ପାଟକୁରାରେ ଟଙ୍କା ବାଣ୍ଟୁଥିଲେ, ସାମ୍ବାଦିକ ପହଞ୍ଚିଯିବାରୁ ପିଟିଲେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରୁ ଖବର ସଂଗ୍ରହ କରି ସାଧାରଣ ଜନତା ଏବଂ ସରକାରଙ୍କ ନଜରକୁ ବିଭିନ୍ନ ପ୍ରସଙ୍ଗ ଆଣୁଥିବା ସାମ୍ବାଦିକ ଏବେ ସରକାରୀ ଦଳ ଓ କଳର ଆକ୍ରୋଶର ଶିକାର ହେଉଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏବେ ୪୮ ଘଣ୍ଟା ମଧ୍ୟରେ ୩ ଥର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଘଟିଛି। ସାମ୍ବାଦିକମାନେ କେଉଁଭଳି ଅସୁରକ୍ଷିତ ତାହାର ନଗ୍ନ ଉଦାହରଣ ପାଟକୁରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି। […]

patkura

patkura

Subrat Kumar Nayak
  • Published: Friday, 19 July 2019
  • Updated: 19 July 2019, 06:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରୁ ଖବର ସଂଗ୍ରହ କରି ସାଧାରଣ ଜନତା ଏବଂ ସରକାରଙ୍କ ନଜରକୁ ବିଭିନ୍ନ ପ୍ରସଙ୍ଗ ଆଣୁଥିବା ସାମ୍ବାଦିକ ଏବେ ସରକାରୀ ଦଳ ଓ କଳର ଆକ୍ରୋଶର ଶିକାର ହେଉଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏବେ ୪୮ ଘଣ୍ଟା ମଧ୍ୟରେ ୩ ଥର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଘଟିଛି। ସାମ୍ବାଦିକମାନେ କେଉଁଭଳି ଅସୁରକ୍ଷିତ ତାହାର ନଗ୍ନ ଉଦାହରଣ ପାଟକୁରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି।
https://www.facebook.com/akshayakumar.sahoo.3/videos/2978163558924249/
ପ୍ରଥମେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନ୍ୟୁଜ୍‌ ୧୮ ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ହାତ ଉଠାଇଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତମ୍ବିତୋଫାନ୍‌ ଦେଖିବାକୁ ମିଳିଥିଲା। ଆଉ ଏବେ ୱେବ୍‌ ଗଣମାଧ୍ୟମ 'ଅର୍ଗସ୍‌'ର ଟିମ୍‌ ଉପରେ ରାଜ୍ୟରେ କ୍ଷମତାସୀନ ବିଜେଡିର କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 'ଅର୍ଗସ୍‌' ପକ୍ଷରୁ କୁହାଯାଇଛି ଯେ ବିଜେଡି କର୍ମୀମାନେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ଖବର ସେମାନେ ପ୍ରସାରଣ କରୁଥିବାରୁ ଆକ୍ରୋଶମୂଳକ ଭାବେ ଏଭଳି ଆକ୍ରମଣ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି 'ଅର୍ଗସ୍‌' ଅଭିଯୋଗ ଆଣିଛି।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବା ପାଟକୁରା ନିର୍ବାଚନର ଖବର ସଂଗ୍ରହ ପାଇଁ 'ଅର୍ଗସ୍‌'ର ରିପୋର୍ଟର ସ୍ୱାତୀ ଜେନାଙ୍କ ସହିତ ତାଙ୍କର ଏକ ଟିମ୍‌ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ତେବେ କିଛି ବିଜେଡି କର୍ମୀ ଗୋଟିଏ ଗାଁରେ ଟଙ୍କା ବାଣ୍ଟୁଥିବାର ଖବର ପାଇ ଅର୍ଗସ୍‌ ଟିମ୍‌ ସେଠାରେ ପହଞ୍ଚିଥିଲା। ହଠାତ୍‌ ସାମ୍ବାଦିକ ଓ ତାଙ୍କ ଟିମକୁ ଦେଖି ସେମାନେ ହଡ଼ବଡ଼େଇ ଯିବା ସହିତ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ।

ବିଜେଡି କର୍ମୀମାନେ ପ୍ରଥମେ ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ନେଇ ନିସ୍ତୁକ ପିଟିବା ସହ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏପରିକି ଏହି ବିଜେଡି କର୍ମୀମାନେ କ୍ୟାମେରାମ୍ୟାନ୍‌ଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅର୍ଗସ୍‌ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଏହି ବିଜେଡି କର୍ମୀମାନେ ସେମାନଙ୍କୁ ଧମକାଇ କହିଛନ୍ତି, ପାଟକୁରାରୁ ତୁମକୁ ବାହାରିବାକୁ ଦେବୁନାହିଁ। ଫେରିବା ବେଳେ ରାସ୍ତାରେ ଅଟକାଇ ମାଡ଼ ମାରିବୁ।

ପ୍ରଶ୍ନ ଉଠୁଛି ପାଟକୁରା ନିର୍ବାଚନ ମଣ୍ଡଳୀରେ ମାଳମାଳ ନେତାମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ମହିଳା ସାମ୍ବାଦିକ ଯଦି ଏତେ ଅସୁରକ୍ଷିତ, ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ? ଶେଷ ଖବର ସୁଦ୍ଧା ଘଟଣାସ୍ଥଳ କରିଲୋପାଟଣାଠାରେ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କ ସମର୍ଥନରେ ଏବଂ ଦୋଷୀଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକ ମଧ୍ୟ ଧାରଣା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story