ବୈଜୟନ୍ତଙ୍କ ଉଦ୍ୟମରେ ଗୁଣ୍ଟୁରରେ ଫସିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚି ପାରିଛି । ସ୍ଥାନୀୟ ବିଜେପି ନେତା ଓ କର୍ମୀ ଓଡ଼ିଆମାନଙ୍କୁ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ବିଭିନ୍ନ କଂପାନିରେ କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୨୫୦ ଜଣ ଓଡ଼ିଆ ଲକ୍‌ଡାଉନ୍‌ ଯୋଗୁଁ ଗୁଣ୍ଟୁରରେ ଫସି ରହିଥିଲେ । ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ସେମାନେ ବୈଜୟନ୍ତଙ୍କୁ ନିବେଦନ […]

labour-1--1

Niharika Rout
  • Published: Tuesday, 28 April 2020
  • , Updated: 28 April 2020, 01:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚି ପାରିଛି । ସ୍ଥାନୀୟ ବିଜେପି ନେତା ଓ କର୍ମୀ ଓଡ଼ିଆମାନଙ୍କୁ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି।

ବିଭିନ୍ନ କଂପାନିରେ କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୨୫୦ ଜଣ ଓଡ଼ିଆ ଲକ୍‌ଡାଉନ୍‌ ଯୋଗୁଁ ଗୁଣ୍ଟୁରରେ ଫସି ରହିଥିଲେ । ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ସେମାନେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ। ଏନେଇ ବୈଜୟନ୍ତ ଗୁଣ୍ଟୁର ବିଜେପି ଓବିସି ମୋର୍ଚ୍ଚା ସଭାପତି ଜେ. ରମ୍ମୁଙ୍କୁ ଜଣାଇଥିଲେ ।

ବୈଜୟନ୍ତଙ୍କ ନିର୍ଦ୍ଦେଶ ପରେ ରେମ୍ମୁଙ୍କ ନେତୃତ୍ୱରେ ବିଜେପି କର୍ମୀ ଖାଦ୍ୟ ସାମଗ୍ରୀ ନେଇ ଓଡ଼ିଆଙ୍କ ପାଖରେ ପହଞ୍ଚାଇଥିଲେ । ଭୋକ ଉପାସରେ ଥିବା ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇ ଦେଇଥିବାରୁ ଆନ୍ଧ୍ର ପ୍ରଦେଶ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବୈଜୟନ୍ତ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

Related story