ଟୋକନ୍‌କୁ ନେଇ ଗୃହରେ ମନ୍ତ୍ରୀଙ୍କୁ ଘେରିଲେ ଶାସକ ଦଳ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋଟର): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଘେରିଲେ ଖୋଦ୍ ଶାସକ ଦଳର ସଦସ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଧାୟକମାନେ ଆଜି ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ଚାଷୀଙ୍କ ଆକ୍ରୋଶ କଥା ଉଠାଇ ଟୋକନ ବ୍ୟବସ୍ଥା କୋହଳ କରିବାକୁ ଦାବି କରିଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ। ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ରାସ୍ତାକୁ ଓହ୍ଲାଇ ଥିଲେ। […]

bjd-mla-opposed-tocken-system

Manoranjan Sial
  • Published: Wednesday, 27 November 2019
  • , Updated: 27 November 2019, 09:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋଟର): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଘେରିଲେ ଖୋଦ୍ ଶାସକ ଦଳର ସଦସ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଧାୟକମାନେ ଆଜି ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ଚାଷୀଙ୍କ ଆକ୍ରୋଶ କଥା ଉଠାଇ ଟୋକନ ବ୍ୟବସ୍ଥା କୋହଳ କରିବାକୁ ଦାବି କରିଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ।

ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ରାସ୍ତାକୁ ଓହ୍ଲାଇ ଥିଲେ। ସେମାନଙ୍କୁ ମନାଇବାକୁ ଯାଇଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପମୁଖ୍ୟସଚେତକ ରୋହିତ ପୂଜାରୀ। ଟୋକନ୍ ନଥିଲେ ମଧ୍ୟ ଧାନ ବିକି କରିହେବ ବୋଲି ଉଭୟେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତା’ପର ଦିନ ମଣ୍ଡି ଖୋଲିଥିଲା। ଚାଷୀମାନ ଧାନ ଧରି ମଣ୍ଡିକୁ ଆସିଥିଲେ। ହେଲେ ବିକ୍ରି କରିପାରିଲେ ନାହିଁ। ଯାହାକୁ ନେଇ ଆଜି ସରକାରୀ ଦଳ ଉପମୁଖ୍ୟସଚେତକ ବିଧାନସଭାରେ ଅସହାୟ ପ୍ରକାଶ କରିଛନ୍ତି। ଟୋକନ୍ ଠିକ୍ ସମୟରେ ମିଳୁନଥିବାରୁ ଧାନ ବିକି ପାରୁନାହାନ୍ତି ଚାଷୀ। ମଣ୍ଡିକୁ ଧାନ ଆଣିବା ପରେ ମଧ୍ୟ ୧୫ ଦିନ ଯାଏଁ ଅପେକ୍ଷା କରିବାକୁ ପଡୁଛି। ଚାଷୀଙ୍କ ଆକ୍ରୋଶ କଥା ଉଠାଇ, ଆଜି ଯୋଗାଣ ମନ୍ତ୍ରୀଙ୍କୁ ଏଭଳି ମୁହେଁ ମୁହେଁ ଶୁଣାଇଥିଲେ ରୋହିତ୍ ପୂଜାରୀ।

ସେହିପରି ବରଗଡ଼ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଟୋକନ୍ ଟେନ୍‌ସନ୍ କଥା ଉଠାଇ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେବି ଅନେକ ସ୍ଥାନରେ ଧାନ ସଂଗ୍ରହ କେନ୍ଦ୍ର ଖୋଲି ନାହିଁ ଓ ଇଣ୍ଟରନେଟ୍ ନଥିବା ସ୍ଥାନରେ କିଭଳି ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରି ହେବ ବୋଲି ପ୍ରଶ୍ନ କରିଥିଲେ। ଟୋକନ୍ ବ୍ୟବସ୍ଥାକୁ ନେଇ ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ଓ ବିଧାୟକ। ତେବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଧାନ ସଂଗ୍ରହ ତଥ୍ୟ ଉପସ୍ଥାପନ କରି ଚାଷୀଙ୍କ କୌଣସି ଆକ୍ରୋଶ ନାହିଁ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ୱାଇଁ କହିଥିଲେ।

ସେପଟେ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ। ବରଗଡ଼ ବେହେରା ଗାଁର ଚାଷୀ ସତ୍ୟମ ସାହୁ ଓ ନେହରୁ ସାହୁ ବେହେରା ମାର୍କେଟ ୟାର୍ଡକୁ ଧାନ ବସ୍ତା ଧରି ଆସିଥିଲେ। ଆଜି ଯାଏଁ ଟୋକନ୍ ମିଳିନଥିବାରୁ ଧାନ ବିକ୍ରି କରିପାରୁ ନାହାନ୍ତି। ସଥିପାଇଁ ଚାଷୀମାନେ ବେହେରା ମାର୍କେଟ୍ୟାର୍ଡରେ ତାଲା ପକାଇ ଦେଇଛନ୍ତି।

ଧାନ ସଂଗ୍ରହରେ ସ୍ୱଚ୍ଛତା ପାଇଁ ଟୋକନ୍ ବ୍ୟବସ୍ଥା ନେଇ ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରୁଛନ୍ତି। ସେପଟେ ବିରୋଧୀ ସହିତ ଶାସକ ଦଳର ସଦସ୍ୟମାନେ ବ୍ୟବସ୍ଥା କୋହଳ କରିବାକୁ ଦାବି କରୁଛନ୍ତି।

Related story