ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସଂସଦ ଅଧିବେଶନ ପାଇଁ ନିଜର ରଣନୀତିକୁ ବିଜେଡି ଚୂଡ଼ାନ୍ତ ରୂପ ଦେବ। ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ବୈଠକରେ ଉପସ୍ଥିତ ରହିବା ପାଇଁ ଦଳର ସମସ୍ତ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେଡିର ଉଭୟ ଲୋକସଭା ଓ […]

bd

bd

Tapas Behera
  • Published: Monday, 27 January 2020
  • Updated: 28 January 2020, 01:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସଂସଦ ଅଧିବେଶନ ପାଇଁ ନିଜର ରଣନୀତିକୁ ବିଜେଡି ଚୂଡ଼ାନ୍ତ ରୂପ ଦେବ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ବୈଠକରେ ଉପସ୍ଥିତ ରହିବା ପାଇଁ ଦଳର ସମସ୍ତ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଜାନୁୟାରୀ ୩୧ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ୍ ଅଧିବେଶନରେ ବିଜେଡି କିଭଳି ଆଭିମୁଖ୍ୟ ପୋଷଣ କରିବ ସେ ନେଇ ଆଲୋଚନା ହେବା ସହ ମୁଖ୍ୟତଃ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଦଳ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି।

ବିଜେଡିର ଜଣେ ସାଂସଦ ନିଜ ନାମ ଗୁପ୍ତ ରଖି କହିଛନ୍ତି ଯେ, ବିଜେଡି ସଂସଦୀୟ ବୈଠକ ଜାନୁୟାରୀ ୨୯ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା। ମାତ୍ର ସମସ୍ତଙ୍କ ସହମତିରେ ଏହା ୨୮ତାରିଖରେ ହେବା। ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।
ବିଜେଡି ମୁଖ୍ୟତଃ ସଂସଦର ଉଭୟ ଗୃହରେ, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବା, ମହାନଦୀ ଜଳ ବିବାଦ ଓ ପୋଲାଭରମ ପ୍ରକଳ୍ପର ତ୍ୱରିତ୍ ସମାଧାନ, ପଛୁଆବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରିବା, ମହିଳାଙ୍କୁ ସଂରକ୍ଷଣ, ବିଧାନ ପରିଷଦ ଗଠନ ଆଦି ପ୍ରସଙ୍ଗରେ ବୈଠକରେ ବିଚାରବିମର୍ଶ ହେବ। ତା’ଛଡ଼ା ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ଜଡ଼ିତ ଯେଉଁ ପ୍ରସଙ୍ଗ ଗୃହରେ ଉଠାଇବାକୁ ଚାହିଁବେ ତାହା ଉଠାଇପାରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story