ବିଜେଡି ସାଂସଦଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଆଜି ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କ ସମର୍ଥକମାନେ ରାସ୍ତାରେ ଶୋଇ ତାଙ୍କୁ ବିରୋଧ କରିଥିଲେ। ଫଳରେ ସାଂସଦ ହଟହଟା ହୋଇଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କନକପୁର ପଞ୍ଚାୟତରେ ଆଜି ଏକ ଚାରା ରୋପଣ କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେବା ପାଇଁ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କେତେକ କର୍ମୀଙ୍କ ସହ ଯାଉଥିଲେ। […]

jagatsinghpur

jagatsinghpur

Manoranjan Sial
  • Published: Sunday, 04 August 2019
  • Updated: 04 August 2019, 04:49 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଆଜି ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କ ସମର୍ଥକମାନେ ରାସ୍ତାରେ ଶୋଇ ତାଙ୍କୁ ବିରୋଧ କରିଥିଲେ। ଫଳରେ ସାଂସଦ ହଟହଟା ହୋଇଥିଲେ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କନକପୁର ପଞ୍ଚାୟତରେ ଆଜି ଏକ ଚାରା ରୋପଣ କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେବା ପାଇଁ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କେତେକ କର୍ମୀଙ୍କ ସହ ଯାଉଥିଲେ। ତେବେ ସାରଳା ରୋଡ୍‌ରେ ତିର୍ତ୍ତୋଲ ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରିଥିଲେ। ଏପରିକି ବିଧାୟକଙ୍କୁ ନଜଣାଇ କାହିଁକି ଆସିଛ ବୋଲି କହିବା ସହିତ ସାଂସଦଙ୍କ ଗାଡ଼ି ଆଗରେ ଶୋଇ ଯାଇଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା ଏବଂ ରାଜଶ୍ରୀ କନକପୁର ପଞ୍ଚାୟତରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ତିର୍ତ୍ତୋଲ ବ୍ଳକ ବିଜେଡି ସଭାପତି ବସନ୍ତ ମହାପାତ୍ର କହିଛନ୍ତି, “ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କର କନକପୁର ପଞ୍ଚାୟତରେ ଚାରା ରୋପଣ କାର୍ଯ୍ୟକ୍ରମ ଥିଲା। ମାତ୍ର ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଓ ମୋତେ ଜଣାଇନାହାନ୍ତି। ତେଣୁ ସାଂସଦ ଆଜି କନକପୁର ପଞ୍ଚାୟତ ଅଭିମୁଖେ ଆସୁଥିବା ବେଳେ ଆମେ ବିରୋଧ କରିଥିଲୁ। ବିଜେଡି ଏକ ଶୃଙ୍ଖଳିତ ଦଳ ହୋଇଥିବା ବେଳେ କାହିଁକି ବିଶୃଙ୍ଖଳା ସୃଷ୍ଟି କରୁଛ ବୋଲି ପଚାରିଥିଲୁ।”

ସାଂସଦ ମଲ୍ଲିକ କହିଛନ୍ତି,“କେତେକ ମଦ୍ୟପ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲେ। ତଥାପି ମୁଁ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇ ଫେରି ଆସିଛି। ତେବେ କିଏ କାହିଁକି ଏଭଳି ବିରୋଧ କରିଛନ୍ତି ତାହା ମୁଁ ଜାଣିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos