‘ବିଜେଡି ମୁଖପାତ୍ରଙ୍କ ମୁଖା ସାଜିଛନ୍ତି ଏସ୍‌ପି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଗୁଳିକାଣ୍ଡ ଘଟଣାରେ ବରଗଡ଼ ଏସ୍‌ପିଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ବିଜେଡି ମୁଖପାତ୍ରଙ୍କ ଭାଷା ଦୋହରାଇଛନ୍ତି ବରଗଡ଼ ଏସ୍‌ପି। ଏଥିରୁ ଜଣାପଡ଼ୁଛି ପୋଲିସ ବିଜେଡିର ହାତବାରିସି ସାଜିଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ରାଜନୈତିକ ସଂପୃକ୍ତି ନାହିଁ ଦର୍ଶାଇବାକୁ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଗିରଫ ବ୍ୟକ୍ତିଙ୍କ ସହିତ ବିଜେଡି […]

bjp-target-police-in-bijapur-firing

Rakesh Mallick
  • Published: Wednesday, 10 January 2018
  • , Updated: 10 January 2018, 06:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଗୁଳିକାଣ୍ଡ ଘଟଣାରେ ବରଗଡ଼ ଏସ୍‌ପିଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ବିଜେଡି ମୁଖପାତ୍ରଙ୍କ ଭାଷା ଦୋହରାଇଛନ୍ତି ବରଗଡ଼ ଏସ୍‌ପି। ଏଥିରୁ ଜଣାପଡ଼ୁଛି ପୋଲିସ ବିଜେଡିର ହାତବାରିସି ସାଜିଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ରାଜନୈତିକ ସଂପୃକ୍ତି ନାହିଁ ଦର୍ଶାଇବାକୁ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଗିରଫ ବ୍ୟକ୍ତିଙ୍କ ସହିତ ବିଜେଡି ନେତାଙ୍କ ସଂପର୍କ ଅଛି। ତଦନ୍ତ ଶେଷ ନ ହେଉଣୁ ରାଜନୈତିକ ସଂପୃକ୍ତି ନାହିଁ ବୋଲି ଏସ୍‌ପି କେମିତି ଜାଣିଲେ?”

ସେ କହିଛନ୍ତି-“ବିଜେପୁରରେ ବିଜେଡି ୩ ଥର ହାରିଛି। ଗତ ନିର୍ବାଚନରେ ପୂର୍ବତନ ଅର୍ଥମନ୍ତ୍ରୀ ହାରିଥିଲେ। ଏହା ବିଜେଡିକୁ ବିବ୍ରତ କରିଛି। ଏହାଛଡ଼ା ୧୪୭ ଆସନରେ ଯେତେବେଳେ ନିର୍ବାଚନ ହୋଇଥିଲା, ସେତେବେଳେ ବିଜେପୁର ବାସୀ ରାଜ୍ୟ ସରକାରଙ୍କ କର୍ମକୁ ଚିହ୍ନି ପ୍ରତ୍ୟାକ୍ଷାନ କରିଛନ୍ତି। ତଥାପି ବିଜେଡିର ବୁଦ୍ଧି ଉଦୟ ହୋଇ ନାହିଁ। ସେଥିପାଇଁ ପୋଲିସକୁ ହାତବାରିସି କରାଯାଉଛି ଦଳ।”

Related story