ମହାରଥୀ ବାଣ: ପିଲାକୁ ଜନ୍ମ କରି ବାଞ୍ଝ ଦୋଷରୁ କଟିଗଲେ ହେବନି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାନୀୟ ଜଳ ପ୍ରସଙ୍ଗକୁ ନେଇ ବିଧାନସଭାରେ ଦୁଇଦିନ ହେବ ମନ୍ତ୍ରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ଆଜି ସ୍କୁଲମାନଙ୍କରେ ପାଣି ସମସ୍ୟା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ପ୍ରଶ୍ନ କରିଥିଲେ ମହାରଥୀ। କହିଥିଲେ ସ୍କୁଲମାନଙ୍କରେ ବହୁ ପାଇଖାନା ହୋଇଛି । ସେଠାରେ ପାଣିର ବ୍ୟବସ୍ଥା ଅଛି କି ? ଯେତେବେଳେ ସ୍କୁଲରେ ପିଅନ ନାହିଁ, ଯଦି ୧୦ ଜଣ ଝିଅ ପରିସ୍ରା କରି ଆସିଲେ, ପରବର୍ତ୍ତୀ ସମୟରେ ସେଇ […]

maharathi-750x428

maharathi-750x428

Tapas Behera
  • Published: Wednesday, 20 November 2019
  • Updated: 20 November 2019, 06:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାନୀୟ ଜଳ ପ୍ରସଙ୍ଗକୁ ନେଇ ବିଧାନସଭାରେ ଦୁଇଦିନ ହେବ ମନ୍ତ୍ରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ଆଜି ସ୍କୁଲମାନଙ୍କରେ ପାଣି ସମସ୍ୟା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ପ୍ରଶ୍ନ କରିଥିଲେ ମହାରଥୀ। କହିଥିଲେ ସ୍କୁଲମାନଙ୍କରେ ବହୁ ପାଇଖାନା ହୋଇଛି । ସେଠାରେ ପାଣିର ବ୍ୟବସ୍ଥା ଅଛି କି ? ଯେତେବେଳେ ସ୍କୁଲରେ ପିଅନ ନାହିଁ, ଯଦି ୧୦ ଜଣ ଝିଅ ପରିସ୍ରା କରି ଆସିଲେ, ପରବର୍ତ୍ତୀ ସମୟରେ ସେଇ ପାଇଖାନାକୁ ଆଉ କେହି ବ୍ୟବହାର ପାଇଁ ଯାଉ ନଥିବା ଆପଣଙ୍କ ପାଖରେ ଖବର ଅଛି କି ?

ଓଡ଼ିଆ ଢ଼ଗଢ଼ମାଳି ଉଦାହରଣ ଦେଇ ମହାରଥୀ କହିଥିଲେ ଯେ, ପିଲାକୁ ଜନ୍ମ କରି ବାଞ୍ଝ ଦୋଷରୁ କଟିଗଲେ ହେବନି , ପିଲାକୁ ମଣିଷ କରିବା ଦରକାର। ତେଣୁ ସ୍କୁଲରେ ଜଣେ ଜଣେ ସୁଇପର ନିଯୁକ୍ତି କରିବା ଉଚତ୍‌ ବୋଲି ମହାରଥୀ ଦାବି କରିଥିଲେ। ଉତ୍ତରରେ ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ, ସୁଇପର କଥା ବିଚାର କରାଯାଇନି। ହେଲେ ପ୍ରତି ସ୍କୁଲରେ ପାଣିରେ ବ୍ୟବସ୍ଥା ଅଛି।

ତେବେ ପରିସ୍କାର ଦାୟିତ୍ୱ ଆମ ସମସ୍ତଙ୍କର। ଛାତ୍ର ଓ ଶିକ୍ଷକ ଯିଏ ବ୍ୟବହାର କରୁଛନ୍ତି ପରିବେଶକୁ ପରିଛନ୍ନ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ କହିଥିଲେ। ତେବେ ସ୍କୁଲରେ ପିଅନ ଓ ସୁଇପର ନିଯୁକ୍ତି ପ୍ରସଙ୍ଗକୁ  ଦୋହରାଇଥିଲେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos