ଅନୁଭବ ଅଲୋଡ଼ା, ବିଜେଡ଼ିରେ ବଢ଼ୁଛି ବର୍ଷାଙ୍କ କ୍ରେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପାଇଁ ଅନୁଭବ ଏବେ ଅଲୋଡ଼ା। ହେଲେ ତାଙ୍କ ପତ୍ନୀ ବର୍ଷାଙ୍କ ସହ ଘନିଷ୍ଠତା ବଢ଼ାଇଲାଣି ଦଳ। ଦିନେ ବିଜେଡିର ଷ୍ଟାର ପ୍ରଚାରକ ପାଲଟିଥିବା ଅନୁଭବଙ୍କର କିନ୍ତୁ ଏଥର ପ୍ରଚାରରେ ନାଁ ଗନ୍ଧ ନାହିଁ। ତାଙ୍କ ସ୍ଥାନରେ ବିଜେଡି ପାଇଁ ଗାଁଗହଳିରେ ପ୍ରଚାରରେ ମାତିଛନ୍ତି  ପତ୍ନୀ ବର୍ଷା। ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ଗାଁ ଗଣ୍ଡରେ ଜମିଲାଣି ପ୍ରଚାର। ସବୁଠି ମାଳ ମାଳ ନେତା। ହେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ଗନ୍ଧ […]

VARSHA PRIYADARSHINI & ANUBHAV

VARSHA PRIYADARSHINI & ANUBHAV

Niharika Rout
  • Published: Monday, 14 February 2022
  • Updated: 14 February 2022, 02:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପାଇଁ ଅନୁଭବ ଏବେ ଅଲୋଡ଼ା। ହେଲେ ତାଙ୍କ ପତ୍ନୀ ବର୍ଷାଙ୍କ ସହ ଘନିଷ୍ଠତା ବଢ଼ାଇଲାଣି ଦଳ। ଦିନେ ବିଜେଡିର ଷ୍ଟାର ପ୍ରଚାରକ ପାଲଟିଥିବା ଅନୁଭବଙ୍କର କିନ୍ତୁ ଏଥର ପ୍ରଚାରରେ ନାଁ ଗନ୍ଧ ନାହିଁ। ତାଙ୍କ ସ୍ଥାନରେ ବିଜେଡି ପାଇଁ ଗାଁଗହଳିରେ ପ୍ରଚାରରେ ମାତିଛନ୍ତି  ପତ୍ନୀ ବର୍ଷା।

ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ଗାଁ ଗଣ୍ଡରେ ଜମିଲାଣି ପ୍ରଚାର। ସବୁଠି ମାଳ ମାଳ ନେତା। ହେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ଗନ୍ଧ ନାହିଁ। ଅନୁଭବଙ୍କୁ ବିଜେଡି ଆଉ ପଚାରୁ ନ ଥିବା ବେଳେ ଦୂର ଦୂର କଲାଣି ବୋଲି ଚାଲିଛି ଚର୍ଚ୍ଚା।

ଦିଲ୍ଲୀରେ ନିଜ ବାନ୍ଧବୀଙ୍କ ସହ ଫଟୋ ପରେ ଫଟୋ ଓ ଟ୍ୱିଟ ପରେ ଟ୍ୱିଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଟାର୍ଗେଟ କରିବାରେ ଲାଗି ପଡ଼ିଛନ୍ତି ବାଳୁଙ୍ଗା ଟୋକା।  କିନ୍ତୁ ଏହା ମଧ୍ୟରେ ରାଜନୀତି ରେସ୍‌ରେ ସେ ପଛରେ ପଡ଼ିଗଲେଣି। ବର୍ଷାଙ୍କୁ ଛାଡପତ୍ର ମାମଲା ପରଠୁ ସାଂସଦଙ୍କୁ କେଉଁଥିରେ ବି ଖୋଜା ପଡୁନି।

ଏପରିକି ନିଜ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ପ୍ରଚାର କି ସରକାରୀ କାର୍ଯ୍ୟକ୍ରମରେ କେଉଁଠି ବି ତାଙ୍କୁ ଦେଖିବାକୁ ମିଳୁ ନାହିଁ। ଲୋକସଭାରେ ମଧ୍ୟ ତାଙ୍କୁ କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହେବା ନଜିର ନାହିଁ। ଠିକ ଏତିକି ବେଳେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହେଉ କି ସଚେନତନତା କାର୍ଯ୍ୟକ୍ରମରେ ବର୍ଷା ସାମନାକୁ ଆସି ଲୋକ ସମ୍ପର୍କ ବଢାଇ ଚାଲିଛନ୍ତି। ଏହାରି ଭିତରେ ବିଜେଡି ତାଙ୍କୁ ପ୍ରଚାରରେ ସାମିଲ କରିଛି। ବିଭିନ୍ନ ଅଞ୍ଚଳ ଯାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବର୍ଷାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା।

ବିଜେଡି ଅନୁଭବଙ୍କୁ କୋଣଠେସା କରି ପତ୍ନୀ ବର୍ଷାଙ୍କୁ ସାମନାକୁ ଆଣିବା ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ବର୍ଷା ବି ଏବେ ବିଭିନ୍ନ ସ୍ଥାନକୁ ଯିବା ସହ ପ୍ରଚାରରେ ନିଜକୁ ସାମିଲ କରୁଛନ୍ତି । ଯାହାକି ସାଂସଦଙ୍କୁ ଶକ୍ତ ଧକ୍କା ଦେଇଛି। ବର୍ଷାଙ୍କ ସହିତ ଘନିଷ୍ଠତା ଆଉ ଅନୁଭବଙ୍କ ସହ ଦୂରତା, ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା।

ଏହା ପ୍ରମାଣିତ କରିଛି କି, ଆଉ ବିଜେଡିର ଆସ୍ଥାଭାଜନ ହୋଇ ନାହାନ୍ତି ଅନୁଭବ। ଆଗକୁ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ବଡ ଆଶଙ୍କା ବି ଦେଖାଦେଇଛି। କାହିକି ନା ସେମି ଫାଇନାଲରେ ଖେଳୁନଥିବା ପ୍ଳେୟର ଫାଇନାଲରୁ ବି ବାଦ ପଡିବା ସମ୍ଭାବନା ବେଶି।

https://youtu.be/xwE0eigRHms

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story