ତିର୍ତ୍ତୋଲ ଓ ବାଲେଶ୍ୱରରେ ଜିତିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ବିଜେଡି ନିଜର ପାରମ୍ପରିକ ବାଲେଶ୍ୱର ଆସନକୁ ବିଜେପିଠୁ ଛଡ଼ାଇ ଆଣିଥିବାବେଳେ ତିର୍ତ୍ତୋଲରେ ନିଜର ଗଡ଼ ବଜାୟ ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟର ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତିର୍ତ୍ତୋଲରେ ସମସ୍ତ ୨୯ ରାଉଣ୍ଡ ଓ ବାଲେଶ୍ୱର ସଦର ଆସନରେ ସମସ୍ତ ୨୭ଟି ରାଉଣ୍ଡର ଗଣନା ଶେଷ ହୋଇଛି। ନିର୍ବାଚନ […]

bjd

bjd

Ranjit Kumar Jena
  • Published: Tuesday, 10 November 2020
  • Updated: 10 November 2020, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ବିଜେଡି ନିଜର ପାରମ୍ପରିକ ବାଲେଶ୍ୱର ଆସନକୁ ବିଜେପିଠୁ ଛଡ଼ାଇ ଆଣିଥିବାବେଳେ ତିର୍ତ୍ତୋଲରେ ନିଜର ଗଡ଼ ବଜାୟ ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟର ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତିର୍ତ୍ତୋଲରେ ସମସ୍ତ ୨୯ ରାଉଣ୍ଡ ଓ ବାଲେଶ୍ୱର ସଦର ଆସନରେ ସମସ୍ତ ୨୭ଟି ରାଉଣ୍ଡର ଗଣନା ଶେଷ ହୋଇଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ନିର୍ବାଚନ ଫଳାଫଳ ଅନୁସାରେ, ତିର୍ତ୍ତୋଲ ସଂରକ୍ଷିତ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରାଜକିଶୋର ବେହେରାଙ୍କଠୁ ୪୧୭୦୩ଟି ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେଡିର ବିଜୟଙ୍କୁ ମୋଟ ୮୮୩୧୦ଟି ଭୋଟ୍ ମିଳିଥିବାବେଳେ ବିଜେପିର ରାଜକିଶୋରଙ୍କୁ ୪୬୬୦୭ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ୨୮୭୭୮ଟି ଭୋଟ୍ ମିଳିଛି ।ସେହିପରି ସିଆପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇଙ୍କୁ ୧୦୯୬ଟି, ସ୍ୱାଧୀନ ପ୍ରାର୍ଥୀ ଅର୍ଜୁନ ଚରଣ ବେହେରାଙ୍କୁ ୫୨୯ଟି, ଗୋଲାପ ମଞ୍ଜରୀ ଭୋଇଙ୍କୁ ୧୮୩ଟି, ରବିନ୍ଦ୍ର ନାଥ ସେଠୀଙ୍କୁ ୧୯୫ଟି, ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ୨୧୦ଟି, ସଚିତ୍ର ମଲ୍ଲିକଙ୍କୁ ୨୧୪ଟି ଓ ନୋଟାରେ ୭୮୬ଟି ଭୋଟ୍ ପଡ଼ିଛି। ସମସ୍ତ ସ୍ୱାଧୀନ ପ୍ରାର୍ଥୀ ନିଜର ଅମାନତ ହରାଇଛନ୍ତି।

ତିର୍ତ୍ତୋଲ ଆସନ ପାଇଁ ମୋଟ ୨୯ରାଉଣ୍ଡ ଭୋଟ୍ ଗଣତି ହୋଇଥିଲା। ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ମୃତୁ୍ୟ ଯୋଗୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଥିଲା। ଏଠାରେ ମୋଟ ୧ଲକ୍ଷ ୬୪ହଜାର ୪୫୯ଖଣ୍ଡ ଇଭିଏମ୍ ଭୋଟ୍ ପଡ଼ିଥିବାବେଳେ ପୋଷ୍ଟାଲରେ ୨୪୬୨ଟି ଭୋଟ୍ ପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ଦାସ ୪୦୩୮୬ଖଣ୍ଡ ଭୋଟରେ ବିଜୟୀ ହୋଇଥିବାବେଳେ ତାଙ୍କ ପୁଅ ଚଳିତ ଉପନିର୍ବାଚନରେ ୪୧୭୦୩ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏହି ଆସନରେ ବିଜେଡିକୁ ସର୍ବାଧିକ ୫୨.୯୧ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୨୭.୯୨% , କଂଗ୍ରେସକୁ ୧୭.୨୪ ପ୍ରତିଶତ ଭୋଟ୍ ମିଳିଛି।

ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩୩୫୧ଟି ଭୋଟରେ ପରାଜିତ କରିଛନ୍ତି। ବିଜେଡିର ସ୍ୱରୂପଙ୍କୁ ମୋଟ୍ ୮୪୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିର ମାନସଙ୍କୁ ୭୦୭୪୬ଖଣ୍ଡ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ନିଜର ଅମାନତ ହରାଇଛନ୍ତି । ତାଙ୍କୁ ମାତ୍ର ୪୯୮୩ଟି ଭୋଟ୍ ମିଳିଛି। ସେହିପରି ବହୁଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ନିଜର ଅମାନତ ହରାଇଛନ୍ତି ଓ ମାତ୍ର ୧୨୫୫ଟି ଭୋଟ୍ ପାଇଛନ୍ତି ।

ସ୍ୱାଧୀନ ପ୍ରାର୍ଥୀ ଭାଗ୍ୟଉଦିତ ଦାସପଟ୍ଟନାୟକଙ୍କୁ ୩୧୨ଟି, ମହମ୍ମଦ ନୁମନ ଖାନଙ୍କୁ ୨୪୬ଟି ଓ ନୋଟାରେ ୭୦୦ଟି ଭୋଟ୍ ପଡ଼ିଛି। ବାଲେଶ୍ୱରରେ ମୋଟ ୨୭ ରାଉଣ୍ଡ ଗଣନା ହୋଇଥିଲା। ସେଠାରେ ୭୦.୬୯% ମତଦାନ ହୋଇଥିଲା। ଏହି ଆସନଟି ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତୁ୍ୟ ଯୋଗୁ ଖାଲି ହୋଇଥିଲା । ମୋଟ ୧ଲକ୍ଷ ୬୧ହଜାର ୦୫୭ ଖଣ୍ଡ ଇଭିଏମ୍ ଭୋଟ୍ ପଡ଼ିଥିବାବେଳେ ୧୨୮୨ଖଣ୍ଡ ପୋଷ୍ଟାଲ ବାଲାଟରେ ଭୋଟ୍ ପଡ଼ିଛି। ବାଲେଶ୍ୱର ଆସନରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ୫୧.୮ ପ୍ରତିଶତ, ବିଜେପିକୁ ୪୩.୫୮ ପ୍ରତିଶତ ଓ କଂଗ୍ରେସକୁ ମାତ୍ର ୩.୦୭ ପ୍ରତିଶତ ଭୋଟ୍ ମିଳିଛି ।

ସାମଗ୍ରିକ ଭାବେ ଏହି ଦୁଇଟି ଯାକ ଆସନ ବିଜେଡି ସପକ୍ଷରେ ଯାଇଥିବାବେଳେ ବିଜେଡିକୁ ମୋଟ ୫୨.୪୦%, ବିଜେପିକୁ ୩୫.୫୬%, କଂଗ୍ରେସକୁ ୧୦.୩୦% , ସିପିଆଇକୁ ୦.୩୪%, ନୋଟାକୁ ୦.୪୫% ଓ ଅନ୍ୟମାନଙ୍କୁ ୦.୯୬ ପ୍ରତିଶତ ଭୋଟ୍ ମିଳିଛି । ଉଭୟ ଆସନରେ ନଭେମ୍ବର ୩ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story