ବିଜେଡିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ: କଥାରେ ନା କାମରେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ଆଜି ‘ଓଡ଼ିଶା ମୋ ପରିବାର’ ନାଁରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପରିବେଶ, ସ୍ୱାସ୍ଥ୍ୟସେବା କଲ୍ୟାଣ ଓ ଲୋକଙ୍କୁ ସହାୟତା ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ତେବେ ବିଜେଡିର ଏହି କାର୍ଯ୍ୟକ୍ରମର ନାଁ ଓ ଏହାର କାର୍ଯ୍ୟ କ’ଣ ବାସ୍ତବରେ ଉକ୍ରଳୀୟ ମହାନ ପରମ୍ପରାରେ […]

naveen.j8888

naveen.j8888

Manoranjan Sial
  • Published: Friday, 25 October 2019
  • Updated: 25 October 2019, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ଆଜି ‘ଓଡ଼ିଶା ମୋ ପରିବାର’ ନାଁରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପରିବେଶ, ସ୍ୱାସ୍ଥ୍ୟସେବା କଲ୍ୟାଣ ଓ ଲୋକଙ୍କୁ ସହାୟତା ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ତେବେ ବିଜେଡିର ଏହି କାର୍ଯ୍ୟକ୍ରମର ନାଁ ଓ ଏହାର କାର୍ଯ୍ୟ କ’ଣ ବାସ୍ତବରେ ଉକ୍ରଳୀୟ ମହାନ ପରମ୍ପରାରେ ପାରିବାରିକ ସଂସ୍କୃତି ଅନୁରୂପ ହେବ କି ? ସବୁବେଳେ ନିର୍ବାଚନ ସମୟରେ ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କୁ ନିଜର ପରିବାର ସଦସ୍ୟ କହୁଥିବା ବିଜେଡି ଏବେ ପୁଣି କ’ଣ ପାଇଁ ‘ଓଡ଼ିଶା ମୋ ପରିବାର’ ଭଳି ଚିନ୍ତାଧାରାକୁ ନେଇ ଆଗେଇବାକୁ ଚାହୁଁଛି? ବିଜେଡିର ଏହି କାର୍ଯ୍ୟକ୍ରମକୁ ନେଇ ଏଭଳି ନାନାଦି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗଣମାଧ୍ୟମରେ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ କରି ବିଜେଡି ମିଡିଆ ସେଲ୍ ନିଜର ଏହି କାର୍ଯ୍ୟକ୍ରମ ‘ଓଡ଼ିଶା ମୋ ପରିବାର’ ଶୁଭାରମ୍ଭ ସମ୍ପର୍କରେ ରାଜ୍ୟର ସମସ୍ତ ପ୍ରମୁଖ ମିଡିଆ ହାଉସକୁ ଅବଗତ କରିନାହିଁ କିମ୍ବା ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେବାକୁ ବି ଉଦ୍ୟମ କରିନି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ଏହି କାର୍ଯ୍ୟକ୍ରମ ଘୋଷଣା କରି କହିଛନ୍ତି ଯେ “ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମା’ର ସେବା କରି ଚାଲିଛି। ସେବା, ସଂଗ୍ରାମ ଓ ସ୍ୱାଭିମାନ ହେଉଛି ଆମ ଦଳର ଆଦର୍ଶ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି। ଓଡ଼ିଶାବାସୀ ସବୁବେଳେ ବିଜେଡି ସହ ରହିଆସିଛନ୍ତି। ଦଳର ସବୁ କାର୍ଯ୍ୟକ୍ରମକୁ ଦୃଢ଼ ସମର୍ଥନ କରିଛନ୍ତି । ଓଡ଼ିଶାବାସୀଙ୍କ ଭଲପାଇବା ମୋତେ ସବୁଦିନ ପାଇଁ ଋଣୀ କରିଛି। ବିଜୁବାବୁ ଆମର ଆଦର୍ଶ। ସେ ଓଡ଼ିଆମାନଙ୍କୁ ବହୁତ ଭଲ ପାଉଥିଲେ ଓ ଓଡ଼ିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ। ସେ ଥିଲେ ବିଶାଳ ହୃଦୟର ଅଧିକାରୀ। ଗରିବ, ଦୁଃଖି, ରଙ୍କି ତଥା ବିପଦରେ ପଡ଼ିଥିବା ଲୋକଙ୍କୁ ପ୍ରଥମେ ସହାୟତାର ହାତ ବଢ଼ାଉଥିଲେ। ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ବିଜୁବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରୁଛି। ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଆରମ୍ଭ କରିଛି।” ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସମ୍ମାନ। ଏହି କାର୍ଯ୍ୟକ୍ରମ ବିଜେଡିର ଏକ ପ୍ରମୁଖ ଅଂଶ ଭାବେ ସର୍ବଦା କାର୍ଯ୍ୟ କରିବ।

ଏହି କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ଲୋକଙ୍କୁ ସଚେତନ କରାଇବେ। ସେହିପରି ରକ୍ତଦାନ କାର୍ଯ୍ୟକ୍ରମକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିପନ୍ନ ଓଡ଼ିଆଙ୍କୁ ସହାୟତା ଦେବାକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି। ଦେଶବିଦେଶରେ ଥିବା ଓଡ଼ିଆମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବିପଦ ସମୟରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇବାରେ ଦଳୀୟ କର୍ମୀମାନେ କାର୍ଯର୍୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ତେବେ ବିଜେଡିର ଏହି କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ , “ସାଢ଼େ ଚାରିକୋଟି ମୋ ପରିବାର” ଓ “ଓଡ଼ିଶା ମୋ ପରିବାର” କହିବା ଅତ୍ୟନ୍ତ ସହଜ। ବିଜେଡି ନିଜର ରାଜନୀତିକ ସ୍ଲୋଗାନରେ ଏହାକୁ ଉପଯୋଗ କରିଆସୁଛି। କିନ୍ତୁ ବାସ୍ତବରେ ଯଦି ବିଜେଡି ଏଭଳି ମାନସିକତା ନେଇ କାର୍ଯ୍ୟ କରୁଥାନ୍ତା ତା’ହେଲେ ଓଡ଼ିଶାର ଗ୍ରାମାଞ୍ଚଳରେ ଦଳୀୟ ଭିତ୍ତିରେ ସରକାରୀ ଘର, ଭତ୍ତା ଅବା ଅନ୍ୟାନ୍ୟ ସୁବିଧା ବଣ୍ଟାଯାଉଥିବାର ଅଭିଯୋଗ ବିଭିନ୍ନ ସମୟରେ ଶୁଣିବାକୁ ମିଳନ୍ତା ନାହିଁ। ଯଦି ପାରିବାରିକ ମୂଲ୍ୟବୋଧକୁ ବିଜେଡି ବୁଝୁଥାନ୍ତା ହୁଏତ ଦଳକୁ ବିଭିନ୍ନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story