ବିଜେପୁର ବ୍ୟାଟେଲ୍: ଅଶୋକଙ୍କୁ ମଇଦାନକୁ ଓହ୍ଲାଇଲା ବିଜେପି

<p>ଭୁବନେଶ୍ୱର: ବିଜେପୁର ବ୍ୟାଟେଲ୍ ପାଇଁ ଭାରତୀୟ ଜନତା ପାର୍ଟି ଗୋଟିଏ ପାଦ ଆଗକୁ ବଢ଼ିଛି। ବିଜେପୁରରୁ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପୁର ଉପନିର୍ବାଚନ ଲାଗି ପ୍ରାର୍ଥୀ ପାଇଁ ବିଜେପି କେନ୍ଦ୍ରୀୟ କମିଟି ଅଶୋକଙ୍କ ନାଁରେ ମୋହର ମାରିଛନ୍ତି। ବିଜେପି ନିର୍ବାଚନ କମିଟି ସମ୍ପାଦକ ଜେ.ପି. ନଡ୍ଡା ଅଶୋକଙ୍କ ନାଁ ଘୋଷଣା କରିଛନ୍ତି। &nbsp;ଆସନ୍ତା ଫେବ୍ରୃଆରୀ ୨୪ ତାରିଖରେ ବିଜେପୁରରେ ଉପନିର୍ବାଚନ ହେବ।</p> <p>ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ। ରାଜ୍ୟ ବିଜେପି ମୁଖ୍ୟପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ବିଜେପୁରରେ ମୁକ୍ତ ଏବଂ ନିରପକ୍ଷ ନିର୍ବାଚନ ନେଇ ଦଳ ଗୁରୁତ୍ୱ ଦେଇଛି । ବିଜେପି ଦାବି କରିଛି, ବିଜେପୁରରେ ଉପନିର୍ବାଚନ ଦୃଷ୍ଟିକୋଣରୁ ବରଗଡ଼ ଜିଲ୍ଲାପାଳ ଏବଂ ଏସ୍&zwnj;ପିଙ୍କୁ ବଦଳି କରାଯାଉ। ଏହାସହ ୩ ଜଣ ଥାନାଧିକାରୀଙ୍କୁ ମଧ୍ୟ ବଦଳି କରିବା ପାଇଁ ବିଜେପି ଦାବି କରିଛି । ସେହିପରି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ତାଙ୍କ ଭାଇ ଭୟଭୀତ କରାଇ ଭୋଟରଙ୍କୁ ପ୍ରଭାବିତ କରୁଥିବାରୁ ନିର୍ବାଚନ ସରିବା ଯାଏ ବିଜେପୁରକୁ ଏମାନଙ୍କୁ ବାରଣ କରାଯାଉ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି ।</p>

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 07:50 AM IST

Sports

Latest News

<p>ଭୁବନେଶ୍ୱର: ବିଜେପୁର ବ୍ୟାଟେଲ୍ ପାଇଁ ଭାରତୀୟ ଜନତା ପାର୍ଟି ଗୋଟିଏ ପାଦ ଆଗକୁ ବଢ଼ିଛି। ବିଜେପୁରରୁ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପୁର ଉପନିର୍ବାଚନ ଲାଗି ପ୍ରାର୍ଥୀ ପାଇଁ ବିଜେପି କେନ୍ଦ୍ରୀୟ କମିଟି ଅଶୋକଙ୍କ ନାଁରେ ମୋହର ମାରିଛନ୍ତି। ବିଜେପି ନିର୍ବାଚନ କମିଟି ସମ୍ପାଦକ ଜେ.ପି. ନଡ୍ଡା ଅଶୋକଙ୍କ ନାଁ ଘୋଷଣା କରିଛନ୍ତି। &nbsp;ଆସନ୍ତା ଫେବ୍ରୃଆରୀ ୨୪ ତାରିଖରେ ବିଜେପୁରରେ ଉପନିର୍ବାଚନ ହେବ।</p><p>ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ। ରାଜ୍ୟ ବିଜେପି ମୁଖ୍ୟପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ବିଜେପୁରରେ ମୁକ୍ତ ଏବଂ ନିରପକ୍ଷ ନିର୍ବାଚନ ନେଇ ଦଳ ଗୁରୁତ୍ୱ ଦେଇଛି । ବିଜେପି ଦାବି କରିଛି, ବିଜେପୁରରେ ଉପନିର୍ବାଚନ ଦୃଷ୍ଟିକୋଣରୁ ବରଗଡ଼ ଜିଲ୍ଲାପାଳ ଏବଂ ଏସ୍&zwnj;ପିଙ୍କୁ ବଦଳି କରାଯାଉ। ଏହାସହ ୩ ଜଣ ଥାନାଧିକାରୀଙ୍କୁ ମଧ୍ୟ ବଦଳି କରିବା ପାଇଁ ବିଜେପି ଦାବି କରିଛି । ସେହିପରି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ତାଙ୍କ ଭାଇ ଭୟଭୀତ କରାଇ ଭୋଟରଙ୍କୁ ପ୍ରଭାବିତ କରୁଥିବାରୁ ନିର୍ବାଚନ ସରିବା ଯାଏ ବିଜେପୁରକୁ ଏମାନଙ୍କୁ ବାରଣ କରାଯାଉ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos