୀମତୀ ସେଠୀ ଇତିମଧ୍ୟରେ ଚାକିରିରୁ ଇସ୍ତଫା ଦେଇସାରିଥିବା ଜଣାପଡ଼ିଛି।

ଏହି ଦୁଇ ଆସନ ବ୍ୟତୀତ ଜଗତସିଂହପୁର ସଂରକ୍ଷିତ ଲୋକସଭା ଆସନରେ ବିଧାୟିକା ରାଜଶ୍ରୀ ମଲ୍ଲିକ କିମ୍ବା ବିଜେଡି ସଭାନେତ୍ରୀ ମିନତୀ ବେହେରାଙ୍କୁ ପ୍ରାର୍ଥୀ କରିପାରେ। ଶ୍ରୀମତୀ ବେହେରା ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼ ସଂରକ୍ଷିତ ଲୋକସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ କିମ୍ବା କୁସୁମ ଟେଟେଙ୍କୁ ପ୍ରାର୍ଥୀ କରିପାରେ। ତେବେ ସୁନିତାଙ୍କ ସମ୍ଭାବନା ଅଧିକ ରହିଛି। କେନ୍ଦୁଝର ସଂରକ୍ଷିତ ଲୋକସଭା ଆସନରେ ଦଳ ବର୍ତ୍ତମାନର ସାଂସଦ ଶକୁନ୍ତଳା ଲାଗୁରୀ ଓ ବାସନ୍ତୀ ମାଝୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିପାରେ।

ସେହିପରି ଲତିକା ପ୍ରଧାନଙ୍କୁ ଆସିକା ଲୋକସଭା ଆସନରେ ପ୍ରାର୍ଥୀ କରିବାର ସମ୍ଭାବନା ଥିବାବେଳେ କନ୍ଧମାଳ ଆସନରେ ପ୍ରତ୍ୟୁଷା ରାଜେଶ୍ୱରୀ କିମ୍ବା ଇତି ସାମନ୍ତ (ଅଚ୍ୟୁତ ସାମନ୍ତଙ୍କ ଭଉଣୀ)ଙ୍କୁ ବିଜେଡି ପ୍ରାର୍ଥୀ କରିପାରେ। ତେବେ ପ୍ରତ୍ୟୁଷାଙ୍କୁ ପୁନରାବୃତ୍ତି କରିବାର ସମ୍ଭାବନା ଅଧିକା। ସେହିପରି ବଲାଙ୍ଗିର ଲୋକସଭା ଆସନରେ ବିଧାୟିକା ଟୁକୁନି ସାହୁଙ୍କୁ ଦଳ ପ୍ରାର୍ଥୀ କରିପାରେ। ସିଂହଦେଓ ରାଜପରିବାରର କର୍ତ୍ତୃତ୍ୱକୁ ହ୍ରାସ କରି କଳିକେଶ ସିଂହଦେଓଙ୍କୁ ବିଧାନସଭାରେ ପ୍ରାର୍ଥୀ କରି ଦଳ ସେଠାରେ ଟୁକୁନିଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି। ଶ୍ରୀମୟୀ ମିଶ୍ର ମଧ୍ୟ ଏହି ଆସନ ପାଇଁ ଅନ୍ୟତମ ଦାବିଦାର ଅଛନ୍ତି।

ଉଲ୍ଲେଖଯୋଗ୍ୟ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବାବେଳେ ହାତରେ ଆଉ ମାତ୍ର ଏକ ସପ୍ତାହ ବାକି ରହିଛି। ତେଣୁ ଦଳ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story