ବିଜେପିରେ ବଢ଼ୁଛି ଟିକେଟ କନ୍ଦଳ: ବସନ୍ତ ପଣ୍ଡା ଓ ସୁରେଶ ପୂଜାରୀଙ୍କୁ ବିରୋଧ

କଳାହାଣ୍ଡି/ବରଗଡ଼(ଓଡ଼ିଶା ରିପୋର୍ଟର):କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ ଏକାଠି ହୋଇ ବସନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇନଥିବାରୁ ନିର୍ବାଚନରେ ଅସହଯୋଗ କରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ […]

bjp

Tapas Behera
  • Published: Saturday, 23 March 2019
  • , Updated: 23 March 2019, 04:28 PM IST

କଳାହାଣ୍ଡି/ବରଗଡ଼(ଓଡ଼ିଶା ରିପୋର୍ଟର):କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ ଏକାଠି ହୋଇ ବସନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇନଥିବାରୁ ନିର୍ବାଚନରେ ଅସହଯୋଗ କରିବାକୁ କର୍ମୀ ଚେତାବନୀ ଦେଇଛନ୍ତି।

ସେପଟେ ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ମଧ୍ୟ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ ସୁବାସ ଚୌହାନଙ୍କ ସମର୍ଥକମାନେ ପଦ୍ମପୁରରେ ସୁରେଶଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଟିକେଟ ବଣ୍ଟାକୁ ନେଇ ଆଳି ନିର୍ବାଚନମଣ୍ଡଳୀରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି। ଏଠି ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମର୍ଥକମାନେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଦଳ ପରିବର୍ତ୍ତନ କରୁଥିବା ନେତାଙ୍କୁ ଟିକେଟ ଦିଆଯାଇଥିବାବେଳେ ଦଳର ପ୍ରକୃତ କର୍ମୀ ଓ ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରିଥିବା କୃଷ୍ଣଚନ୍ଦ୍ରଙ୍କୁ କାହିଁକି ଟିକେଟ ଦିଆଗଲା ନାହିଁ ବୋଲି ସମର୍ଥକମାନେ କହିଛନ୍ତି। ଏହାକୁ ନେଇ କର୍ମୀମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଛନ୍ତି। ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଅମୀୟ ଦାଶଙ୍କ ସମର୍ଥକମାନେ ଧାରଣାରେ ବସିଛନ୍ତି ।

ସେପଟେ ଭୁବନେଶ୍ୱର-ଏକାମ୍ର ପାଇଁ ଆଶାୟୀ ଥିବା ଅମୀୟ ଦାଶ ନିଜ ସମର୍ଥକଙ୍କୁ ବୁଝାସୁଝା କରିଛନ୍ତି। ରାଜ୍ୟ ବିଜେପି  କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା କର୍ମୀ ମାନଙ୍କୁ ବୁଝାଇଛନ୍ତି।  ସେ କହିଛନ୍ତି ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ।  ଆମେ ନିଜର ମନର କଥା ରାଜ୍ୟ ନେତୃତ୍ୱଙ୍କୁ ଜଣାଇଛୁ। ଦଳ ଯାହା ନିଷ୍ପତ୍ତି ନେବ ତାହା ଫାଇନାଲ ବୋଲି ଅମୀୟ କହିଛନ୍ତି।

Related story