ବିଜେଡି ବିଧାୟିକାଙ୍କ ସ୍ୱାମୀଙ୍କ ଦାଦାଗିରି, କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବରି ବ୍ଲକରେ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରି ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ହତ୍ୟା ଧମକ ଦେବା ଘଟଣାରେ ବିଜେପି ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟି ଫେରାଦ ହୋଇଛି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେଙ୍କୁ ରାଜ୍ୟ ଅତିଥି ଭବନରେ ବିଜେପି ପ୍ରତିନିଧି ଦଳ ଭେଟି ଅନୁସୂଚିତ ବର୍ଗର ହୋମଗାର୍ଡ ରଞ୍ଜନ […]

bjp

bjp

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 07:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବରି ବ୍ଲକରେ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରି ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ହତ୍ୟା ଧମକ ଦେବା ଘଟଣାରେ ବିଜେପି ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟି ଫେରାଦ ହୋଇଛି।

ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେଙ୍କୁ ରାଜ୍ୟ ଅତିଥି ଭବନରେ ବିଜେପି ପ୍ରତିନିଧି ଦଳ ଭେଟି ଅନୁସୂଚିତ ବର୍ଗର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କ ପ୍ରତି ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି। ଗତ ୯ତାରିଖରେ ଶ୍ରୀ ମଲ୍ଲିକଙ୍କୁ ମାଡ଼ ମାରି ହତ୍ୟା ଧମକ ଦେଇଥିବା ବିଜେଡି ବିଧାୟକ ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଓ ସରପଞ୍ଚ ସନ୍ତୋଷ ସାମଲଙ୍କୁ ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ,୧୯୮୯ ଅନୁଯାୟୀ ଗିରଫ ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।  ରାଜ୍ୟ ସରକାର ୫-ଟି, ମୋ ସରକାର କଥା କହୁଥିବାବେଳେ ଶାସକ ଦଳର ବିଧାୟିକାଙ୍କ ସ୍ୱାମୀ ଆଇନକୁ ହାତକୁ ନେଇ ଏକ ଅନୁସୂଚିତ ଜାତିର ହୋମଗାର୍ଡକୁ ହତ୍ୟା ଧମକ ଦେବା ସହ ଜାତିଆଣ ଆପେକ୍ଷ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।
ନବୀନ ପଟ୍ଟନାୟକଙ୍କ ସରକାର ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିଚାଲିଛି । ଅନ୍ୟପଟେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ହୋଇଥିବା ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟକୁ କାର୍ଯ୍ୟକାରୀ କରୁନାହାନ୍ତି । ହୋମଗାର୍ଡର ଜୀବନ ପ୍ରତି ଏବେବି ବିପଦ ରହିଛି। ଶାସକ ଦଳର ଗୁଣ୍ଡାମାନେ ଏବେ ବିଧାୟିକାଙ୍କ ଇଙ୍ଗିତରେ ହୋମଗାର୍ଡକୁହତ୍ୟା କରିବା ପାଇଁ ଯୋଜନା କରୁଛନ୍ତି।

ସମ୍ବିଧାନର ଧାରା ୧୮ ଅନୁଯାୟୀ ଏତଲା ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବା କଥା। କିନ୍ତୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଓଲଟା ହୋମଗାର୍ଡଙ୍କ ବିରୁଦ୍ଧରେ ମିଥ୍ୟା ମକୋଦ୍ଦମା ଲଗାଇଛି । ଏଠି ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି । ପୂର୍ବରୁ ପ୍ରତିନିଧି ଦଳ ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବଧିକାର କମିଶନ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ସତ୍ତେ୍ୱ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେଙ୍କୁ ପ୍ରତିନିଧି ଦଳ ଅବଗତ କରିଥିଲେ ।

ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଶ୍ୱଜିତ ନାୟକ, ବରି ବ୍ଲକ ଅଧ୍ୟକ୍ଷା ସୁବାଶିନୀ ଶର୍ମା , ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ, ଜିଲ୍ଲା ପରିଷଦ ସଦସ୍ୟା ରଞ୍ଜିତା ସାମଲ, ଦିଲୀପ ମହାନ୍ତି ଓ ଯୁବମୋର୍ଚ୍ଚାର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos