ପୁରସ୍କାରକୁ ନେଇ ମିଛ ପ୍ରଚାର ଛାଡ଼ି ବସ୍ତିବାସିନ୍ଦାଙ୍କୁ ଜାଗା ଦେବାକୁ ବିଜେପିର ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ (ଶାନ୍ତ୍ୱନାମୂଳକ ପୁରସ୍କାର)କୁ ମିଛ ପ୍ରଚାର ଛାଡ଼ି ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଜମି ପଟ୍ଟା ଓ ଜାଗା ଯୋଗାଇ ଦେବାକୁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଜାଗା ମିଶନ’କୁ ପୁରସ୍କାର ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ସୋଶାଲ ମିଡିଆ ମାଧ୍ୟମରେ ଟୁଇଟ୍ କରି ସୂଚନା ଦେଇଥିବାବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ […]

lekhasri-SAMANTSINHAR-FINAL

lekhasri-SAMANTSINHAR-FINAL

Manoranjan Sial
  • Published: Thursday, 12 December 2019
  • Updated: 12 December 2019, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ (ଶାନ୍ତ୍ୱନାମୂଳକ ପୁରସ୍କାର)କୁ ମିଛ ପ୍ରଚାର ଛାଡ଼ି ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଜମି ପଟ୍ଟା ଓ ଜାଗା ଯୋଗାଇ ଦେବାକୁ ବିଜେପି ଦାବି କରିଛି।

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଜାଗା ମିଶନ’କୁ ପୁରସ୍କାର ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ସୋଶାଲ ମିଡିଆ ମାଧ୍ୟମରେ ଟୁଇଟ୍ କରି ସୂଚନା ଦେଇଥିବାବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଲେ। କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା ୱାର୍ଲ୍ଡ ହାବିଟାଟର ଅଫିସିଆଲର ୱେବସାଇଟ ଅନୁସାରେ କର୍ଣ୍ଣାଟକର ଆଦିବାସୀ ଅଂଚଳରେ କାମ କରୁଥିବା ‘ଆକ୍ସନଏଡ୍ ଇଣ୍ଡିଆ’ ଓ ସ୍ପେନର ଏକ ସଂସ୍ଥାକୁ ପ୍ରଥମ ପୁରସ୍କାର ମିଳିଥିବା ଉଲ୍ଲେଖ ହୋଇଛି ।ୱାର୍ଲ୍ଡ ହାବିଟାଟ ଆୱାର୍ଡରେ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଏ। ରାଜ୍ୟସରକାରଙ୍କ ‘ଜାଗା ମିଶନ ପ୍ରକଳ୍ପ’କୁ ଏହି ପୁରସ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନୀତ କରାଯାଇଥିଲା। ଏହି ପ୍ରତିଯୋଗିତାର ଫାଇନାଲିଷ୍ଟମାନଙ୍କୁ ସିଲଭର ଓ ବ୍ରୋଞ୍ଜ ପଦକ ଦିଆଯାଏ। ପୁରସ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ତେବେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ପୃଷ୍ଠାପୃଷ୍ଠା ବ୍ୟାପୀ ସରକାରୀ ବିଜ୍ଞାପନ ଦେଇ ଆତ୍ମଘୋଷିତ ବିଜେତା ବୋଲି କହିବା ଅତ୍ୟନ୍ତ ବିଭ୍ରାନ୍ତକର ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେବା ଅତ୍ୟନ୍ତ ସାଂଘାତିକ କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୮ମସିହାରେ ଜାଗା ମିଶନ ଉଦଘାଟନ କଲାବେଳେ ୧୦ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ। ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ଲକ୍ଷ ଲୋକଙ୍କୁ ଜାଗା ମିଶନରେ ଜମି ମିଳିବାର ଯୋଜନା ରହିଛି। ତେବେ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଓଡ଼ିଶା ଜାଗା ମିଶନରେ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୮ଲକ୍ଷ। ଏହାର ଅର୍ଥ ହିତାଧିକାରୀଙ୍କ ସଂଖ୍ୟାକୁ ଅତିରଞ୍ଜିତ କରି ସରକାର ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥାକୁ ଦେଇଛନ୍ତି। ଯେଉଁ ୫୧୦୪୧ ପରିବାରଙ୍କୁ ଜମି ଅଧିକାର ସାର୍ଟିଫିକେଟ ମିଳିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ତାହା ମଧ୍ୟ ମିଛ। ଆଉ ଯେଉଁମାନଙ୍କୁ ମିଳିଛି ବୋଲି ଦାବି କରୁଛନ୍ତି, ସେମାନଙ୍କୁ ଏବେସୁଦ୍ଧା ସ୍ଥାୟୀ ପଟ୍ଟା ମିଳିନାହିଁ। ଏପରିକି ସରକାର ଦେଇଥିବା ଜମି ଅଧିକାର ସାର୍ଟିଫିକେଟକୁ ନେଇ ହିତାଧିକାରୀ ଘର ତିଆରି ପାଇଁ ପ୍ଲାନ୍ ଆବେଦନ କରିପାରିବେ ନାହିଁ କି ବ୍ୟାଙ୍କରୁ ଗୃହ ଋଣ ନେଇପାରିବେ ନାହିଁ। ଏପରିକି ରେସିଡେନସ୍ ପ୍ରୁଫ୍ ଭାବେ ମଧ୍ୟ ସେହି ସାର୍ଟିଫିକେଟକୁ ବ୍ୟବହାର କରିପାରିବେ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଜାଗା ମିଶନରେ ହିତାଧିକାରୀମାନଙ୍କୁ କୌଣସି ଠୋସ୍ ଲାଭ ମିଳିନାହିଁ। ଆଉ ଏପଟେ ରାଜ୍ୟ ସରକାର ଆତ୍ମଘୋଷିତ ବାହାବା ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ ଏବଂ ମୁଖପାତ୍ର ଉର୍ମିଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos