ଦାମ ହଟହଟ୍ଟା: କଳା ପତାକା ଦେଖାଇଲେ ବିଜେପି ମହିଳା, ଦେଖନ୍ତୁ ଭିଡିଓ

ଅନୁଗୋଳ: ମନ୍ତ୍ରୀ ଦାମଙ୍କ ପାଇଁ ଆଗାମୀ ସମୟ କଠିନ ହୋଇପାରେ। ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲାଣି। ଅଙ୍ଗନବାଡ଼ି ମହିଳା କର୍ମୀଙ୍କୁ ‘ସ୍ୱାମୀଛାଡ଼ି’ ବୋଲି କହିବା ପରେ ତାଙ୍କୁ ବିଭିନ୍ନ ସ୍ତରରେ ମହିଳାମାନେ ବିରୋଧ କରିଛନ୍ତି। ତେବେ ତାହା କେବଳ ରାଜଧାନୀରେ ହିଁ ସୀମିତ ଥିଲା। ଏବେ ଏହା ରାଜଧାନୀ ଡେଇଁ ଅନ୍ୟ ସ୍ଥାନକୁ ଆସିଲାଣି।

ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି ଅନୁଗୋଳ ଜିଲ୍ଲା ବନ୍ତଳାରେ, ଏକ ଜିଲ୍ଲା ସ୍ତରୀୟ ପ୍ରାଣୀଧନ ମେଳା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତା ମଝିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମହୀଧରପୁର ଛକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କିଛି ମହିଳା ତାଙ୍କୁ କଳା ପତାକା ପ୍ରଦର୍ଶନ କଇଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି କୃଷିମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟର ପ୍ରତିବାଦ କରି ମହିଳାମାନେ ଏହି କଳା ପତାକା ପ୍ରଦର୍ଶନ କରିଥିଲେ। ମହିଳାମାନେ ହଠାତ୍ ଦାମଙ୍କ ଗାଡ଼ି ଆଗକୁ ଆସିବାକୁ ଚେଷ୍ଟା କରିବାରୁ ଦାମଙ୍କ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାରଣ କରିଥିଲେ। ଏହି ସମୟରେ ଦାମଙ୍କ ଗାଡ଼ି ଆଗକୁ ଚାଲିଯିବାକୁ ସଫଳ ହୋଇଥିଲେ ବି ମହିଳାମାନେ ଦଉଡ଼ି ଦଉଡ଼ି ଯାଇ ତାଙ୍କୁ କଳା ପତାକା ଦେଖାଇଥିଲେ।

Ordigital Desk
• Published: Thursday, 09 November 2017
• Updated: 09 November 2017, 01:57 PM IST

Sports

Latest News

ଅନୁଗୋଳ: ମନ୍ତ୍ରୀ ଦାମଙ୍କ ପାଇଁ ଆଗାମୀ ସମୟ କଠିନ ହୋଇପାରେ। ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲାଣି। ଅଙ୍ଗନବାଡ଼ି ମହିଳା କର୍ମୀଙ୍କୁ ‘ସ୍ୱାମୀଛାଡ଼ି’ ବୋଲି କହିବା ପରେ ତାଙ୍କୁ ବିଭିନ୍ନ ସ୍ତରରେ ମହିଳାମାନେ ବିରୋଧ କରିଛନ୍ତି। ତେବେ ତାହା କେବଳ ରାଜଧାନୀରେ ହିଁ ସୀମିତ ଥିଲା। ଏବେ ଏହା ରାଜଧାନୀ ଡେଇଁ ଅନ୍ୟ ସ୍ଥାନକୁ ଆସିଲାଣି।

ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି ଅନୁଗୋଳ ଜିଲ୍ଲା ବନ୍ତଳାରେ, ଏକ ଜିଲ୍ଲା ସ୍ତରୀୟ ପ୍ରାଣୀଧନ ମେଳା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତା ମଝିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମହୀଧରପୁର ଛକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କିଛି ମହିଳା ତାଙ୍କୁ କଳା ପତାକା ପ୍ରଦର୍ଶନ କଇଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି କୃଷିମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟର ପ୍ରତିବାଦ କରି ମହିଳାମାନେ ଏହି କଳା ପତାକା ପ୍ରଦର୍ଶନ କରିଥିଲେ। ମହିଳାମାନେ ହଠାତ୍ ଦାମଙ୍କ ଗାଡ଼ି ଆଗକୁ ଆସିବାକୁ ଚେଷ୍ଟା କରିବାରୁ ଦାମଙ୍କ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାରଣ କରିଥିଲେ। ଏହି ସମୟରେ ଦାମଙ୍କ ଗାଡ଼ି ଆଗକୁ ଚାଲିଯିବାକୁ ସଫଳ ହୋଇଥିଲେ ବି ମହିଳାମାନେ ଦଉଡ଼ି ଦଉଡ଼ି ଯାଇ ତାଙ୍କୁ କଳା ପତାକା ଦେଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos