ପିଏମ୍ କେୟାର୍ସ ଫଣ୍ଡକୁ ସର୍ବନିମ୍ନ ୧୦୦ଟଙ୍କା ଦେବାକୁ ବିଜେପି କର୍ମୀମାନଙ୍କୁ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ୍ ସହ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ପ୍ରତ୍ୟେକ ବିଜେପି କର୍ମୀ ଅତିକମରେ ୧୦୦ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ପ୍ରଦାନ କରି ରାଷ୍ଟ୍ର ହିତରେ ସହଯୋଗ କରିବାକୁ ରାଜ୍ୟ ବିଜେପି ଆହ୍ୱାନ ଦେଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ପ୍ରେସ୍ ରିଲିଜ୍ କହିଛନ୍ତି ଯେ ,ଏଭଳି ଏକ ସଙ୍କଟଜନକ ପରିସ୍ଥିତିରେ ପିଏମ କେୟାର୍ସ ଫଣ୍ଡକୁ ଅତିକମରେ ୧୦୦ ଟଙ୍କା ଠାରୁ […]

samir-mohanty

Tapas Behera
  • Published: Tuesday, 31 March 2020
  • , Updated: 31 March 2020, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ୍ ସହ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ପ୍ରତ୍ୟେକ ବିଜେପି କର୍ମୀ ଅତିକମରେ ୧୦୦ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ପ୍ରଦାନ କରି ରାଷ୍ଟ୍ର ହିତରେ ସହଯୋଗ କରିବାକୁ ରାଜ୍ୟ ବିଜେପି ଆହ୍ୱାନ ଦେଇଛି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ପ୍ରେସ୍ ରିଲିଜ୍ କହିଛନ୍ତି ଯେ ,ଏଭଳି ଏକ ସଙ୍କଟଜନକ ପରିସ୍ଥିତିରେ ପିଏମ କେୟାର୍ସ ଫଣ୍ଡକୁ ଅତିକମରେ ୧୦୦ ଟଙ୍କା ଠାରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁଯାୟୀ ଅର୍ଥ ରାଶି ପଠାଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ଦିଗରେ ପ୍ରତ୍ୟେକ ବିଜେପି କର୍ମୀ ଯତ୍ନବାନ ହେବା ଉଚିତ୍। ଏହା ସହ ନିଜର ବନ୍ଧୁ ପରିଜନମାନଙ୍କୁ ଏହି ଫଣ୍ଡ ସମ୍ବନ୍ଧରେ ଅବଗତ କରାଇ ଅତି କମରେ ୧୦ ଜଣଙ୍କୁ ଦାନ କରିବା ପାଇଁ ଉତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ସଙ୍କଟ ସମୟରେ ନିଜକୁ ସାମିଲ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସେ ରାଜ୍ୟ ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି।

ଏହି ସଂକ୍ରମଣକୁ ରୋକିବା ପାଇଁ ସବୁସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି ଓ କରୋନାକୁ ହରାଇବା ପାଇଁ ସମସ୍ତେ ନିଜ ନିଜ ଅଂଚଳରେ ଅସହାୟ ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏସବୁ ବ୍ୟତୀତ ୨୧ଦିନର ଲକଡାଉନକୁ ପାଳନ କରିବା ପାଇଁ ଶ୍ରୀ ମହାନ୍ତି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।

Related story