ବୁଧବାର ମଇଦାନକୁ ଓହ୍ଲାଇବେ ନବୀନ; ଆଇନକାନୁନ କିଛି ବି ମାନୁନି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣକୁ ଆଉ ମାତ୍ର ୪ଦିନ ବାକିଥିବାବେଳେ ଆସନ୍ତାକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏପଟେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି କିଛି ବି ଆଇନକାନୁନ ମାନିବା ମୁଡରେ ନଥିବା ଜଣାପଡ଼ିଛି। ନିର୍ବାଚନୀ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରି ଭୋଟରଙ୍କୁ ଆକୃଷ୍ଟ ପାଇଁ ଟଙ୍କା ବାଣ୍ଟୁଥିବା ବିଜେଡି ଏବେ ସ୍ଥାନୀୟ ପ୍ରଶାସନକୁ ନିଜ ମର୍ଜିରେ ପରିଚାଳନା କରୁଛି। ଯେଉଁଥିପାଇଁ ଆଚରଣ […]

patakura.jpg2

patakura.jpg2

Manoranjan Sial
  • Published: Tuesday, 16 July 2019
  • Updated: 17 July 2019, 07:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣକୁ ଆଉ ମାତ୍ର ୪ଦିନ ବାକିଥିବାବେଳେ ଆସନ୍ତାକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏପଟେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି କିଛି ବି ଆଇନକାନୁନ ମାନିବା ମୁଡରେ ନଥିବା ଜଣାପଡ଼ିଛି। ନିର୍ବାଚନୀ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରି ଭୋଟରଙ୍କୁ ଆକୃଷ୍ଟ ପାଇଁ ଟଙ୍କା ବାଣ୍ଟୁଥିବା ବିଜେଡି ଏବେ ସ୍ଥାନୀୟ ପ୍ରଶାସନକୁ ନିଜ ମର୍ଜିରେ ପରିଚାଳନା କରୁଛି। ଯେଉଁଥିପାଇଁ ଆଚରଣ ବିଧି ଥିବା ସତ୍ତ୍ୱେ ନବୀନଙ୍କ ପ୍ରଚାର ଗାଡ଼ି ଯିବା ପାଇଁ ରାସ୍ତା ନିର୍ମାଣ, ସରକାରୀ କର୍ମଚାରୀଙ୍କ ଦ୍ୱାରା ଗାଁକୁ ଗାଁ ବୁଲି ନିର୍ବାଚନୀ ପ୍ରଚାର, ସରକାରୀ କୋଠାରେ ଦଳୀୟ ପୋଷ୍ଟର ଲଗାଇବା, ଛୋଟ ପିଲାଙ୍କ ଦ୍ୱାରା ପୋଷ୍ଟର ଓ ବ୍ୟାନର ମାରିବା ଭଳି କାର୍ଯ୍ୟ ପାଟକୁରା ବିଧାନସଭା ମଣ୍ଡଳୀରେ ବେଧଡ଼କ ଚାଲିଛି। ଲାଗୁଛି ସତେ ଯେମିତି ନିର୍ବାଚନ କମିଶନ ବି ଏସବୁ ପ୍ରତି ଆଖି ବୁଜି ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପାଟକୁରା ବିଧାନସଭା ଆସନ ଜିତିବାକୁ ବିଜେଡି ଆତ୍ମସମ୍ମାନର ବିଷୟ ବୋଲି ଧରିନେଇ ନିଜର ସବୁ ତାକତ୍ ଲଗାଇ ଦେଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ଓ ଯେନତେନ ପ୍ରକାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ବିଜେଡିର ୧୦ରୁ ୧୨ଜଣ ମନ୍ତ୍ରୀ, ୩୦ରୁ ୩୫ଜଣ ବିଧାୟକ, ଶତାଧିକ ରାଜ୍ୟସ୍ତରୀୟ ନେତା ଏବେ ପ୍ରଚାର ମଇଦାନରେ ଦିନରାତି ଏକ କରିଦେଇଛନ୍ତି। ଜିତିବାର କୌଣସି ସୁଯୋଗକୁ ବିଜେଡି ହାତଛଡ଼ା କରିବାକୁ ଚାହୁଁନି।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଶାସକ ବିଜେଡି ନିଜର ପ୍ରଭାବ ବଳରେ ସ୍ଥାନୀୟ ପ୍ରଶାସନକୁ ନିଜ ଇଚ୍ଛାରେ ପରିଚାଳିତ କରିବାକୁ ପଛାଉ ନାହିଁ। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପାଟକୁରା ନିର୍ବାଚନମଣ୍ଡଳୀରେ ରୋଡ୍ ଶୋ’ କରିବାର ଥିବାରୁ ଗତ ଦୁଇଦିନ ଧରି ରାସ୍ତା ମରାମତି କାର୍ଯ୍ୟ ଓ କେତେକ ସ୍ଥାନରେ ନୂଆ ପିଚୁ ରାସ୍ତା ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେଡି କିଣିଥିବା ଅତ୍ୟାଧୁନିକ ବସରେ ଶ୍ରୀ ପଟ୍ଟନାୟକ ରୋଡ୍ ଶୋ’ କରିବାକୁ ଥିବାରୁ ଗରଦପୁର ବ୍ଲକର ବେରାଡ଼ି-ଯମୁନାବାଦୀ ମଧ୍ୟରେ ଗତ ୧୪ ଓ ୧୫ତାରିଖ ଦୁଇଦିନ ଧରି ନୂଆ ପିଚୁ ରାସ୍ତା ନିର୍ମାଣ ହୋଇଛି। ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ଏହି ପିଚୁ ରାସ୍ତାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାବେଳେ ସେଠାରେ ରାସ୍ତା କାମ କିଭଳି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସେହିପରି ଗରଦପୁର ବ୍ଲକର ଇନ୍ଦୋଳ ପଞ୍ଚାୟତର ଅଢଙ୍ଗା ଗାଁରେ ଛୋଟ ଛୋଟ ପିଲାମାନେ ବିଜେଡି ପତାକା ଟାଙ୍ଗୁଥିବାର ଦେଖିବାକୁ ମିଳିଛି। ଅତ୍ୟନ୍ତ ଅସୁରକ୍ଷିତ ପରିସ୍ଥିତିରେ ୮ରୁ ୧୦ବର୍ଷ ବୟସର ପିଲାମାନେ ଗଛରେ ଚଢ଼ି ବିଜେଡି ପତାକା ଟାଙ୍ଗିଛନ୍ତି। ଦଳୀୟ ପ୍ରଚାର ଓ ପୋଷ୍ଟରମରା କାର୍ଯ୍ୟରେ ପିଲାମାନଙ୍କୁ ସାମିଲ ନ କରିବାର ନିୟମ ଥିଲେ ମଧ୍ୟ ବିଜେଡି ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନି।

ସେହିପରି ସରକାରୀ କୋଠାବାଡ଼ିରେ ଦଳୀୟ ପୋଷ୍ଟର ଲଗାଇବା ଉପରେ ନିର୍ବାଚନ କମିଶନଙ୍କ କଟକଣା ରହିଛି। କିନ୍ତୁ ଗରଦପୁର ବ୍ଲକର ବେଡ଼ାରୀ ପଞ୍ଚାୟତର କୁଳତୁଠୀ ଅଙ୍ଗନୱାଡ଼ି କେନ୍ଦ୍ରରେ ବିଜେଡି ପୋଷ୍ଟର ଏତେ ପରିମାଣରେ ଲଗାଯାଇଛି ଯେ, ଅଭିଭାବକଙ୍କ ପାଇଁ କାନ୍ଥରେ ଲେଖାଯାଇଥିବା ସରକାରୀ ପରାମର୍ଶଗୁଡ଼ିକ ତା' ତଳେ ଲୁଚିଯାଇଛି। କେବଳ ଏହି ଅଙ୍ଗନୱାଡ଼ି କେନ୍ଦ୍ର ନୁହେଁ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସରକାରୀ କୋଠାରେ ବିଜେଡି ପତାକା ଓ ପୋଷ୍ଟର ବେଧଡ଼କ ଲଗାଯାଇଛି।

ସେହିପରି ଓଡ଼ିଶା ଜୀବିକା ନିର୍ବାହ ମିଶନ(ଓଏଲଏମ)ରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ଏବେ ପାଟକୁରାରେ ଘରକୁ ଘର ବୁଲି ବିଜେଡି ପାଇଁ ଭୋଟ ଭିକ୍ଷା କରୁଥିବାର ଫଟୋ ସୋଶାଲ ମିଡିଆରେ ଘୁରି ବୁଲିଛି। ବିଶେଷକରି ମହିଳା ଏସଏଚଜିଗୁଡ଼ିକର ସଭ୍ୟାମାନଙ୍କୁ ଏହି ସରକାରୀ କର୍ମଚାରୀମାନେ ପ୍ରଭାବିତ କରିବାକୁ ପଛାଉ ନାହାନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ଏସବୁ ବେଆଇନ କାର୍ଯ୍ୟ କରିବା ସହିତ ବିଜେଡି ଖୁଲମଖୁଲା ନିଜର କର୍ମୀ ଓ ସାଧାରଣ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଜଣାପଡ଼ିଛି। କିନ୍ତୁ ପରିତାପର ବିଷୟ, ନିର୍ବାଚନ କମିଶନ କିମ୍ବା ସ୍ଥାନୀୟ ପ୍ରଶାସନ ଏସବୁ ଦିଗ ପ୍ରତି ନଜର ଦେବାକୁ ଉଚିତ୍ ମଣିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story