‘ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି, ପ୍ରଶାସନିକ ଅଧିକାରୀ ହାତ ଧୁଆ ଶିଖାଉଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି। ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କୁ ହାତ ଧୁଆଇ ସ୍ୱଚ୍ଛତା ଶିଖାଉଛନ୍ତି।’ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେ କହିଥିଲେ, ବାଚସ୍ପତିଙ୍କୁ ହାତବାରିସି କରି ଏକତରଫା ବିଧାନସଭା ବନ୍ଦ କରିଦେଲେ। ଆମକୁ ବିଶ୍ୱାସକୁ ନେଲେ ନାହିଁ। ଏଠି ଆଇଏଏସ୍ ଓ ଆଇପିଏସ୍‌ କୋଟେରୀ ଶାସନ ଚାଲିଛି। ସେହିପରି […]

bjp-1--1

bjp-1--1

Niharika Rout
  • Published: Saturday, 14 March 2020
  • Updated: 14 March 2020, 02:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି। ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କୁ ହାତ ଧୁଆଇ ସ୍ୱଚ୍ଛତା ଶିଖାଉଛନ୍ତି।’ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ସେ କହିଥିଲେ, ବାଚସ୍ପତିଙ୍କୁ ହାତବାରିସି କରି ଏକତରଫା ବିଧାନସଭା ବନ୍ଦ କରିଦେଲେ। ଆମକୁ ବିଶ୍ୱାସକୁ ନେଲେ ନାହିଁ। ଏଠି ଆଇଏଏସ୍ ଓ ଆଇପିଏସ୍‌ କୋଟେରୀ ଶାସନ ଚାଲିଛି।

ସେହିପରି ଏଥିରେ ଉପସ୍ଥିତ ରହି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ,  ଏବେ ରାଜ୍ୟର ସ୍ଥିତି ଉଦ୍‌ବେଗଜନକ ନ ଥିବା ବେଳେ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ କରାଉଛନ୍ତି। ସରକାରଙ୍କ ଘୋଷଣା ଯୋଗୁଁ ଲୋକେ ଦୋକାନ ବଜାରକୁ ଆସୁନାହାନ୍ତି। ଶ୍ରମିକମାନେ ମଧ୍ୟ କାମ ପାଇଁ ଆସୁନାହାନ୍ତି।

ସେ ଆହୁରି କହିଥିଲେ ଯେ ବିଧାନସଭା ଚାଲିଥିଲେ ସରକାରଙ୍କ ମୁଖା ଖୋଲି ଯାଇଥା’ନ୍ତା। ଅସଲି ଚରିତ୍ର ପଦାକୁ ଆସି ଯାଇଥା’ନ୍ତା। ତେଣୁ ଭୟଭୀତ ହୋଇ କରୋନା ବାହାନାରେ ଗୃହକୁ ମୁଲତବୀ କରିଛନ୍ତି। ଅନ୍ୟପକ୍ଷରେ ଲୋକସଭା ଓ ରାଜ୍ୟସଭା ସମେତ ବହୁ ରାଜ୍ୟ ବିଧାନସଭା ଏଯାଏ ବନ୍ଦ ହୋଇନି।

ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି, ମାର୍ଚ୍ଚ ୧୯ରେ ଟଙ୍କା ନ ଆସିଲେ ଏମାନେ ସେହି ଟଙ୍କା ଆତ୍ମସାତ୍ କରିଛନ୍ତି ବୋଲି ଧରାଯିବ।

ସେହିପରି ପ୍ରେସ୍ ମିଟ୍‌ରେ ଉପସ୍ଥିତ ବିରୋଧୀ  ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଶୀତ ଅଧିବେଶନରେ ୧୭ ଦିନ ପୂର୍ବରୁ ଗୃହକୁ ବନ୍ଦ କରିଦେଇଥିଲେ। ଏବେ ବଜେଟ ଅଧିବେଶନକୁ ବି କରୋନା ବାହାନା କରି ବନ୍ଦ କରିଦେଲେ। ଏଥିରେ କେଉଁମାନଙ୍କୁ ଅନୁକମ୍ପା ମିଳିଲା ବୋଲି ସେ ପଚାରିଛନ୍ତି।

ଅପରପକ୍ଷେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ବିଜେପିର ଅଭିଯୋଗ ଦୁର୍ଭାଗ୍ୟଜନକ। ସାରା ଦେଶ ଓ ସାରା ବିଶ୍ୱ କରୋନା ସଂକ୍ରମିତ ହୋଇଛି। ଆମେରିକା ବି ଏହାକୁ ଜାତୀୟ ବିପତ୍ତି ଘୋଷଣା କଲାଣି। ବିରୋଧୀ କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଚାହୁଁ ନାହାନ୍ତି। କେବଳ ସବୁବେଳେ ହଟ୍ଟଗୋଳ କରୁଛନ୍ତି। ବିପର୍ଯ୍ୟୟ ପରିଚଳାନାରେ ଏକ ଓଡିଶା ମଡେଲ ଷ୍ଟେଟ। ଅନ୍ୟମାନେ ଓଡ଼ିଶାକୁ ଅନୁକରଣ କରୁଛନ୍ତି। ବିରୋଧୀ ଦଳ ନେତାଙ୍କ ପରି ଜଣେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କୁ ଏକଥା ଶୋଭା ଦେଉନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos