ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ନିର୍ବାଚନ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ଅନେକ ନେତା ଦଳ ଛାଡ଼ିଛନ୍ତି । ଆଗଧାଡ଼ିର ଛାତ୍ର ନେତା ତଥା ରାଜ୍ୟ ସାଧାରଣ ସଂପାଦକ ଚିନ୍ମୟ ପ୍ରଧାନ ଓ ସଂପାଦକ ଦିଲୀପ ସେନାପତିଙ୍କ ସହ ୨୪ରୁ ଅଧିକ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ କମିଟି, ଭୁବନେଶ୍ୱର ଜିଲ୍ଲା କମିଟି, ଭୁବନେଶ୍ୱର ଜୋନ୍ କମିଟି ଓ ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଜିଲ୍ଲା କମିଟି ନେତା ଦଳ ଛାଡ଼ିଛନ୍ତି।
ସେହିପରି ସୂଯର୍ୟପ୍ରସାଦ ରାଉତରାୟ, ବିଶ୍ୱରଞ୍ଜନ ବାଇ ପ୍ରମୁଖ ଯୁବ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ତେବେ ଏମାନେ କେଉଁ ଦଳରେ ଯୋଗଦେବେ ତାହା ଏବେ ସ୍ପଷ୍ଟ ହୋଇନାହିଁ।