‘ବାପୁଙ୍କ ସ୍ୱପ୍ନ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ’

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀ ଦେଇଥିବା ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ହୋଇ ରହିଛି। ବାପୁଙ୍କର ଏହି ସ୍ୱପ୍ନକୁ ସାର୍ଥକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଙ୍ଗୀକାରବଦ୍ଧ। ଆଜି ଅନୁଗୋଳ ଜିଲ୍ଲାର ଧକୁଟାରୁ ଶଙ୍କରପୁର ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଭାରତକୁ ସିଙ୍ଗିଲ […]

bjp

bjp

Manoranjan Sial
  • Published: Saturday, 19 October 2019
  • Updated: 19 October 2019, 06:15 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀ ଦେଇଥିବା ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ହୋଇ ରହିଛି। ବାପୁଙ୍କର ଏହି ସ୍ୱପ୍ନକୁ ସାର୍ଥକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଙ୍ଗୀକାରବଦ୍ଧ। ଆଜି ଅନୁଗୋଳ ଜିଲ୍ଲାର ଧକୁଟାରୁ ଶଙ୍କରପୁର ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଭାରତକୁ ସିଙ୍ଗିଲ ୟୁଜ‌୍‍ ପ୍ଲାଷ୍ଟିକରୁ ଦେଶକୁ ମୁକ୍ତ କରିବା, ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡା ବ୍ୟାଗ ବ୍ୟବହାର କରିବା, ଗଛ ଲଗାଇବା, ନିଶା ନିବାରଣ, ଜଳ ସଂରକ୍ଷଣ ପାଇଁ ଜନ ଆନ୍ଦୋଳନ ତିଆରି କରିବାର ଆବଶ୍ୟକତା ରହିଛି। ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି, ସୂତା କାଟିବା ଓ ଅସ୍ପୃଶ୍ୟତା ବିରୋଧରେ ଜନଜାଗରଣ ସୃଷ୍ଟି କରିବା ମହାତ୍ମାଗାନ୍ଧୀଙ୍କ ଦୂରଦୁଷ୍ଟି ଥିଲା।”

ଶ୍ରୀ ପ୍ରଧାନ କହିଛନ୍ତି-“ଦେଶକୁ ସ୍ୱାଧୀନତା ଦେବାରେ ମହାତ୍ମଗାନ୍ଧୀଙ୍କ ନେତୃତ୍ୱରେ ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ପଟ୍ଟନାୟକ, ଶହୀଦ ବାଜି ରାଉତ, ସର୍ଦ୍ଦାର ପଟେଲ‌୍‍, ମୌଲାନା ଆଜାଦ‌୍‍, ରାଜେନ୍ଦ୍ର ପ୍ରସାଦ, ହରେକୃଷ୍ଣ ମହାତାବ, ପଣ୍ଡିତ ଗୋପବନ୍ଧୁ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୩୪ ମସିହାରେ ମହାତ୍ମାଗାନ୍ଧୀ ଝାରସୁଗୁଡାରୁ ପୁରୀ ଗସ୍ତ କରିଥିଲେ। ପୁରୀରୁ କଟକର ତେଲେଙ୍ଗାପେଣ୍ଠ ଦେଇ ସ୍ୱରାଜ ଆଶ୍ରମକୁ ଆସିଥିଲେ। ଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୨୧ରୁ ୧୯୪୬ ମଧ୍ୟରେ ଅନୁଗୋଳ ସମେତ ୮ ଥର ଓଡ଼ିଶା ଗସ୍ତରେ ଆସି ସ୍ୱାଧୀନତା ସଂଗ୍ରାମ ସହ ସାମାଜିକ ଓ ଆର୍ଥିକ ଉତ୍‌ଥାନର ବାର୍ତ୍ତା ପ୍ରଚାର କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos