ସହମତି ଭିତ୍ତିରେ ଚୟନ ହେବ ବିଜେପି ରାଜ୍ୟ ସଭାପତି: ଅରୁଣ ସିଂ

ଭୁବନେଶ୍ୱର: ସହମତି ଭିତ୍ତିରେ ବିଜେପି ରାଜ୍ୟ ସଭାପତି ଚୟନ ହେବ। ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାର ଚୂଡାନ୍ତ ପର୍ଯ୍ୟାୟରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ୬ ତାରିଖରୁ ୪ଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲା ସଭାପତି ଚୟନ ପ୍ରକିୟା ଆଜି ଶେଷ ହୋଇଛି। ତେବେ ୩୬ ସାଂଗଠନିକ ଜିଲ୍ଲା ମଧ୍ୟରୁ କେତୋଟିରେ ଜିଲ୍ଲା ସଭାପତି ପାଇଁ ସହମତି ହୋଇଛି ସେ ସମ୍ପର୍କରେ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଜିଲ୍ଲା […]

bjp

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 03:48 PM IST

ଭୁବନେଶ୍ୱର: ସହମତି ଭିତ୍ତିରେ ବିଜେପି ରାଜ୍ୟ ସଭାପତି ଚୟନ ହେବ। ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାର ଚୂଡାନ୍ତ ପର୍ଯ୍ୟାୟରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ୬ ତାରିଖରୁ ୪ଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲା ସଭାପତି ଚୟନ ପ୍ରକିୟା ଆଜି ଶେଷ ହୋଇଛି। ତେବେ ୩୬ ସାଂଗଠନିକ ଜିଲ୍ଲା ମଧ୍ୟରୁ କେତୋଟିରେ ଜିଲ୍ଲା ସଭାପତି ପାଇଁ ସହମତି ହୋଇଛି ସେ ସମ୍ପର୍କରେ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଜିଲ୍ଲା ସଭାପତି ନାଁ ଘୋଷଣା ପରେ ଗୋଟିଏ ସପ୍ତାହ କିମ୍ୱା ୧୦ ଦିନ ଭିତରେ ରାଜ୍ୟ ସଭାପତି ଚୟନ ହେବେ ବୋଲି ସେ କହିଛନ୍ତି।

Related story