ବିଜେଡି ନେତ୍ରୀଙ୍କ ଆହ୍ୱାନ ‘ଆଙ୍ଗୁଳି ଦେଖାଇଲେ, ହାତ କାଟି ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଶାଳୀନତାର ପାଠ ପଢ଼ାଇବାକୁ ଯାଇ ବିଜେଡି ନିଜର ଛାତ୍ର ଓ ଯୁବ ସମର୍ଥକମାନଙ୍କୁ ଗୁଣ୍ଡାମିର ନୂଆ ପରିଭାଷା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛି। କିଏ ଆଙ୍ଗୁଳି ଦେଖାଇଲେ ‘ସମ୍ମାନର ସହ’ ତା’ର ହାତ କାଟି ଦେବାକୁ ପରାମର୍ଶ ଦେଇଛି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ବିଜେଡି ଆଇଟି ୱିଙ୍ଗର ଆଇଟି କନକ୍ଲେଭରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୧୨୦୦ ପ୍ରତିନିଧିଙ୍କୁ ସମ୍ବୋଧିତ କରି ବିଜେଡି ଆଇଟି ୱିଙ୍ଗର ସଦସ୍ୟ ତଥା […]

bjd-mahila

bjd-mahila

Manoranjan Sial
  • Published: Wednesday, 23 January 2019
  • Updated: 23 January 2019, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଶାଳୀନତାର ପାଠ ପଢ଼ାଇବାକୁ ଯାଇ ବିଜେଡି ନିଜର ଛାତ୍ର ଓ ଯୁବ ସମର୍ଥକମାନଙ୍କୁ ଗୁଣ୍ଡାମିର ନୂଆ ପରିଭାଷା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛି। କିଏ ଆଙ୍ଗୁଳି ଦେଖାଇଲେ 'ସମ୍ମାନର ସହ' ତା’ର ହାତ କାଟି ଦେବାକୁ ପରାମର୍ଶ ଦେଇଛି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ବିଜେଡି ଆଇଟି ୱିଙ୍ଗର ଆଇଟି କନକ୍ଲେଭରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୧୨୦୦ ପ୍ରତିନିଧିଙ୍କୁ ସମ୍ବୋଧିତ କରି ବିଜେଡି ଆଇଟି ୱିଙ୍ଗର ସଦସ୍ୟ ତଥା ମହିଳା ବିଜେଡି ଉପସଭାନେତ୍ରୀ ସୁଲୋଚନା ଦାସ କହିଛନ୍ତି ଯେ, “ସୋଶାଲ ମିଡିଆରେ ସମସ୍ତଙ୍କୁ ଶାଳୀନତା ବଜାୟ ରଖିବାକୁ ପଡ଼ିବ। ଶାଳୀନତା ସହ କାମ କରିବାକୁ ପଡ଼ିବ। କିନ୍ତୁ ଯଦି ଆମକୁ କିଏ ଟିକିଏ ଆଙ୍ଗୁଳି ଦେଖାଇବ, ତା’ର ହାତ କାଟିଦେବା, କିନ୍ତୁ ସମ୍ମାନର ସହ।”

ଆଇଟି ୱିଙ୍ଗର ମୁଖ୍ୟ ଅମର ପଟ୍ଟନାୟକଙ୍କ ସମେତ ଦଳର ଅନ୍ୟ ଛାମୁଆ ସଂଗଠନର ମୁଖ୍ୟମାନଙ୍କ ଉପସ୍ଥିତିରେ ସଭାମଞ୍ଚରୁ ଶ୍ରୀମତୀ ଦାସ ରାଜ୍ୟର ଯୁବବର୍ଗଙ୍କୁ ଏଭଳି ଆହ୍ୱାନ କରିବା ଓ ସେମାନେ ନିରବତା ଅବଲମ୍ବନ କରିବା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ବାଚନୀ ବର୍ଷରେ ଯୁବ ଓ ଛାତ୍ର ନେତୃତ୍ୱଙ୍କୁ ଶ୍ରୀମତୀ ଦାସଙ୍କ ଏଭଳି ଆହ୍ୱାନ ସେମାନଙ୍କୁ ବିଜେଡି ବିରୋଧୀଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ପ୍ରୋତ୍ସାହିତ କରିବ ବୋଲି ଚର୍ଚ୍ଚା ହେଉଛି। କାରଣ ଦଳର ଛାମୁଆ ସଂଗଠନର କର୍ମକର୍ତ୍ତା ଓ ମୁଖପାତ୍ର ଭାବେ ଶ୍ରୀମତୀ ଦାସ କାର୍ଯ୍ୟ କରୁଥିବାରୁ ତାଙ୍କ ମୁହଁରେ ଦଳ ନିଜର କ୍ୟାଡ଼ରମାନଙ୍କୁ ଏଭଳି ଆଭିମୁଖ୍ୟ ଆପଣାଇବା ପାଇଁ ସନ୍ଦେଶ ଦେଇଥାଇପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଉଛନ୍ତି।

ରାଜନୀତିକ ହିଂସାରେ ବିଜେଡି ସଭାପତି ବିଶ୍ୱାସ କରନ୍ତି ନାହିଁ ବୋଲି ଦଳ ପକ୍ଷରୁ ଅନେକ ସମୟରେ ଯୁକ୍ତି ଦର୍ଶାଯାଇଥିଲେ ମଧ୍ୟ ଦଳୀୟ ନେତ୍ରୀଙ୍କ ଏଭଳି ସନ୍ଦେଶ ନିର୍ବାଚନକୁ ଆଖିରେ ରଖି ଦଳ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିଥିବାର ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos