ଅକ୍ଟୋବର ୨ରୁ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’

ଭୁବନେଶ୍ୱର: ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ‘ଜନ ସମ୍ପର୍କ ପଦଯାତ୍ରା’ କରିବ ଶାସକ ବିଜେଡି। ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଏହି ପଦଯାତ୍ରା ଉଦଯାପିତ ହେବ। ଏହି ପଦଯାତ୍ରା ସମୟରେ ବିଜେଡି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ। ସେହିପରି କେନ୍ଦ୍ର ସରକାରଙ୍କ ଅବହେଳା ସମ୍ପର୍କରେ ବି ଲୋକଙ୍କୁ ଅବଗତ କରାଇବ। ୨୦୧୪ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇବ ବିଜେଡି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ […]

BJD-604x270

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 04:41 PM IST

ଭୁବନେଶ୍ୱର: ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ‘ଜନ ସମ୍ପର୍କ ପଦଯାତ୍ରା’ କରିବ ଶାସକ ବିଜେଡି। ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଏହି ପଦଯାତ୍ରା ଉଦଯାପିତ ହେବ। ଏହି ପଦଯାତ୍ରା ସମୟରେ ବିଜେଡି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ। ସେହିପରି କେନ୍ଦ୍ର ସରକାରଙ୍କ ଅବହେଳା ସମ୍ପର୍କରେ ବି ଲୋକଙ୍କୁ ଅବଗତ କରାଇବ। ୨୦୧୪ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇବ ବିଜେଡି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ ଭୁବନେଶ୍ୱରରୁ କରିବେ। ଦଳର ଅନ୍ୟମନ୍ତ୍ରୀ ଓ ବରିଷ୍ଠ ସଦ୍ୟମାନେ ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ଏହାର ଶୁଭାରମ୍ଭ କରିବେ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, କେନ୍ଦ୍ରର ଏନଡିଏ ସରକାର ଓଡ଼ିଶାକୁ କିଭଳି ଅବହେଳା କରୁଛନ୍ତି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଗୋଟିଏ ପଟେ ଓଡ଼ିଶାର କେବିକେ ଯୋଜନା, ବିଆରଜିଏଫ ଓ ଅନ୍ୟାନ୍ୟ ଜନହିତ ଯୋଜନାଗୁଡିକୁ ବନ୍ଦ କରି ଦେଉଥିବା ବେଳେ ବିହାରକୁ ୧୨୫ ଲକ୍ଷ କୋଟିର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

 ବିଜେଡି ଅନ୍ୟତମ ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଏହି ପଦଯାତ୍ରା ବେଳେ ନବୀନ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ତା’ ସହିତ ସରକାର କିପରି ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସେ ସମ୍ପର୍କରେ ବି କୁହାଯିବ।

Related story