ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ

ଉଦଳା (ମାନସ ପାଣି):ବିଜେପିରେ ଶତାଧିକ ବିଜେଡି କର୍ମୀ ମିଶିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀର କପ୍ତିପଦାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେଡିର କପ୍ତିପଦା ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁଁ ମହିଳାମାନେ ଆଜି ଅସୁରକ୍ଷିତ ବୋଲି କହିବା ସହ ଉଦଳାର ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କୁ କଡ଼ା […]

tio

Tapas Behera
  • Published: Sunday, 07 April 2019
  • , Updated: 07 April 2019, 09:38 PM IST

ଉଦଳା (ମାନସ ପାଣି):ବିଜେପିରେ ଶତାଧିକ ବିଜେଡି କର୍ମୀ ମିଶିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀର କପ୍ତିପଦାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବିଜେଡିର କପ୍ତିପଦା ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁଁ ମହିଳାମାନେ ଆଜି ଅସୁରକ୍ଷିତ ବୋଲି କହିବା ସହ ଉଦଳାର ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ।

ବିଜେପିର ଏହି ମିଶ୍ରଣ ପର୍ବରେ ଦଳର ଷ୍ଟାର ପ୍ରଚାରକ ରାଜୁ ଶ୍ରୀବାସ୍ତବ, ସିନେ ତାରକା ଶ୍ରୀତମ ଦାସ ଏବଂ ରାଜ୍ୟ ମହିଳା ମୋର୍ଚ୍ଚାର ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇଥିଲେ।

 

Related story