ସଂସଦ ପରିସରରେ ବିଜେଡି ସାଂସଦଙ୍କ ଧାରଣା

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 12:59 PM IST
<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହାନଦୀ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ ଦାବିରେ ଆଜି ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସାଂସଦ ଧାରଣା ଦେଇଛନ୍ତି। ଓଡ଼ିଶା ଉପରେ କେନ୍ଦ୍ର ସରକାର ଜାଣିଶୁଣି ଅବିଚାର କରୁଥିବା ସାଂସଦମାନେ ଅଭିଯୋଗ କରିଛନ୍ତି। ଟ୍ରିବ୍ୟୁନାଲ ଗଠନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।</p> <p>ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ମହାନଦୀ ବିବାଦ ଉପରେ ଆଲୋଚନା ପାଇଁ ଦଳ ତୃତୀୟ ଥର ଲାଗି ମୁଲତବୀ ନୋଟିସ୍ ଦେବ। ରାଜ୍ୟ ସଭାରେ ମଧ୍ୟ ଦଳ ଦେଇଥିବା ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ସଂକ୍ଷିପ୍ତ ନୋଟିସକୁ ଗ୍ରହଣ କରାଯାଇନାହିଁ।&nbsp; ତେଣୁ ପୁଣିଥରେ ରାଜ୍ୟସଭାରେ ମୁଲତବୀ ନୋଟିସ୍ ଦେଇ ସମଭାବାପନ୍ନ ଦଳର ସହଯୋଗ ଲୋଡ଼ିବ ବିଜେଡି।</p> <p>ବିଜେଡି ରାଜ୍ୟସଭା ସଦସ୍ୟ&nbsp; ପ୍ରତାପ ଦେବ କହିଛନ୍ତି,&rsquo;&rsquo;ମହାନଦୀ ବିବାଦ ନେଇ ସୁପ୍ରିମକୋର୍ଟରେ ନ୍ୟାୟିକ ଲଢ଼େଇ ଚାଲିଛି। ଆମେ ଏଠି ରାଜନୈତିକ ଲଢ଼େଇ ଲଢ଼ୁଛୁ। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି। କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକ କରିଛନ୍ତି। ଏହାର ପ୍ରତିବାଦରେ ଆମେ ଧାରଣା ଦେଇଛୁ।&rdquo;</p> <p>&amp;nbsp;</p>

Related story