ଗୁଜରାଟ ନିର୍ବାଚନ ହାଲଚାଲ: ସୁରତରେ ନିର୍ଣ୍ଣାୟକ ଭୂମିକା ନେବେ ୭ ଲକ୍ଷ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ। ସାରା ରାଜ୍ୟରେ ପ୍ରଚାର ଜୋର ଧରିଛି। ଗୁଜରାଟରେ ହେଉଛି ନିର୍ବାଚନ ହେଲେ ଓଡ଼ିଶାରେ ଏହାର ତାତି ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ସୁରତ ସହର। ଏଠାରେ ରହୁଛନ୍ତି ୭ ଲକ୍ଷ ଓଡ଼ିଶା। ଯେଉଁମାନେ ସୁରତରେ ହାରଜିତର ନିର୍ଣ୍ଣାୟକ ଭୂମିକା ନେଇ ଆସୁଛନ୍ତି। ଏବେ ଏହି ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଦିନରାତି ଏକ କରିଦେଇଛନ୍ତି। ଖାସକରି କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭୋଟରଙ୍କ ସମର୍ଥନ ସାଉଁଟିବାକୁ ଏଠାରେ ଚଳାଇଛନ୍ତି ପ୍ରଚାର।

ଓଡ଼ିଆ ଭୋଟରଙ୍କୁ ହାତେଇବା ପାଇଁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପୂର୍ବରୁ ଦଳ ଆରମ୍ଭ କରିଥିବା ମହାସମ୍ପର୍କ ଅଭିଯାନରେ ଓଡ଼ିଆଙ୍କ ମନ ଜିଣିବା ପାଇଁ ଧର୍ମେନ୍ଦ୍ର ପ୍ରୟାସ ଚଳାଇଛନ୍ତି। ଯଦି ଏଠାରେ ଧର୍ମେନ୍ଦ୍ର ସଫଳ ହୁଅନ୍ତୁ, ଓଡ଼ିଶାରେ ତାଙ୍କ ଦବଦବା ଆହୁରି ବଢିଯିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ପ୍ରଚାରରେ କଂଗ୍ରେସ୍ ବି ପଛରେ ନାହିଁ। ରାଜ୍ୟରେ ପ୍ରଚାର ଅଭିଯାନର ମଙ୍ଗ ଧରିଥିବା ଉପସଭାପତି ରାହୁଲ ଗାନ୍ଧି ବୁଧବାର ପହଞ୍ଚିଥିଲେ ସୁରତ୍ ସହରରେ। ହୀରା ଓ କପଡ଼ା ମିଲ୍ ଶ୍ରମିକଙ୍କୁ ଭେଟି ଦଳ ପାଇଁ ଭୋଟ୍ ଅପିଲ୍ କରିଥିଲେ।

Ordigital Desk
• Published: Thursday, 09 November 2017
• Updated: 09 November 2017, 09:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ। ସାରା ରାଜ୍ୟରେ ପ୍ରଚାର ଜୋର ଧରିଛି। ଗୁଜରାଟରେ ହେଉଛି ନିର୍ବାଚନ ହେଲେ ଓଡ଼ିଶାରେ ଏହାର ତାତି ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ସୁରତ ସହର। ଏଠାରେ ରହୁଛନ୍ତି ୭ ଲକ୍ଷ ଓଡ଼ିଶା। ଯେଉଁମାନେ ସୁରତରେ ହାରଜିତର ନିର୍ଣ୍ଣାୟକ ଭୂମିକା ନେଇ ଆସୁଛନ୍ତି। ଏବେ ଏହି ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଦିନରାତି ଏକ କରିଦେଇଛନ୍ତି। ଖାସକରି କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭୋଟରଙ୍କ ସମର୍ଥନ ସାଉଁଟିବାକୁ ଏଠାରେ ଚଳାଇଛନ୍ତି ପ୍ରଚାର।

ଓଡ଼ିଆ ଭୋଟରଙ୍କୁ ହାତେଇବା ପାଇଁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପୂର୍ବରୁ ଦଳ ଆରମ୍ଭ କରିଥିବା ମହାସମ୍ପର୍କ ଅଭିଯାନରେ ଓଡ଼ିଆଙ୍କ ମନ ଜିଣିବା ପାଇଁ ଧର୍ମେନ୍ଦ୍ର ପ୍ରୟାସ ଚଳାଇଛନ୍ତି। ଯଦି ଏଠାରେ ଧର୍ମେନ୍ଦ୍ର ସଫଳ ହୁଅନ୍ତୁ, ଓଡ଼ିଶାରେ ତାଙ୍କ ଦବଦବା ଆହୁରି ବଢିଯିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ପ୍ରଚାରରେ କଂଗ୍ରେସ୍ ବି ପଛରେ ନାହିଁ। ରାଜ୍ୟରେ ପ୍ରଚାର ଅଭିଯାନର ମଙ୍ଗ ଧରିଥିବା ଉପସଭାପତି ରାହୁଲ ଗାନ୍ଧି ବୁଧବାର ପହଞ୍ଚିଥିଲେ ସୁରତ୍ ସହରରେ। ହୀରା ଓ କପଡ଼ା ମିଲ୍ ଶ୍ରମିକଙ୍କୁ ଭେଟି ଦଳ ପାଇଁ ଭୋଟ୍ ଅପିଲ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos