ବିଜୁ ଜୟନ୍ତୀ ଓ ମହିଳା ଦିବସରେ ବିଜେଡି ପାଳିବ ‘ବିଜୟ ଉତ୍ସବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ଉତ୍ସାହିତ ବିଜେଡି ଆସନ୍ତା ୫ ଓ ୮ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଶାଳ ସମାବେଶର ଆୟୋଜନ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ ସଭା ଓ ମହିଳା ସମାବେଶ ମାଧ୍ୟମରେ ପାଳନ କରିବ । ଏହି ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସବୁ ନିର୍ବାଚନମଣ୍ଡଳୀରେ ତା’ର ବିଜୟ ଉତ୍ସବ ପାଳିବ ବୋଲି ଜଣାପଡ଼ିଛି । […]

cm-naveen-patnaik

cm-naveen-patnaik

Ordigital Desk
  • Published: Tuesday, 01 March 2022
  • Updated: 01 March 2022, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ଉତ୍ସାହିତ ବିଜେଡି ଆସନ୍ତା ୫ ଓ ୮ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଶାଳ ସମାବେଶର ଆୟୋଜନ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ ସଭା ଓ ମହିଳା ସମାବେଶ ମାଧ୍ୟମରେ ପାଳନ କରିବ । ଏହି ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସବୁ ନିର୍ବାଚନମଣ୍ଡଳୀରେ ତା’ର ବିଜୟ ଉତ୍ସବ ପାଳିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଚିଠି ଲେଖି ଆସନ୍ତା ମାର୍ଚ୍ଚ ୫ତାରିଖରେ ଦଳ ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳନ ନିମନ୍ତେ ସାଧାରଣ ସଭାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମାର୍ଚ୍ଚ ୮ତରେ ଆନ୍ତର୍ଜାତିକ ମହିଳା ଦିବସ ଥିବାରୁ ମହିଳା ବିଜେଡି ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରି ‘ମହିଳା ସଶକ୍ତିକରଣରେ ବିଜୁବାବୁଙ୍କ ଅବଦାନ ଓ ମହିଳା ସଶକ୍ତିକରଣ ପାଇଁ ବିଜେଡି ସରକାରଙ୍କ ପ୍ରତିବଦ୍ଧତା ଓ ନିଆଯାଇଥିବା ବିଭିନ୍ନ ପଦକ୍ଷେପ’ ସମ୍ପର୍କରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ନବୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଥିବା ସୂଚନା ମିଳିଛି ।

ତେବେ ପଂଚାୟତ ନିର୍ବାଚନରେ କ୍ଲିନ୍ ସୁଇପ୍ କରିଥିବା ବିଜେଡି ଏବେ ନିଜର ବିଜୟକୁ ନେଇ ଉତ୍ସାହିତ ଥିବାବେଳେ ନବୀନଙ୍କ ଏହି ଚିଠିକୁ ବିଜେଡି ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ପଂଚାୟତ ନିର୍ବାଚନ ପରେ ଦଳ ପ୍ରଥମଥର ପାଇଁ ନିର୍ବାଚନମଣ୍ଡଳୀସ୍ତରରେ ୨ଟି ସମାବେଶ ଓ ସାଧାରଣ ସଭାର ଆୟୋଜନ କରି ବିଜୟ ଉତ୍ସବ ପାଳିବ । ଏହାସହିତ ଦଳ ଭିତରେ ହାତଗଣତି ୨-୩ଜଣଙ୍କର ଏକଚାଟିଆ କାରବାର ଚାଲିଥିବାରୁ ଅନ୍ୟ ନେତାମାନେ ନିଜକୁ ଗୌଣ ଓ ଅଲୋଡ଼ା ଆଶଙ୍କା କରୁଛନ୍ତି । କାଳେ ଏହି ନେତାମାନେ ଏକଜୁଟ ହେବେ ସେହି ଆଶଙ୍କାରେ ନବୀନ ବିଗତ କିଛି ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦଳୀୟ ନେତାମାନଙ୍କୁ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳିବାକୁ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ମୋଟ ୮୫୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୬ଟି ଜିତିଥିବାବେଳେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଯଥାକ୍ରମେ ମାତ୍ର ୪୨ ଓ ୩୭ରେ ସୀମିତ ରହିଛନ୍ତି । ବିଜେଡି ଖାତାରେ ୮୯.୯୦% ଜିଲ୍ଲା ପରିଷଦ ସିଟ୍ ଯାଇଥିବାବେଳେ ବିଜେପିକୁ ମାତ୍ର ୪.୯୨%, କଂଗ୍ରେସକୁ ୪.୩୪% ସିଟ୍ ଯାଇଛି । ସେହିପରି ବିଜେଡି ସପକ୍ଷରେ ସର୍ବାଧିକ ୧.୧୦କୋଟି ଭୋଟ୍ ପଡ଼ିଛି ଓ ଯାହାକି ମୋଟ ଭୋଟର ୫୨.୭୩% । ଗତ ୨୫ବର୍ଷ ମଧ୍ୟରେ ବିଜେଡି ପ୍ରଥମଥର ପାଇଁ ଏତେ ସଂଖ୍ୟକ ସିଟ୍ ହାସଲ କରିଥିବାରୁ ଅଧିକ ଉତ୍ସାହିତ ହୋଇପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story