ସରକାରଙ୍କ ଭ୍ରଷ୍ଟାଚାର ମୁଖା ଖୋଲିବ ବିଜେପି: ୧୨ରୁ ୧୮ ବୁଥ୍‌ସ୍ତରୀୟ ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କୁ ବିଜେଡି ସରକାର ଦୀର୍ଘ ଦିନ ଧରି ଶାସନ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଲୋକେ ସୁଶାସନ ପାଇନାହାନ୍ତି। ନାନା ପ୍ରବଞ୍ଚନାରେ ଶିକାର ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ଚାଲିଛି। ମିଛ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଲାଞ୍ଚ କାରବାର ଚାଲିଛି। ଏହାକୁ ବିଜେପି ଦୃଢ଼ ବିରୋଧ କରିବ। ଓଡ଼ିଶା ପ୍ରଦେଶକୁ ଏହି ଲାଞ୍ଚ ଓ ପ୍ରବଞ୍ଚନାରୁ ରକ୍ଷା କରିବା ପାଇଁ […]

bjp-counter-odisha-govt

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 01:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କୁ ବିଜେଡି ସରକାର ଦୀର୍ଘ ଦିନ ଧରି ଶାସନ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଲୋକେ ସୁଶାସନ ପାଇନାହାନ୍ତି। ନାନା ପ୍ରବଞ୍ଚନାରେ ଶିକାର ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ଚାଲିଛି। ମିଛ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଲାଞ୍ଚ କାରବାର ଚାଲିଛି। ଏହାକୁ ବିଜେପି ଦୃଢ଼ ବିରୋଧ କରିବ। ଓଡ଼ିଶା ପ୍ରଦେଶକୁ ଏହି ଲାଞ୍ଚ ଓ ପ୍ରବଞ୍ଚନାରୁ ରକ୍ଷା କରିବା ପାଇଁ ଆଜି ହୋଇଥିବା କାର୍ଯ୍ୟକାରିଣୀରେ ଏକ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି-“ରାଜ୍ୟରେ ଯୁବକ, ମହିଳା ଓ ଗରିବଙ୍କୁ ସେମାନଙ୍କ ହକ୍‌ଠାରୁ ଦୂରେଇ ରଖାଯାଇଛି। ଏହାର ପ୍ରତିବାଦରେ ଅକ୍ଟୋବର ୧୨ରୁ ୧୮ ପର୍ଯ୍ୟନ୍ତ ପ୍ରତି ବୁଥ୍‌ ଓ ମଣ୍ଡଳରେ ଆନ୍ଦୋଳନ କରାଯିବ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ। ପ୍ରତି ବୁଥ୍‌ରେ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯିବ। ରାଜ୍ୟ ସରକାରଙ୍କ ମୁଖା ଖୋଲି ଦିଆଯିବ।”

ସେ କହିଛନ୍ତି-“ରାଜ୍ୟ ଚାଉଳରେ ମିଳୁଥିବା ଟଙ୍କା ପ୍ରତି ପରିବାରକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ହିସାବରେ ଦିଆଯାଉ। ଏନେଇ ପଣ୍ଡିଚେରି ଓ ଚଣ୍ଡିଗଡ଼ରେ ଚିନ୍ତା କରାଗଲାଣି। ଏକଥା ମଧ୍ୟ ରାଜ୍ୟ ସରକାର ଚିନ୍ତା କରନ୍ତୁ ବୋଲି ଆମେ ଦାବି କାରୁଛୁ। ସେହିପରି ବିଧବା ଓ ବାର୍ଦ୍ଧକ୍ୟ ଭକ୍ତା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଉ। ଯାହାଦ୍ୱାରା ଦୁର୍ନୀତି ବନ୍ଦ ହେବ।”

Related story