ଜନଜାଗରଣ ମହାସମାବେଶ ପାଇଁ ପୋଷ୍ଟର ଉନ୍ମୋଚନ କଲା ବିଜେପି

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଜନଜାଗରଣ ମହାସମାବେଶ ପୂର୍ବରୁ ବିଜେପି ଆଜି ପୋଷ୍ଟର ଓ ଲିପ୍‌ଲେଟ୍‌ ଉନ୍ମୋଚନ କରିଛି। ଏ ନେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“୧୭ ବର୍ଷର ନବୀନ ପଟ୍ଟନାୟକଙ୍କ ସରକାର ସ୍ଥାଣୁତା ଓ ଅପାରଗତା ଯୋଗୁଁ ଓଡ଼ିଆ ଆଜି ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଗରିବ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏହା ବିରୋଧରେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଲଢ଼ିବା […]

bjp

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 10:47 PM IST

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଜନଜାଗରଣ ମହାସମାବେଶ ପୂର୍ବରୁ ବିଜେପି ଆଜି ପୋଷ୍ଟର ଓ ଲିପ୍‌ଲେଟ୍‌ ଉନ୍ମୋଚନ କରିଛି। ଏ ନେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“୧୭ ବର୍ଷର ନବୀନ ପଟ୍ଟନାୟକଙ୍କ ସରକାର ସ୍ଥାଣୁତା ଓ ଅପାରଗତା ଯୋଗୁଁ ଓଡ଼ିଆ ଆଜି ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଗରିବ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏହା ବିରୋଧରେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଲଢ଼ିବା ପରିବର୍ତ୍ତେ ବିଜେଡି ସହିତ ଭିତିରିଆ ବୁଝାମଣା କରୁଛି। ଗରିବଙ୍କ ହକ୍‌ ପାଇଁ ଜନ ଆନ୍ଦୋଳନ ପାଇଁ କଂଗ୍ରେସ ପାଖରେ ସମୟ ନାହିଁ। ବିଜେପି ଗରିବଙ୍କ ହକ୍‌ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ଗାଁଠାରୁ ରାଜଧାନୀ ପର୍ଯ୍ୟନ୍ତ ଯାଇଛି।”

Related story