ବିଜେଡି ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କର ୬୭ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମସରେ ସୋମବାରଠାରୁ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ରାଜନିତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଦାସ ୨୦୧୪ରେ ବିଜେଡିର ରାଜ୍ୟସଭା ସାଂସଦ ହୋଇଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପଞ୍ଚାୟତିରାଜ ମନ୍ତ୍ରୀ […]

kalpataru das

kalpataru das

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 02:13 PM IST

Sports

Latest News

kalpataru dasଭୁବନେଶ୍ୱର: ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କର ୬୭ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମସରେ ସୋମବାରଠାରୁ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ରାଜନିତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଦାସ ୨୦୧୪ରେ ବିଜେଡିର ରାଜ୍ୟସଭା ସାଂସଦ ହୋଇଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ । ଏଥିସହିତ ବିଭିନ୍ନ ସମୟରେ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଥିଲେ । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ସେ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ଜନତା ଦଳ ଟିକଟରେ ଏବଂ ୨୦୦୦ ମସିହାରୁ ଲଗାତାର ୩ ଥର ବିଜେଡି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୪୮ ଫେବୃୟାରୀ ୭ ତାରାଖରେ ସେ ଯାଜପୁର ଜିଲ୍ଲା ଭୋଟକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ୩ ପୁଅ ଏବଂ ପତ୍ନୀ ଅଛନ୍ତି । ପୁଅ ପ୍ରଣବ ବଳବନ୍ତରାୟ ଏବେ ଧର୍ମଶାଳା ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।

ସ୍ୱର୍ଗତ କଳ୍ପତରୁ ଦାସ ୧୯୯୭ରେ ବିଜେଡିରେ ଯୋଗଦେଇଥିଲେ । ସେ ୧୯୭୭-୮୦ ମଧ୍ୟରେ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଥିଲେ । ୧୯୮୦-୮୫ ବିଜେପିର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ । ୧୯୮୫-୮୭ ଧର୍ମଶାଳା ଜନତା ଦଳ ସଭାପତି ଥିଲେ । ୧୯୮୭-୯୦ ଜନତା ଦଳର କଟକ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ୧୯୯୦-୯୫ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ସ୍ୱର୍ଗତ କଳ୍ପତରୁ ଦାସ କାର୍ଯ୍ୟ ତୁଲାଇଥିଲେ । ୧୯୯୫-୯୮ରେ ସେ ଜନତା ଦଳର ଯାଜପୁର ଜିଲ୍ଲା ସଭାପତି ରହିଥିଲେ । ୧୯୯୭ରେ ସେ ବିଜେଡିରେ ସାମିଲ ହୋଇଥିଲେ । ୧୯୯୮ରେ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

କଳ୍ପତରୁ ଦାସଙ୍କ ବିୟୋଗରେ ରାଜ୍ୟପାଳ ଏସସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ନିରଞ୍ଜନ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସାଂସଦ ବୈଜୟନ୍ତ ପଣ୍ଡା, ଭୂପିନ୍ଦର ସିଂ, କଳିକେଶ ସିଂ ଦେଓ, ନଗେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ଜେନା, ଅନଙ୍ଗଉଦୟ ସିଂଦେଓ, ଦିଲୀପ ତିର୍କୀ, ରଞ୍ଜିବ ବିଶ୍ୱାଳ, ମନ୍ତ୍ରୀ ବିକ୍ରମ ଆରୁଖ, ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାଶବର୍ମା, ବିଜୟଶ୍ରୀ ରାଉରରାୟ, ଦାମୋଦର ରାଉତ, ଅରୁଣ ସାହୁ, ଅତନୁ ସବ୍ୟସଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନ ଛୁରୀଆ, ବିଧାୟକ ଅମର ଶତପଥି, ସମୀର ଦାସ, ଆକାଶ ଦାସ ନାୟକ, ଶଶୀ ବେହେରା, ପ୍ରମିଳା ମଲ୍ଲିକ, ପ୍ରଭାତ ମଲ୍ଲିକ, ଦେବାଶିଷ ନାୟକ, ପ୍ରିତୀରଞ୍ଜନ ଘଡାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ସୁରେଶ ପୂଜାରୀ, କେଭି ସିଂଦେଓ, ମନମୋହନ ସାମଲ, ରାଧାରାଣୀ ପଣ୍ଡା, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝି, ଦିଲୀପ ଶ୍ରୀଚନ୍ଦନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ସାଂସଦ ମୋହନ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ କଳ୍ପତରୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos