ରାଜଧାନୀରେ ହିଂସା ପାଇଁ ବିଧାୟକ ଅନନ୍ତ ଜେନାଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ହିଂସାକାଣ୍ଡ ଭିଆଇବା ଘଟଣା ପଛରେ ପୂର୍ବତନ ମେୟର ତଥା ବର୍ତ୍ତମାନର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସିଧାସଳଖ ସମ୍ପୃକ୍ତ ଅଛନ୍ତି ଓ ସେ ହିଁ ଅପରାଧୀଙ୍କ ସୁରକ୍ଷାଦାତା ପାଲଟିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଜେନାଙ୍କ ଅପରାଧୀଙ୍କୁ ପ୍ରୋତ୍ସାହନ ଦେବାର କାର୍ଯ୍ୟକଳାପ ଓ ମୁଖ୍ୟମନ୍ତ୍ରୀଙ୍କ ଅହିଂସା ନୀତିକୁ କଡ଼ା ସମାଲୋଚନା କରିଛନ୍ତି। […]

jagannth-pradhan

jagannth-pradhan

Manoranjan Sial
  • Published: Tuesday, 21 January 2020
  • Updated: 21 January 2020, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ହିଂସାକାଣ୍ଡ ଭିଆଇବା ଘଟଣା ପଛରେ ପୂର୍ବତନ ମେୟର ତଥା ବର୍ତ୍ତମାନର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସିଧାସଳଖ ସମ୍ପୃକ୍ତ ଅଛନ୍ତି ଓ ସେ ହିଁ ଅପରାଧୀଙ୍କ ସୁରକ୍ଷାଦାତା ପାଲଟିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଜେନାଙ୍କ ଅପରାଧୀଙ୍କୁ ପ୍ରୋତ୍ସାହନ ଦେବାର କାର୍ଯ୍ୟକଳାପ ଓ ମୁଖ୍ୟମନ୍ତ୍ରୀଙ୍କ ଅହିଂସା ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ “ଅହିଂସା” ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ବିଧାୟକ, ଯାହାଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଥିବା ସତ୍ତ୍ୱେ୍ୱ ତାଙ୍କୁ ସେ ମେୟରରୁ ଆଣି ବିଧାୟକ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଅହିଂସା ଆଚରଣ ଶିଖାଇଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କମିଶନରେଟ ପୁଲିସ ଅଞ୍ଚଳରେ ଗୋଟିଏ ସପ୍ତାହ ଭିତରେ ବିଜେଡିର ଗୁଣ୍ଡାମାନେ ଦୁଇ ଦୁଇଟି ହିଂସା କାଣ୍ଡ ଭିଆଇଲେ। ସେହି ଦୁଇ ଘଟଣାର ମୁଖ୍ୟ ଅପରାଧୀମାନଙ୍କୁ ବିଜେଡିର ବିଧାୟକ ଅନନ୍ତ ଜେନା ସୁରକ୍ଷା ଦେଲେ। ମାର୍କେଟ ବିଲଡିଂ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅପରାଧିମାନଙ୍କୁ ଏବେ ସୁଦ୍ଧା ପୁଲିସ ଗିରଫ କରିପାରି ନାହିଁ। କାରଣ ସେମାନେ ହେଉଛନ୍ତି ବିଧାୟକ ଅନନ୍ତ ଜେନା ଓ ବିଜେଡିର ବରିଷ୍ଠନେତା ଲିଟୁ ସୁପକାରଙ୍କର ଘନିଷ୍ଠ। ମାର୍କେଟ ବିଲିଡିଂରୁ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଗଣ୍ଡଗୋଳ ସିଧାସଳଖ ଭାବେ ବିଜେଡି ଦ୍ୱାରା କରାଯାଇଛି। ସେହି ଘଟଣାରେ ଆତଙ୍କ ଖେଳାଇଥିବା ଅପରାଧୀମାନଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବରିଷ୍ଠ ନେତା ଲିଟୁ ସୁପକାରଙ୍କର ଘନିଷ୍ଠତାର ଅନେକ ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେହି ଫଟୋଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ଶ୍ରୀ ପ୍ରଧାନ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

ସେହିପରି ଶିଖ୍ ବ୍ୟବସାୟୀ ପରବିନ୍ଦର ସିଂଙ୍କୁ ପୁଲିସ ସାମନାରେ ଅନନ୍ତ ନାରାୟଣ ଜେନାଙ୍କର ଗୁଣ୍ଡାମାନେ ମାଡ଼ ମାରିଲୋ ବିଧାୟକଙ୍କ ଚାପରେ ପୁଲିସ ଦୁର୍ବଳ ଦଫା ଲଗାଇଲା ଯାହାଫଳରେ ସାଙ୍ଗେସାଙ୍ଗେ ଜାମିନ ମିଳିଗଲା। ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ବି ୩୦୭ ଦଫା ଲାଗିଲା ନାହିଁ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛନ୍ତି। ଖୋର୍ଦ୍ଧାରେ ଡିଏସପି ଥିବା ଅନୁପ କାନୁନଗୋ ରାତି ଅଧରେ କାହିଁକି ପରବିନ୍ଦର ସିଂଙ୍କ ଘରକୁ ବିଧାୟକଙ୍କ ସହ ଯାଇଥିଲେ। ନିଜ କ୍ଷମତାର ଅପବ୍ୟବହାର କରି ନିଜ ରାଜନୀତିକ ବସଙ୍କୁ ଖୁସି କରିବା ପାଇଁ ଶ୍ରୀ କାନୁନଗୋ ଏଭଳି କାର୍ଯ୍ୟ କରିଛନ୍ତି । ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଇଞ୍ଜିନିୟରିଂ ଛାତ୍ର ଋଷି ମହାନ୍ତି ହତ୍ୟା ଘଟଣାରେ ତତକାଳୀନ ମେୟର ଅନନ୍ତ ଜେନାଙ୍କୁ ଖସାଇବାରେ ଏହି ଅନୁପ କାନୁନଗୋଙ୍କ ପ୍ରମୁଖ ଭୂମିକା ରହିଥିଲା। ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଗୁଣ୍ଡାମାନେ ବିଜେପି ଅଫିସ ଏବଂ ଗାଡ଼ି ଉପରେ ବୋମାମାଡ଼ କରିଥିଲେ। ଏହି ଘଟଣାରେ ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ହାତ ଥିବା ସତ୍ତ୍ୱେ ପୁଲିସ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତରେ ଅହିଂସାର ସପକ୍ଷବାଦୀ ତା’ହେଲେ ତୁରନ୍ତ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରିବା ସହ କ୍ଷମତାର ଅପବ୍ୟବହାର କରିଥିବା ଖୋର୍ଦ୍ଧା ଡିଏସପି ଅନୁପ କାନୁନଗୋଙ୍କୁ ନିଲମ୍ବନ କରନ୍ତୁ ଏବଂ ସମସ୍ତ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରୁଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ବିଜେପି ନେତା ଉପେନ୍ଦ୍ର ଭଞ୍ଜ, ସଂଗ୍ରାମ କେଶରୀ ନାୟକ ଓ ଅଚ୍ୟୁତାନନ୍ଦ ରଣଜିତ୍ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story