ହଟହଟା ହେଲେ ବିଜେଡି ସାଂସଦ ଅମର

ସୁନ୍ଦରଗଡ଼ (ବିଜୟ ବରୁଆ): ସରକାରୀ ନିର୍ଦ୍ଦେଶନାମା ଅଥଚ ଦଳୀୟ କାର୍ଯ୍ୟକ୍ରମରେ ଯାଇ ଆଜି ସୁନ୍ଦରଗଡ଼ରେ ହଟହଟା ହୋଇଛନ୍ତି ଶାସକ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ସାଂସଦ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ ସମ୍ପର୍କରେ ସୁନ୍ଦରଗଡ଼ ଅତିରିକ୍ତଜିଲ୍ଲାପାଳ ସମସ୍ତ ବିଡିଓ ଓ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଲେ। ତେବେ ପରିତାପର ବିଷୟ ହେଉଛି, ସାଂସଦଙ୍କର ଏହା ସରକାରୀ ଗସ୍ତ ହୋଇଥିବା ସତ୍ତ୍ୱେ ଏନେଇ କୌଣସି ଜିଲ୍ଲା ଜନପ୍ରତିନିମାନଙ୍କୁ ଅବଗତ କରାଯାଇ ନଥିଲା। ଏହାକୁ ନେଇ ବିରୋଧର ସ୍ୱର […]

kusum

kusum

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 09:43 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ସରକାରୀ ନିର୍ଦ୍ଦେଶନାମା ଅଥଚ ଦଳୀୟ କାର୍ଯ୍ୟକ୍ରମରେ ଯାଇ ଆଜି ସୁନ୍ଦରଗଡ଼ରେ ହଟହଟା ହୋଇଛନ୍ତି ଶାସକ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ସାଂସଦ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ ସମ୍ପର୍କରେ ସୁନ୍ଦରଗଡ଼ ଅତିରିକ୍ତଜିଲ୍ଲାପାଳ ସମସ୍ତ ବିଡିଓ ଓ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଲେ। ତେବେ ପରିତାପର ବିଷୟ ହେଉଛି, ସାଂସଦଙ୍କର ଏହା ସରକାରୀ ଗସ୍ତ ହୋଇଥିବା ସତ୍ତ୍ୱେ ଏନେଇ କୌଣସି ଜିଲ୍ଲା ଜନପ୍ରତିନିମାନଙ୍କୁ ଅବଗତ କରାଯାଇ ନଥିଲା। ଏହାକୁ ନେଇ ବିରୋଧର ସ୍ୱର ଉଠିବା ପରେ ସାଂସଦ ରାତାରାତି ନିଜର ଗସ୍ତ ସୂଚିର ପରିବର୍ତ୍ତନ କରିଦେଲେ। କିନ୍ତୁ ଦଳୀୟ କାର୍ଯ୍ୟକ୍ରମ ପାଇଁ ବିରୋଧୀଙ୍କ ପ୍ରତିବାଦ ଯୋଗୁ ସାଂସଦ ପଟ୍ଟନାୟକଙ୍କୁ ହଟହଟାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସାଂସଦ ଅମର ପଟ୍ଟନାୟକ କହିଲେ, ଏହା ଥିଲା ଦଳୀୟ ଗସ୍ତ।

ତେବେ ଏଠି ପ୍ରଶ୍ନ ଉଠୁଛି, ସାଂସଦ ମହାଶୟ ପ୍ରକୃତରେ ସରକାରୀ ଗସ୍ତରେ ଆସିଥିଲେ ନା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ? ଯଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଂସଦ ଆସିଥିଲେ, ତାହାହେଲେ କଣ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଇଥିଲା?

ବିଜେଡି ଆଇଟି ସେଲ୍‌ର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ୩ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ଗତକାଲି ରାଉରକେଲାରେ ପହଞ୍ଚିଥିଲେ। ଆଜି ସକାଳେ ସେ ରାଉରକେଲା ମ୍ୟୁନିସିପାଲିଟିରେ ହୋଇଥିବା ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ। ସାଂସଦଙ୍କ ସୁନ୍ଦରଗଡ଼ କାର୍ଯ୍ୟକ୍ରମ ସମ୍ପର୍କରେ ବିଜେପି କର୍ମୀ ଓ ବିଧାୟିକା କୁସୁମ ଟେଟେଙ୍କ ସମର୍ଥକମାନେ ଜାଣିପାରି ବିରୋଧ କରିଥିଲେ। ଖୋଦ୍‌ ବିଧାୟିକା କୁସୁମ ଟେଟେ ସମର୍ଥକମାନେ ଅମର ପଟ୍ଟନାୟକ ‘ଗୋ ବ୍ୟାକ’ ନାରା ମଧ୍ୟ ଦେଇଥିଲେ। ବିଧାୟିକା କୁସୁମ ଟେଟେ କହିଛନ୍ତି-“ସାଂସଦ ସୁନ୍ଦରଗଡ ଜିଲ୍ଲା ବିକାଶ ପାଇଁ ଚିନ୍ତା କରୁଛନ୍ତି, ତାହା ନିଶ୍ଚିତ ଭଲ କଥା। ତେବେ ଜନପ୍ରତିନିଧିଙ୍କୁ କାହିଁକି ଖବର ଦିଆଯାଉନାହିଁ।”

ରାଉରକେଲାରେ କାର୍ଯ୍ୟକ୍ରମ ସାରି ରାଜ୍ୟସଭା ସାଂସଦ ଅପରାହ୍ନ ୨ଟାରେ ସୁନ୍ଦରଗଡ଼ରେ ପହଞ୍ଚିଥିଲେ। ତେବେ ବିରୋଧ ସମ୍ପର୍କରେ ଜାଣିପାରି କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇନଥିଲେ। ସର୍କିଟ ହାଉସରେ କେତେକ ସମର୍ଥକଙ୍କୁ ଭେଟି ଚାଲି ଯାଇଥିଲେ। ସେଠାରେ କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ପଟ୍ଟନାୟକ କହିଛନ୍ତି-“ମୁଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛି।”

ସୂଚନାରୁ ପ୍ରକାଶ, ରାଜ୍ୟସଭା ସାଂସଦ ଜିଲ୍ଲା ସମସ୍ତ ବିଡିଓ ଓ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା।

ଅତିରିକ୍ତ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ କହିଛନ୍ତି, ଏହା ସରକାରୀ କାର୍ଯ୍ୟକ୍ରମ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos