ବରଗଡ଼(ଓଡିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ଏହି ଘଟଣାରେ ବିଜେପି ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ। ବିଜେଡି କରିଥିବା ଅଭିଯୋଗ ଭିତ୍ତିହୀନ। ହିଂସାକୁ ବିଜେପି ନିନ୍ଦା କରୁଛି। ମନ୍ତ୍ରୀଙ୍କ ଭାଇଙ୍କର ସେହି ଅଞ୍ଚଳରେ ଅପରାଧିକ ପୃଷ୍ଠଭୂମି ରହିଛି। ଟେଣ୍ଡର ଫିକ୍ସିଂର ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଛି।”
ସେ ଆହୁରି କହିଛନ୍ତି,“ସୁବ୍ରତ ସିଂ ରାତି ୧୨ଟାରେ ସେଠାରେ କ’ଣ କରୁଥିଲେ। ତେଣୁ ତାଙ୍କର ଅପରାଧିକ ପୃଷ୍ଠଭୂମିର ଯାଞ୍ଚ ହେଉ।”
ଏନେଇ ପ୍ରଦୀପ ଅଧିକ କ’ଣ କହୁଛନ୍ତି ଦେଖନ୍ତୁ ଭିଡ଼ିଓ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ’
ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି।
Politics
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା କାର୍ଯ୍ୟନିର୍ଘଣ୍ଟ; ଡିସେମ୍ବର ୨୦ରେ ଭୋଟ୍
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।
Politics
ଭବଙ୍କ ପାଇଁ ଅଡୁଆ ବଢିଲା; ଯୋଡି ହେଲା ଆଉ ୩ ମାମଲା
ଆଜି ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।