୫ ବର୍ଷରେ ଡବଲ ହୋଇଛି ବିଜେଡି ଭୋଟ୍ : ବିରୋଧୀଙ୍କ ଅପାରଗତା ନା ବିଜେଡିର ବ୍ୟାକଡୋର ଡିଲ୍ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ ସହ ବ୍ୟାକଡୋର ଡିଲ୍ ଓ କଳବଳକୌଶଳେ କରାୟତ କରିବାରେ ମାହିର ବିଜେଡି କ୍ରମାଗତ ଭାବେ ରାଜ୍ୟରେ ପ୍ରଭାବଶାଳୀ ହେବାରେ ଲାଗିଛି। ବିରୋଧୀଙ୍କ ରଣନୀତିବିହୀନ ନିର୍ବାଚନ ପରିଚାଳନା ଓ ଅପାରଗତା ଯୋଗୁ ଗତ ୫ବର୍ଷ ମଧ୍ୟରେ ବିଜେପୁରରେ ବିଜେଡି ନିଜର ଭୋଟ୍ ବ୍ୟାଙ୍କକୁ ଦ୍ୱିଗୁଣରୁ ଅଧିକ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ସ୍ଥାନୀୟ ଅଞ୍ଚଳରେ ପୁଳାପୁଳା ସମସ୍ୟା ଥିବା ସତ୍ତେ୍ୱ ବିରୋଧୀ ଦଳଗୁଡ଼ିକ ସେସବୁ ପ୍ରସଙ୍ଗରେ କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ବିଜେପୁରରେ ଜନମତ […]

naveen-patnaik-s-latest-publicity-stunt-asks-ministers-to-file-monthly-progress-reports

Manoranjan Sial
  • Published: Thursday, 24 October 2019
  • , Updated: 24 October 2019, 07:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ ସହ ବ୍ୟାକଡୋର ଡିଲ୍ ଓ କଳବଳକୌଶଳେ କରାୟତ କରିବାରେ ମାହିର ବିଜେଡି କ୍ରମାଗତ ଭାବେ ରାଜ୍ୟରେ ପ୍ରଭାବଶାଳୀ ହେବାରେ ଲାଗିଛି। ବିରୋଧୀଙ୍କ ରଣନୀତିବିହୀନ ନିର୍ବାଚନ ପରିଚାଳନା ଓ ଅପାରଗତା ଯୋଗୁ ଗତ ୫ବର୍ଷ ମଧ୍ୟରେ ବିଜେପୁରରେ ବିଜେଡି ନିଜର ଭୋଟ୍ ବ୍ୟାଙ୍କକୁ ଦ୍ୱିଗୁଣରୁ ଅଧିକ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ସ୍ଥାନୀୟ ଅଞ୍ଚଳରେ ପୁଳାପୁଳା ସମସ୍ୟା ଥିବା ସତ୍ତେ୍ୱ ବିରୋଧୀ ଦଳଗୁଡ଼ିକ ସେସବୁ ପ୍ରସଙ୍ଗରେ କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ବିଜେପୁରରେ ଜନମତ ସୃଷ୍ଟି କରିବାରେ ବିଫଳ ହୋଇଥିବାବେଳେ ନିଜର ସଫଳ ରାଜନୀତିକ ଗୋଟିଚାଳନା କରି ବିଜେଡି କ୍ରମାଗତ ଭାବେ ନିଜର ଭୋଟବ୍ୟାଙ୍କ ବଢ଼ାଇ ଚାଲିଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରରେ ବିଜେଡିକୁ ମାତ୍ର ୩୧.୮୮% ଭୋଟ୍ ମିଳିଥିବାବେଳେ ଚଳିତ ଉପନିର୍ବାଚନରେ ଦଳକୁ ଦ୍ୱିଗୁଣରୁ ଅଧିକ ଅର୍ଥାତ୍ ୭୩.୮୭% ଭୋଟ୍ ମିଳିଛି।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ୨୦୧୯ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ୭୩.୮୭%(୧.୩୬ଲକ୍ଷ) ଭୋଟ୍ ପଡ଼ିଥିବାବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୦.୬୩% (୩୭୯୬୭), କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୩.୧୯ % (୫୮୭୩) ଭୋଟ୍ ମିଳିଛି। ତେବେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରରେ ବିଜେଡିକୁ ମାତ୍ର ୩୧.୮୮% (୫୨୮୩୨) ଭୋଟ୍ ମିଳିଥିବାବେଳେ କଂଗ୍ରେସକୁ ୩୧.୮୮% (୫୩୪୮୨) ଓ ବିଜେପିକୁ ୪.୦୮%(୩୦୦୦୧) ଭୋଟ୍ ମିଳିଥିଲା। ମାତ୍ର ୪୫୮ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜୟୀ ହୋଇଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଯୋଗୁ ୨୦୧୮ରେ ପୁଣିଥରେ ସେଠାରେ ଉପନିର୍ବାଚନ ହୋଇଥିଲା।

ବିଜେପୁର କଂଗ୍ରେସର ଗଡ଼ ଥିବାରୁ ସେଠାରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଦ୍ଦେଶ୍ୟରେ ଦିବଂଗତ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କୁ ନିଜ କ୍ୟାମ୍ପକୁ ଆଣିବାରେ ବିଜେଡି ସକ୍ଷମ ହୋଇଥିଲା। ଆଉ ୨୦୧୮ ଉପନିର୍ବାଚନକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଲଢ଼ି ବିଜେଡି ନିଜର ଆଖିଦୃଶିଆ ଭୋଟ୍ ବ୍ୟାଙ୍କ ସେଠାରେ ସୃଷ୍ଟି କରିପାରିଥିଲା। ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧,୯୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ସହ ପ୍ରଥମଥର ପାଇଁ ବିଜେଡିର ଭୋଟ୍ ପରିମାଣ ୧.୦୩ ଲକ୍ଷ ଛୁଇଁଥିଲା। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୬୧ହଜାର ଭୋଟ୍ ମିଳିଥିଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ଦଳର ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ୧.୧୦ଲକ୍ଷ ଭୋଟ୍ ପଡ଼ିଥିବାବେଳେ ଦଳକୁ ମୋଟ ୫୯.୭୮% ଭୋଟ୍ ମିଳିଥିଲା। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୫୩୪୮୨ଟି ଭୋଟ୍ (୨୮.୯୧%) ଭୋଟ୍ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠଙ୍କ ସପକ୍ଷରେ ୭.୭୫% ଭୋଟ୍ ପଡ଼ିଥିଲା।

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ୩୧.୮୮% ଓ ୫୯.୭୮% ଭୋଟ୍ ପଡ଼ିଥିଲାବେଳେ ଚଳିତ ଉପନିର୍ବାଚନରେ ତାହା ପ୍ରାୟ ୧୪ପ୍ରତିଶତ ବୃଦ୍ଧି ପାଇ ୭୩.୮୭%ରେ ପହଞ୍ôଚଛି। ଯାହାକି ବିଜେପୁରରେ ବିଜେଡିର ସଫଳ ନିର୍ବାଚନୀ ରଣନୀତିର ଆଭାସ ଦେଉଛି।

ନବୀନ ପଟ୍ଟନାୟକ ରାଜ୍ୟରେ ସବୁଠୁ ଲୋକପ୍ରିୟ ନେତା ଭାବେ ପରିଚିତ ହେଉଥିଲେ ମଧ୍ୟ ମାତ୍ର ୬ମାସ ମଧ୍ୟରେ ବିଜେପୁରରେ ନବୀନଙ୍କ ତୁଳନାରେ ରୀତା ଅଧିକ ୨୫ହଜାର ଭୋଟ୍ ଓ ଦଳର ବିଜୟ ବ୍ୟବଧାନ ୪୦ହଜାର ଅଧିକ ରହିଛି। ତେଣୁ ବିଜେପୁର ନିର୍ବାଚନ ଫଳାଫଳକୁ ବିଶ୍ଲେଷଣ କଲେ ସେଠାରେ ବିଜେଡିର ସଫଳ ଗୋଟିଚାଳନା କମ୍ ବରଂ ବିରୋଧୀ ଦଳର ଅପାରଗତା ଅଧିକ ଜଳଜଳ ହୋଇ ପଦାରେ ପଡ଼ିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Related story