ମିଶନ ଶୂନ୍ୟ ଭୋଟ ନାକଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ମିଶନ ଶୂନ୍ୟ ନାକଚ ଭୋଟ। ଯେମିତି ଗୋଟିଏ ବି ଭୋଟ ନାକଚ ନହେବ ତାହା ଉପରେ ବିଜେପି ଫୋକସ କରୁଛି। ଏତିକି ବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ବିଜେଡି ସମେତ ଅନ୍ୟ ଦଳଙ୍କୁ ବି ସମାନ ଅପିଲ୍ କରିଛି ବିଜେପି। ଦ୍ରୌପଦୀ ଓଡ଼ିଶା ଆସିଥିବା ବେଳେ ଏ ପ୍ରସଙ୍ଗରେ ବିଜେଡି ଓ ବିଜେପି ବିଧାୟକ ଏବଂ ଦୁଇଦଳ ସାଂସଦମାନଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ। […]

Daupadui

  • Published: Sunday, 10 July 2022
  • , Updated: 10 July 2022, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ମିଶନ ଶୂନ୍ୟ ନାକଚ ଭୋଟ। ଯେମିତି ଗୋଟିଏ ବି ଭୋଟ ନାକଚ ନହେବ ତାହା ଉପରେ ବିଜେପି ଫୋକସ କରୁଛି। ଏତିକି ବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ବିଜେଡି ସମେତ ଅନ୍ୟ ଦଳଙ୍କୁ ବି ସମାନ ଅପିଲ୍ କରିଛି ବିଜେପି। ଦ୍ରୌପଦୀ ଓଡ଼ିଶା ଆସିଥିବା ବେଳେ ଏ ପ୍ରସଙ୍ଗରେ ବିଜେଡି ଓ ବିଜେପି ବିଧାୟକ ଏବଂ ଦୁଇଦଳ ସାଂସଦମାନଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ। ଦୌପଦିଙ୍କୁ ସବୁ ଭୋଟ ମିଳିବା ନେଇ ସେ ଆଲୋଚନା କରିଛନ୍ତି।

ତେଣେ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ।

ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ବିଧାନସଭାର ୫୪ ନମ୍ବର ହଲ୍‌ରେ ହେବ ଭୋଟ ଗ୍ରହଣ। ଏନେଇ ବ୍ୟାଲଟ୍ ପେପର ମଧ୍ୟ ଷ୍ଟ୍ରଙ୍ଗ ରୁମ୍‌ରେ ପହଞ୍ଚିସାରିଛି। ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ଓ ସାଂସଦମାନେ ଭୋଟ ଦେବେ। ବିଧାୟକମାନେ ବିଧାନସଭାରେ ଓ ସାଂସଦ ଦିଲ୍ଲୀରେ ଭୋଟ ଦେବେ। ତେବେ ଜଣେ ସାଂସଦ ଚାହିଁଲେ ବିଧାନସଭାରେ ବି ଭୋଟ ଦେଇ ପାରିବ। ଏପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କିଭଳି ଅଧିକରୁ ଅଧିକ ଭୋଟ ମିଳିବ ସେଥିଲାଗି ବିଜେପିର ମିଶନ ରହିଛି ଶୂନ୍ୟ ନକାଚ ଭୋଟ୍। ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଯାଇଛି। ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚାନ ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ ଏସଂପର୍କରେ ଅବଗତ କରାଇଥିଲେ।

ଖଣ୍ଡେ ହେଲେ ବି ଭୋଟ ଯେମିତି ନାକଚ ନହେବ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆହ୍ୱାନ ଦେଇଛନ୍ତି l ତେଣେ କିଭଳି ନିର୍ଭୁଲ ଭାବେ ଭୋଟ୍ ହେବ ସେନେଇ ଆସନ୍ତା ୧୭ ତାରିଖରେ ବିଜେପି ବିଧାୟକମାନଙ୍କ ପାଇଁ ମକ୍ ଭୋଟିଂ ହେବ। ବିଧାୟକ, ସାଂସଦ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଚାହୁଁଥିଲେ ନାଁ ପାଖରେ ଇଂରାଜୀରେ ଓ୍ୱାନ୍ ଓ ଯଶଓ୍ୱନ୍ତଙ୍କୁ ଭୋଟ ଦେବାକୁ ଚାହୁଁଥିଲେ ତାଙ୍କ ନାଁ ଡାହାଣରେ ଟୁ ଲେଖିବେ। ନିର୍ବାଚନ କମିଶନ ଦେଇଥିବା କଲମରେ ହିଁ ଲେଖିବାକୁ ପଡିବ। ଅନ୍ୟଥା ଭୋଟ ନାକଚ୍ ହୋଇଯିବ।

ଓଡିଶାର ୧୪୭ ବିଧାୟକ ଓ ୨୧ ଲୋକସଭା ଓ ୧୦ ରାଜ୍ୟସଭା ସାଂସଦ ଭୋଟ ଦେବେ। ୧୪୭ ବିଧାୟକଙ୍କ ମଧ୍ୟରୁ ବିଜେଡିର ୧୧୨ ଓ ବିଜେପିର ୨୨ ଜଣଦ୍ରୌପଦୀଙ୍କୁ ଭୋଟ୍ ଦେବେ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଦ୍ରୌଦୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ତେବେ ଜେଲ୍‌ରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ କଣ କରିବେ ତାହା ସ୍ପଷ୍ଟ ହୋଇନି। ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୂଦୁଲି ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି।

ତେବେ କଂଗ୍ରେସର ୯ ଓ ସିପିଏମ୍ ବିଧାୟକ ଲକ୍ଷଣ ମୁଣ୍ଡା, ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ନେଇ ଘୋଷଣା କରିଛନ୍ତି। କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ।

ସୂଚନା ଥାଉକି, ଜୁଲାଇ ୧୮ରେ ରାଷ୍ଟ୍ରପତି ନର୍ବାଚନ ଲାଗି ଭୋଟ ଗ୍ରହଣ ଓ ୨୧ ତାରିଖରେ ଗଣତି ହେବ। ଦୌପଦୀଙ୍କୁ ବିଜେଡି, ଅକାଳୀ ଦଳ, ବହୁଜନ ସମାଜ ପାର୍ଟି ଓ ଓ୍ୱାଇଏସ୍ଆର୍ କଂଗ୍ରେସ ସମର୍ଥନ କରୁଥିବାରୁ ତାଙ୍କର ବିଜୟ ପ୍ରାୟତଃ ନିଶ୍ଚିତ ରହିଛି।

Related story