ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍ ଖୋଲି ଟ୍ୟାମ୍ପରିଂ ଷଡ଼ଯନ୍ତ୍ର କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଂସଦ ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଖୋଲି ଶାସକ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜିଲ୍ଲା ପ୍ରଶାସନ ଟ୍ୟାମ୍ପରିଂ ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଗତ ମେ’ ୮ ତାରିଖରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜଟଣୀ, ଏକାମ୍ର, ଭୁବନେଶ୍ୱର-ମଧ୍ୟ ଓ ଉତ୍ତର, ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ୍ […]

golak_mohapatra_bjp final

golak_mohapatra_bjp final

Manoranjan Sial
  • Published: Friday, 10 May 2019
  • Updated: 10 May 2019, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଂସଦ ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଖୋଲି ଶାସକ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜିଲ୍ଲା ପ୍ରଶାସନ ଟ୍ୟାମ୍ପରିଂ ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଗତ ମେ' ୮ ତାରିଖରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜଟଣୀ, ଏକାମ୍ର, ଭୁବନେଶ୍ୱର-ମଧ୍ୟ ଓ ଉତ୍ତର, ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ୍ ଥିବା ଷ୍ଟ୍ରଙ୍ଗରୁମକୁ ଖୋଲାଯାଇଥିଲା। ବିଜେପି ବିଧାୟକ ପ୍ରାର୍ଥୀମାନଙ୍କ ଅନୁପସ୍ଥିତିରେ ଏହି ଇଭିଏମ ଷ୍ଟ୍ରଙ୍ଗରୁମ ଖୋଲାଯାଇଥିଲା ଯାହା ଭାରତୀୟ ଜନ ପ୍ରତିନିଧି ଆଇନ ୧୯୫୦ର ଧାରା ୪୯- ଟି ଅନୁସାରେ ବେଆଇନ। ଶାସକ ବିଜେଡିର ପରାଜୟ ସୁନିଶ୍ଚତ ଥିବାରୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଇଭିଏମ ଖୋଲି ଜିଲ୍ଲା ପ୍ରଶାସନ ଟ୍ୟାମ୍ପରିଂର ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ମେ' ୭ ତାରିଖରେ ଚିଠି ଜାରି କରି ଜିଲ୍ଲା ପ୍ରଶାସନ ତରବରିଆ ଭାବେ ମେ' ୮ ତାରିଖ ସକାଳ ୧୦ଟାରେ ଇଭିଏମ୍ ଖୋଲିବା ପଛରେ ଯଥାର୍ଥତା କଣ ରହିଛି ? ଚିଠି ଜାରି କରିବାର ମାତ୍ର କେଇ ଘଣ୍ଟା ପରେ ଇଭିଏମ ଷ୍ଟ୍ରଙ୍ଗରୁମ୍ ଖୋଲିବା ଏକ ବଡ଼ ସନ୍ଦେହ ସୃଷ୍ଟି କରୁଛି। ଇଭିଏମ୍ ଷ୍ଟ୍ରଙ୍ଗରୁମ ଖୋଲିବା ପୁର୍ବରୁ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ କାହିଁକି ଆଗରୁ ସୂଚନା ଦିଆଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଇଭିଏମ୍ ଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ସୁନିଶ୍ଚତ କରାନ୍ତୁ ବୋଲି ବିଜେପି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos