ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ରାଜନୀତି ସରଗରମ

କୋଣାର୍କ (ଓଡ଼ିଶା ରିପୋର୍ଟର): କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଆଜି ପୁରୀ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ମହିଳା କଂଗ୍ରେସ ଓ ବିଜେପିର ମହିଳା ମୋର୍ଚ୍ଚା ମୁଖ୍ୟ ଭେଟିବା ପରେ ସରକାରଙ୍କ କଟୁ ସମାଲୋଚନା କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପୀଡ଼ିତାଙ୍କୁ ଭେଟିବା ଆସିବା ପରେ […]

bjp

bjp

Manoranjan Sial
  • Published: Thursday, 18 October 2018
  • Updated: 18 October 2018, 07:24 PM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଆଜି ପୁରୀ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ମହିଳା କଂଗ୍ରେସ ଓ ବିଜେପିର ମହିଳା ମୋର୍ଚ୍ଚା ମୁଖ୍ୟ ଭେଟିବା ପରେ ସରକାରଙ୍କ କଟୁ ସମାଲୋଚନା କରିଛନ୍ତି।

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପୀଡ଼ିତାଙ୍କୁ ଭେଟିବା ଆସିବା ପରେ ପ୍ରଭାତୀ ରାଜ୍ୟ ସରକାର ଏବଂ ଜିଲ୍ଲା ପୁଲିସକୁ ଭର୍ତ୍ସନା କରିଥିଲେ। ପୁଲିସର ଇଙ୍ଗିତରେ କୋଣାର୍କରେ ଦୀର୍ଘଦିନ ହେଲା ସେକ୍ସ ରାକେଟ ଚାଲିଛି ବୋଲି ପ୍ରଭାତୀ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ଦଲାଲମାନେ ଏଭଳି କାରବାର ଚଳାଉଥିବାବେଳେ, ଜାଣିଶୁଣି ପୁଲିସ ଚୁପ୍ ରହୁଥିବା ସେ ଅଭିଯୋଗ କରିଛନ୍ତି।

ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେପଟେ ପୁରୀ ଅତିରିକ୍ତ ଏସ୍.ପି ଗାଗାରିନ୍ ମହାନ୍ତି କହିଛନ୍ତି, ‘‘ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରୁଛି। ଘଟଣାର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଇମୋରାଲ ଟ୍ରାଫିକ ପ୍ରିଭେନ୍ସନ ଆକ୍ଟ ୧୯୫୬ ଅନୁଯାୟୀ ସେକ୍ସନ ୩, ୪, ୫, ୬, ୭ରେ ମାମଲା ରୁଜୁ କରାଯାଇ ଇନ୍ସପେକ୍ଟର ଏବଂ ଏସ୍‌ଡିପିଓଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos