'ପରୀ ମାମଲାରେ SITକୁ ପାଇଲଟ୍ କରୁଥିଲେ ମନିଟର୍'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କୁ ସରକାରଙ୍କ ଚିଠି ନମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ଆମେ ଆଗରୁ କହିଆସୁଛୁ ଯେ ପରୀ ହତ୍ୟା ମାମଲାରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି। ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସରକାର ପରୀ ମାମଲାରେ ପଛଘୁଞ୍ଚା ଦେଉଥିଲେ। ପରୀ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର  SIT ଗଠନ କଲେ। ଏଥିପାଇଁ ରାଜ୍ୟ ସରକାର […]

golak

golak

Ranjit Kumar Jena
  • Published: Friday, 15 January 2021
  • Updated: 15 January 2021, 01:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କୁ ସରକାରଙ୍କ ଚିଠି ନମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ଆମେ ଆଗରୁ କହିଆସୁଛୁ ଯେ ପରୀ ହତ୍ୟା ମାମଲାରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି। ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସରକାର ପରୀ ମାମଲାରେ ପଛଘୁଞ୍ଚା ଦେଉଥିଲେ। ପରୀ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର  SIT ଗଠନ କଲେ। ଏଥିପାଇଁ ରାଜ୍ୟ ସରକାର ବିଧାନସଭାରେ SIT ତଦନ୍ତର କୋର୍ଟ ମନିଟର୍ ପାଇଁ ଯେଉଁ ଚିଠି ଲେଖିଥିଲେ, ତାହା ଗଣମାଧ୍ୟମକୁ ଦେଖାଇଥିଲେ। ହେଲେ ଆଜି ତାହା ମିଥ୍ୟା ପ୍ରମାଣିତ ହୋଇଛି। ତଦନ୍ତ କୋର୍ଟ ମନିଟର କରୁନଥିବା ଆମେ ପୂର୍ବରୁ କହିଥିଲୁ, ଯାହା ଆଜି ପ୍ରମାଣିତ ହେଲା ବୋଲି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ଗୋଲକ ଆହୁରି କହିଛନ୍ତି, ଆମେ ଆଗରୁ କହୁଥିଲୁ ଯେ ଜଣେ ଅରୁଣ ଆଉ ଜଣେ ଅରୁଣକୁ ସୁରକ୍ଷା ଦେବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଏ SIT ହାଇକୋର୍ଟଙ୍କ ଦ୍ୱାରା ମନିଟର୍ ହେଉନାହିଁ ବରଂ ଏ SIT ପାଇଲଟ୍ ଦ୍ୱାରା ମନିଟର୍ ହେଉଥିବା ଆମେ କହିଥିଲୁ। ଏଥିରୁ ସ୍ପଷ୍ଟ ଯେ ଏହି ମାମଲାରେ ସରକାରଙ୍କ ସମ୍ପୃକ୍ତି ଅଛି ଏବଂ ବାରମ୍ବାର ମିଛ ପରେ ମିଛ କହିଚାଲିଛନ୍ତି ସରକାର। ତେଣୁ ବିଜେଡି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ପରୀ ମାମଲା ସଂପର୍କରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେଲେ ହେମନ୍ତଙ୍କ ଆବେଦନର ଉତ୍ତର ଚଳିତ ମାସ ୬ ତାରିଖରେ ହାଇକୋର୍ଟରୁ ଆସିଛି। ଯେଉଁଥିରେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ରାଜ୍ୟ ସରକାର ସିଟିଂ ଜଜ୍ ନିଯୁକ୍ତି ପାଇଁ କୌଣସି ଚିଠି ଲେଖିନାହାନ୍ତି।

ପରୀ ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଗଠନ କରିଥିଲେ। ରାଜ୍ୟ ସରକାର ତା’ ସହ ଏସଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ମଧ୍ୟ ଦେଇଥିଲେ ବୋଲି ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos