କଂଗ୍ରେସ-ବିଜେଡି ଭିତରେ ସଲାସୁତରା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର/ଯାଜପୁର(ଓଡ଼ିଶା ରିପୋର୍ଟର): ତିନି ଦିନ ହେଲା ବିନା ମୁଖ୍ୟ ବିରୋଧୀ ଦଳରେ ଚାଲିଛି ବିଧାନସଭା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଅଡ଼ି ବସିଥିବା ବିଜେପି ଆଜି ଗାନ୍ଧି ମୂର୍ତ୍ତିତଳେ ଧାରଣା ଦେଇ ବିଜେଡି-କଂଗ୍ରେସ ସଲାସୁତରାର ଅଭିଯୋଗ ଆଣି ବର୍ଷିଛି। ଦୁଇ ଦୁଇ ଥର ଶାସକଦଳ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ସେପଟେ ମୃତ୍ୟୁର ପାଖାପାଖି ମାସେ ପରେ ଆଜି ଯାଜପୁର ପୋଲିସ୍ ଖୋଲିଛି ସ୍ମିତାରାଣୀଙ୍କ ହରିଦାଶପୁର ଅଫିସ୍‌ରେ ଥିବା ଲକର୍ । ଏବେ […]

321

321

Tapas Behera
  • Published: Saturday, 16 November 2019
  • Updated: 16 November 2019, 08:09 PM IST

Sports

Latest News

ଭୁବନେଶ୍ୱର/ଯାଜପୁର(ଓଡ଼ିଶା ରିପୋର୍ଟର): ତିନି ଦିନ ହେଲା ବିନା ମୁଖ୍ୟ ବିରୋଧୀ ଦଳରେ ଚାଲିଛି ବିଧାନସଭା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଅଡ଼ି ବସିଥିବା ବିଜେପି ଆଜି ଗାନ୍ଧି ମୂର୍ତ୍ତିତଳେ ଧାରଣା ଦେଇ ବିଜେଡି-କଂଗ୍ରେସ ସଲାସୁତରାର ଅଭିଯୋଗ ଆଣି ବର୍ଷିଛି। ଦୁଇ ଦୁଇ ଥର ଶାସକଦଳ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ସେପଟେ ମୃତ୍ୟୁର ପାଖାପାଖି ମାସେ ପରେ ଆଜି ଯାଜପୁର ପୋଲିସ୍ ଖୋଲିଛି ସ୍ମିତାରାଣୀଙ୍କ ହରିଦାଶପୁର ଅଫିସ୍‌ରେ ଥିବା ଲକର୍ । ଏବେ ପ୍ରଶ୍ନ ଏ ଲକଲରରୁ ଖୋଲିବ କି ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ?

ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ଚାଲିଛି ସଲାସୁତରା ରାଜନୀତି। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀ। ବିଷ୍ଣୁ ସିଧାସଳଖ ଅଭିଯୋଗ କରିଛନ୍ତି, ସ୍ମିତାରଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ତାଙ୍କ ଦଳ ଅଡ଼ି ବସିଥିବାବେଳେ, ପ୍ରସଙ୍ଗକୁ ହାଲୁକା କରିବାକୁ ବିଜେଡି-କଂଗ୍ରେସ ଭିତରେ ଚାଲିଛି ସଲାସୁତରା। ଏମିତିକି ବିଜେଡିର ଜଣେ ପ୍ରଭାବୀ ବିଧାୟକ, ବାରମ୍ବାର କଂଗ୍ରେସର ଜଣେ ବରିଷ୍ଠ ବିଧାୟକଙ୍କ ପାଖରେ ନୁଙ୍ଗୁରୁ ପୁଙ୍ଗୁରୁ ହେଉଥିବା ସେ ଦର୍ଶାଇଛନ୍ତି। ସ୍ମିତାରାଣୀ ପ୍ରସଙ୍ଗରେ ତାଙ୍କୁ ଗୃହରେ କହିବାକୁ ସୁଯୋଗ ଦେବାକୁ ବାଚସ୍ପତିଙ୍କ ପାଖରେ ଦାବି କରିଥିଲେ ବି ଅନୁମତି ନମିଳିବାରୁ ପ୍ରତିବାଦରେ ସିଧା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ସମସ୍ତ ବିଜେପି ସଦସ୍ୟ। ପ୍ରାୟ ୩ଘଣ୍ଟା ପରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ମନେଇବାକୁ ପହଞ୍ଚିଥିଲେ ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ହେଲେ ବିଜେପି ବିଧାୟକମାନେ ଶୁଣିନଥିଲେ। ବରଂ ବିଜେଡି-କଂଗ୍ରେସ ସଂପର୍କକୁ ନେଇ ସଂଗୀନ ଅଭିଯୋଗ ଆଣିଥିଲେ। ସେପଟେ ବିଜେଡି ଏ ନେଇ ପାଲଟା ଅଭିଯୋଗ ଆଣିଥିବାବେଳେ କଂଗ୍ରେସ ବି ବିଜେପିକୁ କରିଛି ଟାର୍ଗେଟ୍।

ସେପଟେ ସ୍ମିତାରାଣୀଙ୍କ ମୃତ୍ୟୁର ପାଖାପାଖି ମାସକ ପରେ ଆଜି ତାଙ୍କ ଅଫିସ୍ ଲକର ଭଙ୍ଗା ଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଜପୁର ପୋଲିସ ହରିଦାଶପୁର କାର୍ଯ୍ୟାଳୟରେ ଥିବା ସ୍ମିତାରାଣୀଙ୍କ ଆଲମାରୀ ତାଲା ଭାଙ୍ଗି କାଗଜପତ୍ର ଯାଞ୍ଚ ସହ ଗଣତି କରିଛି। ତେବେ ଏଠି ପ୍ରଶ୍ନ ସ୍ମିତାରାଣୀଙ୍କ ଲକରରୁ ମିଳିବ କି ତାଙ୍କ ମୃତ୍ୟୁ ସମ୍ପର୍କିତ ସୁରାଗ୍ ? ସେପଟେ ସ୍ୱାମୀ ସୁକାନ୍ତ କିନ୍ତୁ ଓଡ଼ିଶା ପୋଲିସର ତଦନ୍ତରେ ଆଦୌ ସନ୍ତୁଷ୍ଟ ନଥିବା ପୁଣି ଦୋହରାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେପଟେ ଶ୍ୱଶୁରଙ୍କ ପ୍ରଶ୍ନ-ସ୍ମିତାରାଣୀଙ୍କ ଭ୍ୟାନିଟ୍ ବ୍ୟାଗ୍ ଓ ମୋବାଇଲ ଗଲା କୁଆଡ଼େ ? ତେବେ ଧର୍ମଶାଳା ବିଡିଓ କହିଛନ୍ତି, ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ଏସବୁ କାର୍ଯ୍ୟ ଏକ ସ୍ୱାଭାବିକ୍‌ ପ୍ରକ୍ରିୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story