ପ୍ରାର୍ଥୀ ଭାଙ୍ଗିଦେଲେ ଇଭିଏମ୍‌, ଥାନାରେ ହେବ ଏତଲା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଥିବା ବେଳେ ଜଣେ ପ୍ରାର୍ଥୀ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବୁଥ୍‌ରେ ଏହି ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ଅନୁଯାୟୀ, ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି। ସେ ଆହୁରି କହିଛନ୍ତି, ଏ ଘଟଣା […]

evm1

Jitendra Garnayak
  • Published: Thursday, 18 April 2019
  • , Updated: 18 April 2019, 08:12 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଥିବା ବେଳେ ଜଣେ ପ୍ରାର୍ଥୀ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବୁଥ୍‌ରେ ଏହି ଘଟଣା ଘଟିଛି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ଅନୁଯାୟୀ, ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି।

ସେ ଆହୁରି କହିଛନ୍ତି, ଏ ଘଟଣା ସଂପର୍କରେ ଥାନାରେ ଏତଲା କରାଯିବ। ତା’ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ।

ସୂଚନାଯୋଗ୍ୟ, ଆଜି ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଆସିକା ଓ ବଲାଙ୍ଗିର ଲୋକସଭା ଆସନ ସହିତ ଏଗୁଡ଼ିକ ଅଧୀନରେ ଥିବା ୩୫ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଇଛି।

Related story