ଆଜିଠାରୁ ବିଜେପିର ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମ

ଗୁଣପୁର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ବିଜେପିର ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଏହାର ଶୁଭାରମ୍ଭ କରିବେ। ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତାକୁ ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ଉଦ୍ଦେଶ୍ୟରେ ଏହା କରାଯାଉଛି। ରାଜ୍ୟର ୪୬ଟି ସ୍ଥାନରେ ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ […]

bjp

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 09:20 AM IST

ଗୁଣପୁର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ବିଜେପିର ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଏହାର ଶୁଭାରମ୍ଭ କରିବେ। ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତାକୁ ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ଉଦ୍ଦେଶ୍ୟରେ ଏହା କରାଯାଉଛି।

ରାଜ୍ୟର ୪୬ଟି ସ୍ଥାନରେ ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସମେତ ୯ କେନ୍ଦ୍ରମନ୍ତ୍ରୀ, ୫ ସାଂସଦ, ଛତିଶଗଡ଼ର ୭ ମନ୍ତ୍ରୀ ଏବଂ ଦଳର ବହୁ ବରିଷ୍ଠ ନେତା ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସି କାର୍ଯ୍ୟକ୍ରମରେ ସାମିଲ ହେବେ।

ସେହିପରି ଆସନ୍ତା ୨ ତାରିଖରୁ ‘ମୋଦି ଫେଷ୍ଟ’ ଆରମ୍ଭ ହେବ। ୩ ଟି ପର୍ଯ୍ୟାୟରେ ରାଜ୍ୟର ୩୦ ଜିଲ୍ଲାର ମୁଖ୍ୟାଳୟରେ ‘ମୋଦି ଫେଷ୍ଟ’ର ଆୟୋଜନ କରାଯିବ।

Related story