ବିଜେପି ଟିମ୍ ଓଡ଼ିଶାକୁ ଏକନମ୍ବର କରାଇବ : ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଯେଭଳି ସମଗ୍ର ଭାରତ ବର୍ଷରେ ବିଜେପିକୁ ଆଗକୁ ନେଉଛନ୍ତି ଠିକ୍ ସେହିପରି ନବନିର୍ବାଚିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରା ବିଜେପି ଟିମ୍ ଓଡ଼ିଶାକୁ ଏକ ନମ୍ବର କରାଇବେ। ଆଜି ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା […]

ccm

ccm

Tapas Behera
  • Published: Friday, 17 January 2020
  • Updated: 18 January 2020, 12:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଯେଭଳି ସମଗ୍ର ଭାରତ ବର୍ଷରେ ବିଜେପିକୁ ଆଗକୁ ନେଉଛନ୍ତି ଠିକ୍ ସେହିପରି ନବନିର୍ବାଚିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରା ବିଜେପି ଟିମ୍ ଓଡ଼ିଶାକୁ ଏକ ନମ୍ବର କରାଇବେ। ଆଜି ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଏହା କହିଛନ୍ତି।
ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ସଂଗଠନ କିଭଳି ଅଧିକ ସୁଦୃଢ଼ ହେବ ଓ ସମସ୍ତେ ମିଳିମିଶି ଓଡ଼ିଶାକୁ ଏକନମ୍ବର ରାଜ୍ୟରେ ପରିଣତ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ନେତାମାନେ ଆହ୍ୱାନ ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡ଼ିବ। ଏହି ଦୃଢ଼ତା ଓ ସଂକଳ୍ପ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ନେବାର ଆବଶ୍ୟକତା ରହିଛି । ସରକାର ଗଢ଼ିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ ବରଂ ଦୀର୍ଘ ୭୦ ବର୍ଷ ଧରି ଓଡ଼ିଆ ଲୋକ ଯେଉଁ ନିଜ ହକ୍‌ରୁ ବଂଚିତ ଅଛନ୍ତି ତାହାକୁ ବିଜେପି ପ୍ରଶାସନ ଓ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରୁଛି। ବିଜେପିକୁ ୩୭ ହଜାର ବୁଥରେ ମଜବୁତ୍ କରିବାକୁ ପଡ଼ିବା ରାଜ୍ୟରେ ଏକ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବାକୁ ହେବ ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ଲଢେଇ ଜାରି ରଖିବାକୁ ପଡ଼ିବ । ଓଡ଼ିଶାରେ ସରକାର ନହେବା ପର୍ଯ୍ୟନ୍ତ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଦେଶରୁ ଟ୍ରିପଲ ତଲାକ ହଟାଇବା, ୩୦୭ ଓ ୩୫(କ) ଉଛେଦ କରିବା, ନାଗରିକ ସଂଶୋଧନ ଆଇନ ଲାଗୁ କରିବା କେବଳ ମୋଦି ସରକାରରେ ସମ୍ଭବ ହୋଇଛି । ସେହିପରି ନବନିର୍ବାଚିତ ସମୀର ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇ ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ତାଙ୍କ ବିଦାୟୀ ଭାଷଣରେ ଭାବବିହ୍ୱଳ ହୋଇ କହିଥିଲେ ଯେ ‘ସଭାପତି ଥିବା ସମୟରେ ଯଦି କାହା ମନରେ କଷ୍ଟ ଦେଇଛି ତେବେ ମତେ କ୍ଷମା କରିବୋ ସବୁଠୁ ବଡ଼ ଦଳର ସଭାପତି ନିର୍ବାଚନ କେତେ ସହଜରେ ଏବଂ ସହମତିରେ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ବିଜେପି । ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ନବନିର୍ବାଚିତ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସମୀର ମହାନ୍ତିଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବ ବୋଲି କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ ନାଁ ଘୋଷଣା ହେବା ପରେ ପୂର୍ବତନ ସଭାପତି ଶ୍ରୀ ପଣ୍ଡା ନବନିର୍ବାଚିତ ଶ୍ରୀ ମହାନ୍ତିଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଥିଲୋ ଏହାପରେ ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସୌଦାନ ସିଂ, ଓଡ଼ିଶା ପ୍ରଭାରୀ ସାଂସଦ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ବିଶେଶ୍ୱର ଟୁଡୁ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ନେତା ମନମୋହନ ସାମଲ, କେ.ଭି ସିଂହଦେଓ, ସୁରମା ପାଢୀ, ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲ, ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ, ବିଧାୟକ ମୋହନ ମାଝୀ, ଜୟ ନାରାୟଣ ମିଶ୍ର, ଭବାନୀ ଭୋଇ, କୁସୁମ ଟେଟେ, ନାଉରୀ ନାଏକ, ଭାସ୍କର ମଢେଇ, ନବଚରଣ ମାଝୀ, ଡ.ବୁଧାନ ମୁର୍ମୁ, ମୁକେଶ ମହାଲିଙ୍ଗ, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ପ୍ରକାଶ ସୋରେନ, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ନୂଆ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos