ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ କମ୍ପାନୀଗୁଡ଼ିକର ବିଜ୍ଞାପନ ନାଁରେ ୫୦୦କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ଛାତ୍ର କଂଗ୍ରେସର ଅଭିଯୋଗ ଉପରେ ରାଜ୍ୟ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।
ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୀର୍ଘ ୫୦ବର୍ଷ ଧରି କଂଗ୍ରସ ସରକାର ଉଭୟ ଭାରତ ଓ ଓଡ଼ିଶାକୁ ଲୁଟିଛନ୍ତିା ଜନସାଧାରଣ ପ୍ରତ୍ୟାଖ୍ୟାନ କରିବା ପରେ କଂଗ୍ରେସ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି। ଯେଉଁ ଦଳ ଦୁର୍ନୀତିରେ ବୁଡ଼ି ରହିଛି ସେ ଦଳକୁ ସବୁ ଘୋଟାଲା ଭଳି ଲାଗିବ। କଂଗ୍ରେସ ସରକାର ସମୟରେ ସବୁଠୁ ଅଧିକ ଦୁର୍ନୀତି ହୋଇଛି । ନିଜ ଦୋଷ ଲୁଚାଇ ଅନ୍ୟକୁ ଆଙ୍ଗୁଠି ଦେଖାଇବା ଅତ୍ୟନ୍ତ ହାସ୍ୟାସ୍ପଦ।
କେବଳ ଲୁଟିବା ଯେଉଁମାନଙ୍କର କାମ ସେମାନଙ୍କୁ ଭଲ କାମ ଦେଖାଯିବନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରସରକାରଙ୍କ ଜନହିତକର କାର୍ଯ୍ୟକୁ ଦେଖି କଂଗ୍ରେସ ଇର୍ଷାନ୍ୱିତ ହୋଇପଡ଼ିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ନବୀନ
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନବୀନ ଚଳିତଥର ନଆବର୍ଷ ପାଳନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ଓ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତାକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ।
Politics
ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍
ଆଜିର ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତର ଆଇନର ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୩ ଜୁଲାଇ ୧୧ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା ।
Politics
ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ, ଦଳକୁ ବୁଡ଼ାଇଦେଲେ ଏବେ ବ୍ୟକ୍ତିଙ୍କୁ ବୁଡ଼ାଇବେ: ସୂର୍ଯ୍ୟବଂଶୀ
ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମକୁ ସାଧାରଣ ଲୋକ ତ ଦୂରର କଥା ମନ୍ତ୍ରୀମାନଙ୍କୁ ବି ଛଡ଼ାଯାଉନଥିଲା । ଗୋଟିଏ ଲୋକ ସକାଳୁ ସକାଳୁ ଯାଇ ବଗ ଭଳିଆ ଟଙ୍ଗଟଙ୍ଗ ହୋଇ ବୁଲି ଭିଡ଼ିଓ ଛାଡ଼ୁଥିଲେ । ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ ।
Events & Festivals
ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି, ଓଡ଼ିଶା ଆସିବେ ୭ହଜାର ଅତିଥି
ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।
Miscellaneous
କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ବୈଜୟନ୍ତ
ଜଜାଙ୍ଗ ପରେ ଡେରାବିଶର ବାରିମୂଳକୁ ଯାଇଥିଲେ ସାଂସଦ। ସେଠାରେ ଉଜୁଡା କ୍ଷେତ ବୁଲି ଦେଖିଥିଲେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ପଚାରି ବୁଝିଥିଲେ। କ୍ଷେତ ପରିଦର୍ଶନ କରିବା ପରେ ସାଂସଦ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ସହିତ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ।