ନିଜ ଗଡ଼ରେ କାହିଁକି ଫେଲ୍ ମାରିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାରୁୁ ପ୍ରାର୍ଥୀ ହେଲେ। ବିଜେପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ୫୭ହଜାର ଭୋଟ୍ ବ୍ୟବଧାନରେ ପରାଜିତ ମଧ୍ୟ କଲେ। କିନ୍ତୁ ବିଜେପୁରକୁ ମିଶାଇ ଗଠିତ ବରଗଡ଼ ଲୋକସଭା ଆସନକୁ ବିଜେଡି ସପକ୍ଷରେ ରଖିପାରିଲେନି। ପ୍ରାୟ ୬୪ହଜାର ଭୋଟ ବ୍ୟବଧାନରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜୟ ବରଣ କରିବାକୁ ପଡ଼ିଲା। ବରଗଡ଼ ଲୋକସଭା ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ଆସନ […]

BJD-LOSING-BARGARH-AND-BHUBANESWAR-LOK-SABHA-SEATS-SURPRISES-ANALYSTS

Manoranjan Sial
  • Published: Saturday, 25 May 2019
  • Updated: 25 May 2019, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାରୁୁ ପ୍ରାର୍ଥୀ ହେଲେ। ବିଜେପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ୫୭ହଜାର ଭୋଟ୍ ବ୍ୟବଧାନରେ ପରାଜିତ ମଧ୍ୟ କଲେ। କିନ୍ତୁ ବିଜେପୁରକୁ ମିଶାଇ ଗଠିତ ବରଗଡ଼ ଲୋକସଭା ଆସନକୁ ବିଜେଡି ସପକ୍ଷରେ ରଖିପାରିଲେନି। ପ୍ରାୟ ୬୪ହଜାର ଭୋଟ ବ୍ୟବଧାନରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜୟ ବରଣ କରିବାକୁ ପଡ଼ିଲା। ବରଗଡ଼ ଲୋକସଭା ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ଆସନ ବିଜେଡି ସପକ୍ଷରେ ଯାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ପ୍ରାର୍ଥୀ କିଭଳି ବିଜୟୀ ହେଲେ ଓ ନବୀନଙ୍କ କରିସ୍ମା କାହିଁକି ବରଗଡ଼ରେ କାମ ଦେଲାନି ତାହା ରାଜନୀତିକ ବିଶ୍ଲେଷକଙ୍କୁ ଚକିତ କରିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବରଗଡ଼ ଜିଲ୍ଲାର ୫ଟି ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ବିଧାନସଭା ଆସନକୁ ନେଇ ଗଠିତ ବରଗଡ଼ ଲୋକସଭା ଆସନରେ ବିଜେଡିର ହେଭିୱେଟ୍ ନେତାମାନେ ଥାଇ ମଧ୍ୟ ଦଳ ୬୪ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହେବା ନିଶ୍ଚିତ ଭାବେ ଦଳୀୟ ଅନ୍ତଃକନ୍ଦଳ ଆଡ଼କୁ ଇଙ୍ଗିତ କରୁଛି। ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଟଲୀ ଆସନରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ଆସନରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଝାରସୁଗୁଡ଼ା ଆସନରେ ହେଭିୱେଟ୍ ନବ ଦାସ ଓ ବ୍ରଜରାଜନଗର ଆସନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଓ ବରଗଡ଼ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା ପ୍ରାର୍ଥୀ ହୋଇଥିବାବେଳେ ପଦ୍ମପୁର ଆସନଟି ବିଜେପି କବଜାରେ ରହିଥିଲା। ମାତ୍ର ନିର୍ବାଚନରେ ଏହି ସମସ୍ତ ୭ଟି ବିଧାନସଭା ଆସନ ବିଜେଡି ସପକ୍ଷରେ ଯାଇଥିବାବେଳେ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ୬୪ହଜାରରୁ ପରାଜିତ ହେଲେ।

ଦଳର ସୁପ୍ରିମୋ ନିଜେ ବିଧାନସଭା ପ୍ରାର୍ଥୀ ଥାଇ ମଧ୍ୟ ଦଳୀୟ ସାଂସଦ ପ୍ରାର୍ଥୀ ପରାଜିତ ହେବା ବିଜେଡି ପାଇଁ ଶକ୍ତ ଚାପୁଡ଼ା ସଦୃଶ। କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ ହାରିଲେ ଓ ବିଜେଡି ବିଧାୟକ ପ୍ରାର୍ଥୀମାନେ ଜିତିଲେ ତାହା ରାଜନୀତିକ ବିଶ୍ଲେଷକମାନଙ୍କୁ ମଧ୍ୟ ଚକିତ କରିଛି। ବିଜେଡି ସୂତ୍ର ଅନୁସାରେ, ଦଳ ଭିତରେ ତୀବ୍ର ଗୋଷ୍ଠୀକନ୍ଦଳର ପ୍ରଭାବ ବରଗଡ଼ ଲୋକସଭା ନିର୍ବାଚନ ଉପରେ ପଡ଼ିଛି। ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ସେଠାରେ ନୂଆ ହୋଇଥିଲେ ମଧ୍ୟ ତାଙ୍କର ବିଜୟ ସହଜ ହୋଇଛି। ବିଜେଡିର ବିଧାୟକ ପ୍ରାର୍ଥୀ ଓ ବିଜେପି ମଧ୍ୟରେ ଗୋପନ ବୁଝାମଣା ନହେଲେ ବିଜେଡି ପ୍ରାର୍ଥୀ ପରାଜିତ ହୋଇ ନଥାନ୍ତେ। ବିଜେଡି ସୁପ୍ରିମୋ ନିଜେ ପ୍ରାର୍ଥୀ ହୋଇ ସେହି ଆସନରୁ ଦଳର ସାଂସଦ ପ୍ରାର୍ଥୀ ପରାଜିତ ହେବା ମଧ୍ୟ ଖୋଦ୍ ସୁପ୍ରିମୋଙ୍କ ପ୍ରଭାବକୁ କ୍ଷୂଣ୍ଣ କରିଛି।

ବରଗଡ଼ ରାଜନୀତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୀର୍ଘବର୍ଷର ପ୍ରଭାବକୁ ହ୍ରାସ ପାଇଁ ବିଜେଡି ନେତାମାନେ ସୁଚିନ୍ତିତ ରଣନୀତିରେ ଏହା କରିଥିବା ମଧ୍ୟ ସନ୍ଦେହ କରାଯାଉଛି। ଅବଶ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାୱା ରାଜ୍ୟବ୍ୟାପୀ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି। ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନ ଅନ୍ତର୍ଗତ ୩୫ଟି ବିଧାନସଭା ମଧ୍ୟରୁ ବିଜେଡିକୁ ଏଥର ୨୨ଟି ଆସନ ଯାଇଥିବାବେଳେ ଗତଥର ଏହି ସଂଖ୍ୟା ୨୦ରେ ସୀମିତ ଥିଲା। ମାତ୍ର ନବୀନଙ୍କ ପ୍ରଭାବ ସତ୍ତେ୍ୱ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନ ଓ ବରଗଡ଼ ଲୋକସଭା ଆସନ ବିଜେପି ହାତକୁ ଯିବା ପରୋକ୍ଷରେ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ନବୀନଙ୍କ କ୍ରେଜକୁ ଧରାଶାୟୀ କରିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story